
ଭୁବନେଶ୍ଵର : ଭୁବନେଶ୍ୱର ଜନତା ମଇଦାନ୍ରେ ହେବ ୮୪ତମ ଇଣ୍ଡିଆନ୍ ରୋଡ କଂଗ୍ରେସ ଅଧିବେଶନ। ଓଡ଼ିଶା ଆସିବେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି। ଇଣ୍ଡିଆନ୍ ରୋଡ କଂଗ୍ରେସ ଅଧିବେଶନରେ ଦେବେ ଯୋଗ ନୀତିନ ଗଡ଼କରି। ଓଡ଼ିଶା ଷଷ୍ଠ ଥର ପାଇଁ ଏହି ଅଧିବେଶନ ଆୟୋଜନ କରୁଛି। ନଭେମ୍ବର ୭ରୁ ୧୦ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିବ। ଦେଶବ୍ୟାପୀ ପ୍ରାୟ ୨ ହଜାରଇଣ୍ଡିଆନ୍ ରୋଡ କଂଗ୍ରେସ ପ୍ରତିନିଧି ଯୋଗ ଦେବେ। ଅନେକ VVIP ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପରିଚାଳନା ପାଇଁ ୧୮ଟି କମିଟି ଗଠନ ହୋଇଛି। ଏନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ଓଡ଼ିଶା ୧୯୫୪, ୧୯୮୨, ୧୯୯୪, ୨୦୦୫ ଏବଂ ୨୦୧୫ରେ ସଫଳତାର ସହିତ ୫ଟି ଇଣ୍ଡିଆନ୍ ରୋଡ କଂଗ୍ରେସ ଅଧିବେଶନ ଆୟୋଜନ କରି ଷଷ୍ଠ ଥର ପାଇଁ ଇଣ୍ଡିଆନ୍ ରୋଡ କଂଗ୍ରେସର ବାର୍ଷିକ ଅଧିବେଶନ ଆୟୋଜନ କରିବ। ଅଧିବେଶନ ପରିଚାଳନା ପାଇଁ ୧୮ଟି କମିଟି ଗଠନ କରାଯାଇଛି।




