
ଓଡ଼ିଶା ମାଟିରେ ପାଦ ଦେଲା ଗୋଟିଏ ଇଲେକ୍ଟ୍ରି ଡବଲ ଡେକର ବସ୍। ବସ୍ଟି ଆନ୍ଧ୍ରପ୍ରଦେଶ ବର୍ଡର ଅତିକ୍ରମ କରି ବ୍ରହ୍ମପୁରରେ ପହଞ୍ଚିଛି। ଏହି ବସ୍କୁ ନେଇ ଓଡ଼ିଶାବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି। କାରଣ ଏଥିରେ ରହିଛି ଓଡ଼ିଶାର କଳା, ସଂସ୍କୃତିର ଝଲକ ।
ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ମହାରାଷ୍ଟ୍ରରୁ ୫ଟି ଇଲେକ୍ଟ୍ରି ଡବଲ ଡେକର ଓଡ଼ିଶା ଅଭିମୁଖେ ବାହାରିଛି। ଗତ ୨୮ ତାରିଖରେ ଦୁଇଟି ବସ୍ ବାହାରିଥିବା ବେଳେ ସେଥିରୁ ଗୋଟିଏ ବସ୍ ଆଜି ବ୍ରହ୍ମପୁରରେ ପହଞ୍ଚିଛି। ବ୍ରହ୍ମପୁରରେ କିଛି ସମୟର ରହଣି ପରେ ତାହା ଭୁବନେଶ୍ୱର ଅଭିମୁଖେ ବାହାରିଛି । ଏହାପରେ ଗତ ୩୧ ତାରିଖରେ ଗୋଟିଏ ଓ ଗତ ୧ ତାରିଖରେ ଆଉ ଦୁଇଟି ବସ୍ ଓଡ଼ିଶା ଅଭିମୁଖେ ବାହାରି ସାରିଛି।
ଏହି ବସ୍ ସର୍ବ ଭାରତରେ ପ୍ରଥମ ବୋଲି ଜଣାଯାଇଛି। ଥରେ ବିଦ୍ୟୁତ୍ ସଂଯୋଗ କଲେ ଏହା ପ୍ରାୟ ୨୫୦ରୁ ୩ଶହ କିମି ପର୍ଯ୍ୟନ୍ତ ଯାଇ ପାରିବ । ବସ୍ଟି ୫୫ ସିଟ୍ ବିଶିଷ୍ଟ ହୋଇଥିବା ବେଳେ ଏହାର ବେଗ ୪୫ କିମି ରହିଛି। ଏହା ଶୀତତାପ ନିୟନ୍ତ୍ରୀତ ବସ୍ ହୋଇଥିବା ବେଳେ ତାହା ସବୁବେଳେ ସିସିଟିଭି ନଜରରେ ରହିବ । ଏଥିସହ ଏହାର ସିଟ୍କୁ ବି ଯାତ୍ରୀଙ୍କ ନିମନ୍ତେ ଆରାମଦାୟକ କରାଯାଇଛି।



