କ୍ରସ୍ ଭୋଟିଂ : କିଛି ବିଧାୟକଙ୍କ ଭଲ ପାଇବା ଥିଲା ବୋଲି ମୁଁ ଜିତିଲି-ଦିଲୀପ ରାୟ

ପୁରୀ: ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ନବ ନିର୍ବାଚିତ ରାଜ୍ୟ ସଭା ସାଂସଦ ଦିଲୀପ ରାୟ । ରାଜ୍ୟସଭା ନିର୍ବାଚନ ଜିତିବା ନେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି ଦିଲୀପ ରାୟ ।ଆଜି ସକାଳୁ ରାଜ୍ୟସଭା ସାଂସଦ ଦିଲୀପ ରାୟ ପତ୍ନୀଙ୍କ ସହ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆର୍ଶୀବାଦ ଲାଭ କରିଛନ୍ତି ।
ଦର୍ଶନ ସାରି ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦିଲୀପ ରାୟ କହିଛନ୍ତି ଯେ,”ମହାପ୍ରଭୁଙ୍କ ଆଶୀର୍ବାଦରୁ ଓଡ଼ିଶାବାସୀଙ୍କ ପାଇଁ ଆଗକୁ ଭଲ କାମ କରିବି । ତେଣୁ ଏଥିପାଇଁ ମହାପ୍ରଭୁ ଧର୍ୟ୍ୟ ଓ ସାହାସ ପ୍ରଦାନ କରନ୍ତୁ । ସେନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛି । ରାଜ୍ୟସଭା ନିର୍ବାଚନ ଜିତିବା ପାଇଁ ନିଶ୍ଚିତ ଥିଲି । ସେଥିପାଇଁ ଦୁଇ ମାସ ପୂର୍ବରୁ ସମସ୍ତ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଥିଲି । ଯେଉଁ ବିଧାୟକମାନେ ମତେ କ୍ରସ୍ ଭୋଟିଂ କରି ସମର୍ଥନ ଜଣାଇଛନ୍ତି, ସେମାନଙ୍କ ମଧ୍ୟରୁ କିଛିଙ୍କ ସହ ବ୍ୟକ୍ତିଗତ ଭାବେ ସମ୍ପର୍କ ରହିଛି । କିଛି ବିଧାୟକଙ୍କ ଭଲ ପାଇବା ଓ ସମର୍ଥନ ରହିଥିଲା ବୋଲି ମୁଁ ନିର୍ବାଚନ ଜିତିଲି,” ବୋଲି କହିଛନ୍ତି ଦିଲୀପ ରାୟ ।
କ୍ରସ୍ ଭୋଟ୍ କରି ତାଙ୍କୁ ବିଜୟୀ କରିଥିବା ସମସ୍ତ ବିଧାୟକ ମାନଙ୍କୁ ଆଜି ଏକତ୍ରିତ କରି ସେମାନଙ୍କୁ ଆପ୍ୟାୟିତ କରିବା ସହ କୃତଜ୍ଞତା ଜ୍ଞାପନ କରିବେ ବୋଲି ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ସୂଚନା ଦେଇଛନ୍ତି, ଦୀଲିପ ରାୟ । ଦିଲ୍ଲୀପ ରାୟ ଓଡିଶା ରାଜନୀତିରେ ଜଣେ ପ୍ରଭାବଶାଳୀ ନେତା ଭାବେ ପରିଚିତ । ଏକ ସମୟରେ ସେ ରାଜ୍ୟର ସବୁଠାରୁ ପ୍ରଭାବଶାଳୀ ନେତାମାନଙ୍କ ମଧ୍ୟରେ ଗଣନୀୟ ଥିଲେ କ୍ଷ ରାଜନୀତିରେ ସେ ସମସ୍ତ ଦଳ ସହ ସମ୍ପର୍କ ରଖିପାରୁଥିବା ନେତା ଭାବେ ପରିଚିତ କ୍ଷ ଦଳ ଭିତରେ ହେଉ କି ବିପକ୍ଷ ଶିବିରରେ, ପ୍ରାୟ ସମସ୍ତ ରାଜନୈତିକ ଶିବିରରେ ତାଙ୍କର ସଂପର୍କ ଓ ମିତ୍ରତା ରହିଆସିଛି । ଯାହା ପରସ୍ପର ସ୍ୱାର୍ଥ ଓ ରାଜନୈତିକ ସମୀକରଣ ଉପରେ ଆଧାରିତ ବୋଲି ରାଜନୈତିକ ମହଳରେ ଚର୍ଚ୍ଚା ହୁଏ।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ