ଖତ ଗଦାରୁ ମିଳିଲା ବିଡ଼ା ବିଡ଼ା ଟଙ୍କା

ଭୋଗରାଇ: ହାଇଦ୍ରାବାଦର ଏକ କମ୍ପାନୀରୁ ଚୋରି ହୋଇଥିଲା ୨୧ ଲକ୍ଷ ଟଙ୍କା । ଚୋରି କରି ଶଳା ହାତରେ ଟଙ୍କା ପଠାଇଥିଲା ଭିଣୋଇ । ଟଙ୍କାକୁ ଖତଗଦାରେ ଲୁଚାଇ ରଖିଥିଲା ଶଳା । ଛାନଭିନ କରି କମର୍ଦ୍ଦା ଥାନା ବଡ଼ମଣ୍ଡାରୁଣି ଗାଁରେ ପହଞ୍ଚିଲା ହାଇଦ୍ରାବାଦ ପୋଲିସ । ଏହି ଘଟଣାରେ ପରେ ଭିଣୋଇ ଫେରାର ଥିବା ବେଳେ ଶାଶୁ ଏବଂ ଶଳାକୁ ଅଟକ ରଖିଛି ପୋଲିସ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ହାଇଦ୍ରାବାଦର ଆଗ୍ରୋ ଇଣ୍ଡଷ୍ଟ୍ରିଜ୍‌ରେ କାମ କରୁଥିଲେ ଶଳା ଓ ଭିଣୋଇ । ପରେ ସେହି କମ୍ପାନୀରୁ ୨୧ ଲକ୍ଷ ଟଙ୍କା ଚୋରି କରିଥିଲା ଭିଣୋଇ । ସେଠାରୁ ଚୋରି କରି ଉକ୍ତ ଟଙ୍କାକୁ ଶଳା ହାତରେ ଓଡ଼ିଶା ପଠାଇଥିଲା । ଶଳା ଉକ୍ତ ଚୋରି ଟଙ୍କାକୁ ଆଣି ବଡ଼ମଣ୍ଡାରୁଣି ଗାଁର ଘରେ ଥିବା ଖତ ଗଦା ଭିତରେ ଲୁଚେଇ ରଖିଥିଲା । ତେବେ ଏହି ଚୋରି ପରେ ହାଇଦ୍ରାବାଦ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିଲା । ଛାନଭିନ୍‌ କରିବା ପରେ ଭୋଗରାଇର ବଡ଼ମଣ୍ଡାରୁଣି ଗାଁରେ ଆସି ପହଞ୍ଚିଲା ହାଇଦ୍ରାବାଦ ପୋଲିସ । ସେଠାରେ ପହଞ୍ଚି ତନାଘନା କରିବା ପରେ ଖତଗଦା ଭିତରୁ ୧୦ ଲକ୍ଷ ଟଙ୍କା ଜବତ କରାଯାଇଛି । ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଭିଣୋଇ ଫେରାର ଥିବା ବେଳେ ଶଳା ଏବଂ ଶାଶୁକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

  • Related Posts

    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading
    ଜଣେ ବି ଚାଷୀର ଧାନ ରହିବ ନାହିଁ: ସମବାୟ ମନ୍ତ୍ରୀ

    ଭୁବନେଶ୍ୱର: ଏଥର ଖରିଫରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି। ଧାନ ବିକ୍ରି କରିଛନ୍ତି ୧୮ ଲକ୍ଷ ୬୪ ହଜାର ଚାଷୀ। ଏଯାବତ ୭୭ ଲକ୍ଷ ମେଟ୍ରିକ୍ ଟନ ଧାନ କିଣା ସରିଛି। ବାକି ବଳକା ଧାନ କିଣିବାକୁ ୭ ଦିନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ