
ଭୁବନେଶ୍ୱର: ରାଜ୍ୟ ସରକାର ଗୁରୁବାର ଓପିଏସସ୍ତରରେ ଅଦଳବଦଳ କରିଛନ୍ତି । ଯେଉଁଥିରେ ବ୍ରହ୍ମପୁରର ଅତିରିକ୍ତ ଏସପିଙ୍କୁ ବଦଳି କରାଯାଇଛି । ବ୍ରହ୍ମପୁରର ଅତିରିକ୍ତ ଏସପି ସୀମା ସ୍ୱାଇଁଙ୍କୁ ବଦଳି କରାଯାଇଛି । ତାଙ୍କୁ ତାଳଚେରର ଅତିରିକ୍ତ ଏସପିଭାବେ ବଦଳି କରାଯାଇଛି । ଅନ୍ୟପକ୍ଷରେ ଆଲୋକ ଜେନାଙ୍କୁ ବ୍ରହ୍ମପୁରର ଅତିରିକ୍ତ ଏସପିଭାବେ ଦାୟିତ୍ୱ ଦିଆଯାଇଛି ।
ତେବେ ମୋ୯ ୧୯ ଜଣ ଅତିରିକ୍ତ ଏସପିଙ୍କୁ ବଦଳି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।



