ଓଡିଶାବାସୀଙ୍କ ସ୍ୱାର୍ଥ ପାଇଁ ସ୍ୱର ଉତ୍ତୋଳନ କରିବାକୁ ନବୀନ ପରାମର୍ଶ

ଭୁବନେଶ୍ୱର: ଓଡିଶା ଏବଂ ଓଡିଶାବାସୀଙ୍କ ସ୍ୱାର୍ଥ ପାଇଁ ବିଜେଡି ଯେଉଁ ଲଢେ଼ଇ ଜାରି ରଖିଛି ତାହା ଆହୁରି ଶାଣିତ ହେବ। ଦିଲ୍ଲୀ ଦରବାରରେ ବିଜେଡି ରାଜ୍ୟର ସ୍ୱାର୍ଥ ପାଇଁ ଅତୀତରେ ନିରନ୍ତର ଦାବି କରିଆସିଛି। ଏବେ ସେହି ଦାବିକୁ ଆହୁରି ପ୍ରଭାବୀ ଢଙ୍ଗରେ ଓ ଶାଣିତ ସ୍ୱରରେ ଜୋରଦାର କରାଯିବ। ଓଡିଶାକୁ ଅବହେଳା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବିଜେଡି ଜବାବ୍‌ ତଲବ କରିବ ଆଉ ନ୍ୟାୟ ନ ମିଳିବା ଯାଏ ସଂଘର୍ଷ ଜାରି ରଖିବ। ବିଜେଡି ସଂସଦୀୟ ଦଳ ବୈଠକରେ ଦଳର ରାଜ୍ୟସଭା ସାଂସଦମାନଙ୍କୁ ଏପରି ପରାମର୍ଶ ଦେଇଛନ୍ତି ସୁପ୍ରିମୋ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ।

ନବୀନ ନିବାସରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ନବୀନ କହିଛନ୍ତି ଯେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବା ପାଇଁ ବିଜେଡି ଅନେକ ବର୍ଷ ହେଲା ଦାବି କରି ଆସୁଛି। ବାରମ୍ବାର ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେଉଥିବା ଓଡିଶାର ଏହା ହେଉଛି ନାର୍ୟ୍ୟ ଅଧିକାର। ୨୦୧୪ ନିର୍ବାଚନରେ ଓଡିଶା ବିଜେପି ନିଜ ଇସ୍ତାହାରରେ ଏହାକୁ ପ୍ରସଙ୍ଗ କରିଥିଲା; କିନ୍ତୁ ଆଜି ଯାଏ ଓଡିଶାର ଏହି ଦାବି ପ୍ରତି କେନ୍ଦ୍ର ସରକାର କର୍ଣ୍ଣପାତ କରୁନାହାନ୍ତି। ପୋଲାଭରମ୍‌ ଓ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ସରକାର ଓଡିଶାର ସ୍ୱାର୍ଥକୁ ଦଳି ମକଚି ଦେଇଛନ୍ତି। ଓଡିଶା ପ୍ରତି କେନ୍ଦ୍ର ସରକାର ବୈମାତୃକ ମନୋଭାବ ପୋଷଣ କରିବାକୁ ବରଦାସ୍ତ କରାଯିବ ନାହିଁ। ଗତ ୧୦ ବର୍ଷ ହେଲା ବିଜେଡି କୋଇଲା ରାଜଭାଗ ସଂଶୋଧନ ପାଇଁ ସଂସଦରେ ଦାବି କରି ଆସିଛି। ମାତ୍ର ଏହାକୁ କେନ୍ଦ୍ର କର୍ଣ୍ଣପାତ କରୁନାହିଁ। ଓଡିଶାର ପାଣି ପବନ ବିଷାକ୍ତ ହେଉଛି; କିନ୍ତୁ ସେଥିରୁ ମିଳୁଥିବା ରାଜସ୍ୱ ଓଡିଶାବାସୀ ପାଉ ନାହାନ୍ତି। ଯେଉଁମାନେ ବିକାଶରେ ସହଯୋଗ କରୁଛନ୍ତି ସେମାନଙ୍କୁ ବିକାଶ ସ୍ରୋତ ଠାରୁ ଦୂରେଇ ରଖିବା ଗ୍ରହଣୀୟ ନୁହେଁ । ତେଣୁ ଏହା ବିରୋଧରେ ନିରନ୍ତର ସ୍ୱର ଉତ୍ତୋଳନ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି ।
ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଯେ ରାଜ୍ୟରେ ଜାତୀୟ ରାଜପଥ ଦୁର୍ଦ୍ଦଶା ସମସ୍ତଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇଛି। ଏନ୍‌ଏଚ୍‌ ପ୍ରକଳ୍ପ ଗୁଡିକ ଅହେତୁକ ବିଳମ୍ବ ହେଉଥିବା ବେଳେ ରକ୍ଷଣାବେକ୍ଷଣ ଅତ୍ୟନ୍ତ ଖରାପ। କଟକ-ସମ୍ବଲପୁର ଜାତୀୟ ରାଜପଥ ଲୋକଙ୍କୁ ସବୁଠାରୁ ଅଧିକ ଯନ୍ତ୍ରଣା ଦେଉଛି। ସେହିପରି ଗତ ୧୦ ବର୍ଷ ହେଲା ଉପକୂଳ ରାଜପଥ କେବଳ ଫାଇଲ୍‌ରେ ସୀମିତ ରହିଛି। ଏହି ପ୍ରକଳ୍ପ ହୋଇଥିଲେ ଓଡିଶାର ଆର୍ଥିକ ଓ ସାମାଜିକ ବିକାଶ ତ୍ୱରାନ୍ୱିତ ହୋଇପାରିଥାନ୍ତା। ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ କେନ୍ଦ୍ର ସରକାରଙ୍କ ଅବହେଳା ବେଶ୍‌ ପ୍ରତୀୟମାନ। ସମ୍ବଲପୁର, କୋରାପୁଟ ଏବଂ ବାଲେଶ୍ୱରରେ (ସାଟେଲାଇଟ୍‌ ସେଣ୍ଟର ନୁହେଁ) ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ପାଇଁ ବିଜେଡି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ଆସୁଥିଲେ ବି ଏଥିପ୍ରତି ଆଦୌ କର୍ଣ୍ଣପାତ କରୁନାହାନ୍ତି। ଅନୁସୂଚିତ ଜନଜାତି ତାଲିକାରେ ଓଡିଶାର ୧୬୨ ବର୍ଗର ଆଦିବାସୀଙ୍କୁ ସାମିଲ ପାଇଁ ଆମେ ଦାବି କରିଛନ୍ତି; କିନ୍ତୁ ସରକାର ନ ଶୁଣିବା ହେତୁ ଲକ୍ଷାଧିକ ଆଦିବାସୀ ଲୋକ ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି। ସେହିପରି ହୋ, ମୁଣ୍ଡାରୀ, ସଉରା, କୁଇ ଏବଂ ଭୂମିଜ ଭାଷାକୁ ସମ୍ବିଧାନର ୮ମ ଅନୁଛେଦରେ ସାମିଲ କରିବା ପାଇଁ ଦୀର୍ଘ ଦିନ ହେଲା ଆମର ଦାବିକୁ କେନ୍ଦ୍ର ଉପେକ୍ଷା କରି ଚାଲିଛି। କେନ୍ଦୁପତ୍ର ତୋଳାଳିଙ୍କ ଦୁଃଖ ସରକାରଙ୍କୁ ଦେଖାଯାଉନି। କେନ୍ଦୁପତ୍ର ଉପରୁ ୧୮% ଜିଏସ୍‌ଟି ହ୍ରାସ କରିବାକୁ କେନ୍ଦ୍ର ସରକାର ଜରୁରୀ ମନେକରୁ ନାହାନ୍ତି। ଓଲଟି ପୂର୍ବରୁ ଏହା ୫% ଥିବା ବେଳେ ତାକୁ ବଢ଼ାଇ ୧୮% ବୃଦ୍ଧି କରିଛନ୍ତି । ଜିଏସ୍‌ଟି ଉଛେଦ ପାଇଁ ବିଜେଡି ସାଂସଦମାନେ ଓ ବିଜେଡି ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ମାତ୍ର ଏହାକୁ ଗୁରୁତ୍ୱ ଦେଉ ନାହାନ୍ତି। ଏହା ହେଲେ ୧୦ ଲକ୍ଷ କେନ୍ଦୁ ପତ୍ର ତୋଳାଳୀ ବିଶେଷକରି ୯୦% ଆଦିବାସୀ ଏବଂ ମହିଳାମାନେ ବେଶ୍‌ ଉପକୃତ ହୋଇପାରନ୍ତେ। କିନ୍ତୁ କେନ୍ଦ୍ର ସରକାର ନଛୋଡ଼ବନ୍ଧା। ତେଣୁ ଏହା ବିରୋଧରେ ସଂସଦର ଆଗାମୀ ଶୀତ ଅଧିବେସନରେ ବିଜେଡି ସାଂସଦମାନେ ସ୍ୱର ଉତ୍ତୋଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ବୈଠକରେ ବିଜେଡିର ସମସ୍ତ ରାଜ୍ୟସଭା ସାଂସଦମାନେ ଉପସ୍ଥିତ ଥିଲେ ।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ