କଂଗ୍ରେସ ବିଧାୟକ କଲେ କ୍ରସ୍-ଭୋଟିଂ!

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ଓଡ଼ିଶା ରାଜନୀତିରେ ଆସିଛି ଏକ ବଡ଼ ଝଡ଼ । କଂଗ୍ରେସ ଶିବିରରେ ମହାବିଦ୍ରୋହ ଦେଖିବାକୁ ମିଳିଛି । ଦଳର ଦୁଇ ପ୍ରଭାବଶାଳୀ ବିଧାୟକ ଦାଶରଥି ଗମାଙ୍ଗ ଏବଂ ରମେଶ ଜେନା ଦଳୀୟ ହୁଇପ୍‌କୁ ଅମାନ୍ୟ କରି କ୍ରସ୍-ଭୋଟିଂ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୀତିରେ ଚହଳ ପଡ଼ିଯାଇଛି ।
କଂଗ୍ରେସର ନିର୍ବାଚନ ଏଜେଣ୍ଟ ତଥା ପିସିସି ସଭାପତି ଭକ୍ତ ଚରଣ ଦାସ ଏହି କ୍ରସ୍-ଭୋଟିଂ ନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଭକ୍ତ ଦାସ ଅଭିଯୋଗ କରିଛନ୍ତି ଯେ, ଦାଶରଥି ଗମାଙ୍ଗ ଓ ରମେଶ ଜେନା ଦଳୀୟ ଆଦେଶ ବା ‘ହୁଇପ୍’କୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରିଛନ୍ତି । ସେମାନେ ନିଜ ଦଳର ପ୍ରାର୍ଥୀଙ୍କୁ ଭୋଟ୍ ନଦେଇ ଅନ୍ୟତ୍ର ଭୋଟ୍ ଦେଇଥିବା ଦେଖିବାକୁ ମିଳିଛି । ଦଳୀୟ ଅନୁଶାସନ ଭଙ୍ଗ କରାଯାଇଛି, ତେଣୁ ଏହି ଭୋଟ୍‌କୁ ରଦ୍ଦ କରାଯାଉ କିମ୍ବା ଆମ ଅଭିଯୋଗକୁ ଗ୍ରହଣ କରି ଉଚିତ୍ ବିଚାର କରାଯାଉ ।
ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ପ୍ରାର୍ଥୀ ଦେଇଥିବା ବେଳେ, ଏହି କ୍ରସ୍-ଭୋଟିଂ ଦଳ ପାଇଁ ଏକ ବଡ଼ ଝଟକା ସାବ୍ୟସ୍ତ ହୋଇଛି । ବିରୋଧୀ ବିଜେଡି ଓ ଶାସକ ବିଜେପି ମଧ୍ୟରେ ଚାଲିଥିବା ଛକାପଞ୍ଝା ଭିତରେ କଂଗ୍ରେସ ବିଧାୟକଙ୍କ ଏଭଳି ପଦକ୍ଷେପ କାହାକୁ ଫାଇଦା ଦେବ, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।ଏବେ ସମସ୍ତଙ୍କ ନଜର ନିର୍ବାଚନ ଅଧିକାରୀଙ୍କ ନିଷ୍ପତ୍ତି ଉପରେ ରହିଛି । ଯଦି ଏହି ଅଭିଯୋଗ ଆଧାରରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ତେବେ ଫଳାଫଳରେ ବଡ଼ ଓଲଟଫେର ହୋଇପାରେ । ଅନ୍ୟପଟେ, କଂଗ୍ରେସ ଏହି ଦୁଇ ବିଧାୟକଙ୍କ ବିରୋଧରେ କିଭଳି ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ନେଉଛି, ତାହା ମଧ୍ୟ ଦେଖିବାକୁ ବାକି ରହିଲା ।

  • Related Posts

    ପ୍ରଦୂଷଣ ଯାଞ୍ଚ କେନ୍ଦ୍ରରେ ପୁଣି ଭିଡ଼ ଲାଗିଲାଣି

    ଭୁବନେଶ୍ୱର : ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ଯାଞ୍ଚ ଆରମ୍ଭ ହୋଇଛି । ଟୋଲଗେଟ୍ ପାର୍ କଲେ, ମୋଟା ଅଙ୍କର ଇ-ଚାଲଣ କଟୁଛି । ହଜାରେ କି ଦୁଇ ହଜାର ନୁହେଁ, ଏକାବେଳକେ ୧୦ ହଜାର ଟଙ୍କା ଜରିମାନାର ମେସେଜ…

    Continue reading
    ଗ୍ୟାସ୍ କଳା ବଜାର ରୋକିବାକୁ ବାୟୋମେଟ୍ରିକ ବାଧ୍ୟତାମୂଳକ

    ଭୁବନେଶ୍ବର: ଇରାନ ଯୁଦ୍ଧ ପାଇଁ ଭାରତରେ ଏଲ୍‌ପିଜି ସଙ୍କଟ ଦେଖାଦେଇଥିବା ବେଳେ ପିଏନ୍‌ଜି ଗ୍ୟାସ୍ ସଂଯୋଗ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଏପରିସ୍ଥଳେ ଏଲପିଜି ସିଲିଣ୍ଡର କଳାବଜାରୀ ରୋକିବାକୁ ତୈଳ ଓ ଗ୍ୟାସ କମ୍ପାନୀଙ୍କ ପକ୍ଷରୁ ଗ୍ରାହକଙ୍କ ବାୟୋମେଟ୍ରିକ (ଆଙ୍ଗୁଠି ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ