କମିଲା ଶୀତ, ବଢ଼ିଲା ତାପମାତ୍ରା

ଭୁବନେଶ୍ୱର: ଭୁବନେଶ୍ୱରରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୨.୩ ଡିଗ୍ରୀ ସେଲସିୟସ ଛୁଇଁଛି । ୧୯ଟି ସ୍ଥାନରେ ଦିନ ପାରଦ ୩୦ ଡିଗ୍ରୀ ଉପରେ ଥିବାବେଳେ ସେଥିରୁ ୭ଟି ଜାଗାରେ ତାପମାତ୍ରା ୩୧ ଡିଗ୍ରୀ ଉପରେ ଥିଲା । ବୁଧବାର ଝାରସୁଗୁଡ଼ାରେ ଦିନ ତାପମାତ୍ରା ୩୧.୪, ପାରାଦୀପରେ ୩୧.୪, ଭଦ୍ରକରେ ୩୧.୨, ପାରଳାଖେମୁଣ୍ଡିରେ ୩୧.୨, ଅନୁଗୁଳରେ ୩୧.୧, ଜଗତସିଂହପୁରରେ ୩୧ ଡିଗ୍ରୀ, ସମ୍ବଲପୁର ୩୦.୮, ପୁରୀ ୩୦.୭ ଡିଗ୍ରୀ ଥିଲା । ଅନ୍ୟପଟେ ରାତି ତାପମାତ୍ରା ବଢ଼ିଛି । ଗତ ୪ ଦିନ ଭିତରେ ଉପକୂଳରେ ରାତି ତାପମାତ୍ରା ୩ ଡିଗ୍ରୀ ଓ ଆଭ୍ୟନ୍ତରୀଣରେ ୭ ଡିଗ୍ରୀ ବୃଦ୍ଧି ପାଇଛି ।

ମଙ୍ଗଳବାର ରାତିରେ ଜି.ଉଦୟଗିରି ତାପମାତ୍ରା ୫.୮, ସେମିଳିଗୁଡ଼ା ୭.୬, ଫୁଲବାଣୀ ୯ ଡିଗ୍ରୀ ଥିଲା । ପାଣିପାଗ ବିଭାଗର ଆକଳନ, ବର୍ତ୍ତମାନ ୪ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ୨୬ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ ।

  • Related Posts

    ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

    ଭୁବନେଶ୍ୱର: ଆଜି ଉତ୍କଳ ଦିବସ । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ଆଜି ୯୦ ବର୍ଷ ପୁରଣ ହୋଇଛି । ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଆଜି ଓଡ଼ିଶା ମାନ୍ୟତା ହାସଲ କରିଥିଲା । ଏହି ସଫଳତା ପଛରେ…

    Continue reading
    ପାଞ୍ଚଟି କାର୍ଯ୍ୟ ଦିବସ ପୂର୍ବରୁ ସରିଲା ବିଧାନସଭାର ବଜେଟ ଅଧିବେଶନ

    ଭୁବନେଶ୍ବର: ୫ଟି କାର୍ଯ୍ୟ ଦିବସ ପୂର୍ବରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା ହୋଇଛି ବିଧାନସଭାର ବଜେଟ ଅଧିବେଶନ । ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ମଙ୍ଗଳବାର ବିଳମ୍ବିତ ରାତିରେ ଏହି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ