କଲରାପତରିଆ ବାଘ ଛାଲ ଜବତ, ୭ ଅଟକ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀଙ୍କୁ ରବିବାର ସକାଳେ ଏକ ବଡ଼ ସଫଳତା ମିଳିଛି । ଜଗନ୍ନାଥ ପ୍ରସାଦ ରେଞ୍ଜ ପଥରା ପଲ୍ଲୀ ଗ୍ରାମରୁ ଛାଲ ଜବତ ହୋଇଛି । ବିଭାଗୀୟ କର୍ମଚାରୀ ମାନେ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରିଥିବା ବେଳେ ଏହି ମାମଲାରେ ୭ ଜଣକୁ ଅଟକ ରଖି ତଦନ୍ତ ଚାଲିଛି । ଡିଏଫଓ ହିମାଂଶୁ ଶେଖର ମହାନ୍ତି, ଏସିଏଫ ବିବେକ କୁମାର ଦାସ, ରେଞ୍ଜର ପୃଥିବୀ ରାଜ ପ୍ରଧାନ, ବନପାଳ ଅନୁପ କୁମାର ବିଷୋୟୀ, ଜୀନ ତ୍ରିପାଠୀ ପ୍ରମୁଖଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଥିଲା । ଭଞ୍ଜନଗର ଥାନା ଅଧିକାରୀ ଜିବନା ନନ୍ଦ ଜେନା ଏବଂ ଅନ୍ୟ କର୍ମଚାରୀ ଚଢ଼ାଉରେ ସହଯୋଗ କରିଥିଲେ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଗଜପତିର ଅବସରପ୍ରାପ୍ତ ପୋଲିସ ଏସଆଇ ସମେତ ୭ ଜଣ ଅଛନ୍ତି ।

  • Related Posts

    ଚୌଦ୍ୱାର ଜେଲରୁ ଫେରାର୍ ରାଜା ସାହାଣୀ ଗିରଫ

    ଭୁୁବନେଶ୍ୱର : ଚୌଦ୍ୱାର ଜେଲରୁ ଫେରାର୍ ଦ୍ୱିତୀୟ କଏଦୀ ଗୁରୁବାର ଗିରଫ ହୋଇଛି। ବିହାରର ରାଜା ସାହାଣୀକୁ ଋଷିକେଶରୁ ଗିରଫ କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧୀକୁ ଋଷିକେଶରୁ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି। ଏହା ପୂର୍ବରୁ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ…

    Continue reading
    କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌

    ଭୁବନେଶ୍ବର: କୁବେର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ୨୯ ପ୍ଲଟ୍‌ ଠାବ ହୋଇଛି। ଜଟଣୀ, ବ୍ରହ୍ମପୁର ଆଦି ସ୍ଥାନରେ ବାବୁଙ୍କର ୨୯ ପ୍ଲଟ୍, ଦୁଇ ବହୁତଳ କୋଠା ସହ କଳିଙ୍ଗ ବିହାରରେ ଗୋଟିଏ ଫ୍ଲାଟ୍‌ ଠାବ ହୋଇଛି। ରେଡ୍‌ ବେଳେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ