ଓଳାଶୁଣୀ ଗୁମ୍ଫାରେ ପୁରୁଖା ବିଜେଡି ନେତାଙ୍କ ବନ୍ଧୁମିଳନ ନୂଆ ଆଞ୍ଚଳିକ ଦଳ ଗଠନ ନେଇ ଚର୍ଚ୍ଚା

ଭୁବନେଶ୍ବର,21/08: ଓଡ଼ିଶାରେ ନୂଆ ଆଞ୍ଚଳିକ ଦଳ ଗଠନ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବନ୍ଧୁମିଳନ ନାଁରେ ଯାଜପୁର ଜିଲା ଓଳାଶୁଣୀ ଗୁମ୍ଫାରେ ପୁରୁଖା ବିଜେଡି ନେତା ଏକାଠି ହୋଇଛନ୍ତି। ପ୍ରଭାତ ତ୍ରିପାଠୀଙ୍କ ନିମନ୍ତ୍ରଣରେ ଅମର ପ୍ରସାଦ ଶତପଥୀ, ସୌମ୍ୟରଞ୍ଜନ ପଟ୍ଟନାୟକ, ରବି ପାଣି, ପ୍ରସନ୍ନ ପାଟ୍ଟଶାଣୀ, ରାମଚନ୍ଦ୍ର ହାଁସଦାଙ୍କ ଭଳି ବରିଷ୍ଠ ନେତା ବିଭିନ୍ନ ରାଜନୈତିକ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। ଭୋଜିଭାତ ଆଳରେ ନୂଆ ଆଞ୍ଚଳିକ ଦଳ ଗଠନର ଭିତ୍ତି ପଡ଼ିଥିବା କୁହାଯାଉଛି। ଉପସ୍ଥିତ ନେତା ଏହାକୁ ବ୍ୟକ୍ତିଗତ ଭୋଜି ବୋଲି କହି ଏଡ଼ାଇ ଦେଇଥିବାବେଳେ ଏହା ନୂଆ ରାଜନୈତିକ ଗତିବିଧିର ସଙ୍କେତ ହୋଇପାରେ ବୋଲି ଅନୁମାନ କରାଯାଉଛି।
ଓଡ଼ିଶାରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଏବେ ସକ୍ରିୟ । ୨୪ ବର୍ଷ ଧରି ରାଜ୍ୟକୁ ଶାସନ କରିଆସୁଥିବା ବିଜେଡି ଗତ ନିର୍ବାଚନରେ କ୍ଷମତାଚ୍ୟୁତ ହେବା ପରେ ପ୍ରଥମ କରି ଏକାକୀ ସରକାର ଗଠନ କରିଛି ବିଜେପି। ଏବେ ମୁଖ୍ୟ ବିରୋଧୀ ଦଳ ତଥା ଆଞ୍ଚଳିକ ଦଳ ଭାବେ ଓଡ଼ିଶାର ସ୍ବାର୍ଥ ପାଇଁ ବିଜେଡିର ସ୍ବର ଯେତିକି ଶାଣିତ ହେବା କଥା, ତାହା ପ୍ରାୟ ପରିଲକ୍ଷିତ ହେଉନି। ରାଜ୍ୟରେ ବିଜେପି ବିରୋଧରେ ଗର୍ଜନ କରୁଥିବା ବିଜେଡିର ସ୍ବର ଦିଲ୍ଲୀରେ ନରମିଯାଉଛି। ଏପରି ସମୟରେ ବିକଳ୍ପ ଆଞ୍ଚଳିକ ଦଳ ଗଠନର ଆବଶ୍ୟକତା ଥିବା ଅଧିକାଂଶ ନେତା ମତ ଦେଉଛନ୍ତି। ଅତୀତରେ ରାଜ୍ୟରେ ବହୁ ଆଞ୍ଚଳିକ ଦଳ ଗଠନ ହୋଇଥିଲେ ବି ସମୟକ୍ରମେ ଏସବୁ ଦଳ ନିଜର ସତ୍ତା ହରାଇଛନ୍ତି। ଆଞ୍ଚଳିକ ଦଳ ଭାବେ ବିଜେଡିକୁ ଯେଉଁ ସଫଳତା ମିଳିଛି, ଅନ୍ୟ କୌଣସି ଦଳ କ୍ଷେତ୍ରରେ ତାହା ସମ୍ଭବ ହୋଇନି। ଏବେ ଆଉ ଏକ ଆଞ୍ଚଳିକ ଦଳ ଗଠନ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ବିଜେଡି ଗଠନ ବେଳେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା କିଛି ବରିଷ୍ଠ ନେତା ନୂଆ ଆଞ୍ଚଳିକ ଦଳ ଗଠନ ସପକ୍ଷରେ ଅଛନ୍ତି। ଯେଉଁମାନେ ବିଭିନ୍ନ କାରଣରୁ ବିଜେଡିଠୁ ଦୂରେଇ ଯାଇଛନ୍ତି କିମ୍ବା ବିଜେଡିରୁ ବିଦା ହୋଇଛନ୍ତି; ସେମାନେ ଅନ୍ୟ ଦଳକୁ ନ ଯାଇ ବିକଳ୍ପ ଆଞ୍ଚଳିକ ଦଳ ଗଢ଼ିବାକୁ ଉଦ୍ୟମ ଚଳାଇଛନ୍ତି। ଏହି ପରିପ୍ରେକ୍ଷୀରେ ବୁଧବାର କିଛି ପ୍ରମୁଖ ନେତା ଓଳାଶୁଣିରେ ଏକାଠି ହୋଇଥିଲେ। ଭବିଷ୍ୟତରେ ରାଜ୍ୟରେ ଆଉ ଏକ ଆଞ୍ଚଳିକ ଦଳ ଜନ୍ମ ନେଇପାରେ ବୋଲି ଚର୍ଚ୍ଚା ହେଉଛି।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ