ଖୁବଶୀଘ୍ର ଘୋଷଣା ହେବ ବିଜେପି ରାଜ୍ୟ କମିଟି

ଭୁବନେଶ୍ୱର: ଖୁବଶୀଘ୍ର ଘୋଷଣା ହେବ ବିଜେପି ରାଜ୍ୟ କମିଟି । କମିଟିରେ ୧୦ ଜଣ ଉପସଭାପତି, ୪ ଜଣ ସାଧାରଣ ସଂପାଦକ, ଜଣେ ସାଧାରଣ ସଂପାଦକ (ସଂଗଠନ), ୧୦ ଜଣ ସଂପାଦକ ଓ ଜଣେ କୋଷାଧ୍ୟକ୍ଷ ରହିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । କମିଟି ଯେ କୌଣସି ମୁହୁର୍ତ୍ତରେ ଘୋଷଣା ହୋଇପାରେ । ଦୁଇ ଦିନ ହେବ ବିଜେପି ରାଜ୍ୟ କାର୍ୟ୍ୟାଳୟରେ ମାରାଥନ୍‌ ବୈଠକରୁ ଏହା ବାରି ହେଉଛି ।
ଶନିବାର ରାତି ୨ଟା ପର୍ୟ୍ୟନ୍ତ ବୈଠକ ଚାଲିଥିବା ବେଳେ ରବିବାର ବି ଲମ୍ୱା ସମୟ ଧରି ବୈଠକ ଚାଲିଥିଲା । ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପିର ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ପ୍ରମୁଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ପହଞ୍ଚିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିବା ସୂଚନା ମିଳିଥିଲା । ବୈଠକରେ ବହୁ ବରିଷ୍ଠ ମନ୍ତ୍ରୀ ସାମିଲ ହୋଇଥିଲେ ।

ତେବେ କିଛି ଦଳୀୟ ନେତାଙ୍କ କହିବା ଅନୁସାରେ ପ୍ରଥମେ ରାଜ୍ୟ ବିଜେପିର ନୂଆ ଟିମ୍‌ ଘୋଷଣା କରାଯିବ । ଏଥିରେ ୨୫ ପ୍ରତିଶତ ନୂଆ ମୁହଁ ଓ ୩୩ ପ୍ରତିଶତ ମହିଳା ସ୍ଥାନ ପାଇବେ । ପରବର୍ତ୍ତୀ ପର୍ୟ୍ୟାୟରେ କିଛି ବୋର୍ଡ ଓ ନିଗମର ଅଧ୍ୟକ୍ଷ ପଦ ଘୋଷଣା କରାଯିବ । ସରକାରୀ ଓକିଲଙ୍କ ତାଲିକା ବି ଜାରି ହେବ । କମିଶନ ପଦବି ବି ପୂରଣ ହେବ । ଶେଷରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବ ।

  • Garvita Odia

    Related Posts

    ବିଜେପି ଅଫିସରେ ପ୍ରୟାସକାନ୍ତି

    ଭୁବନେଶ୍ୱର: ଆଜି ରାଜ୍ୟ ବିଜେପି ଅଫିସରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ନିଜ ସହଯୋଗୀଙ୍କ ସହ ଦେଖିବାକୁ ମିଳିଛି । ଗତ ମେ ମାସରେ ପ୍ରୟାସକାନ୍ତି ବିଜେଡି ଛାଡ଼ିଥିବାରୁ ସେ ପଦ୍ମ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି…

    ଓଡ଼ିଶାକୁ କେନ୍ଦ୍ରୀୟ ସମବାୟ ଅନୁଦାନ ନଗଣ୍ୟ ବ୍ୟବସ୍ଥାକୁ ନେଇ ପ୍ରଶ୍ନ କଲେ ମାନସ ମଙ୍ଗରାଜ

    ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଥିବା ସମବାୟ ସମିତି, ଏହାର କାର୍ୟ୍ୟକାରିତା ଓ ସଦସ୍ୟଙ୍କ ସଂଖ୍ୟା ସମ୍ପର୍କରେ ସଂସଦରେ ପ୍ରଶ୍ନ ଉଠାଇଛନ୍ତି ସାଂସଦ ମାନସ ମଙ୍ଗରାଜ। ଓଡ଼ିଶାରେ ମୋଟ ଉପରେ କେତେ ଗୋଟି ଓ କେଉଁ ପ୍ରକାରର ପଞ୍ଜିକୃତ ସମବାୟ…

    Leave a Reply

    Your email address will not be published. Required fields are marked *

    You Missed

    ବୈତରଣୀରେ ଆଉ ବଢିବନି ଜଳସ୍ତର:ସର୍ବୋଚ୍ଚ ଯନ୍ତ୍ରୀ

    ବୈତରଣୀରେ ଆଉ ବଢିବନି ଜଳସ୍ତର:ସର୍ବୋଚ୍ଚ ଯନ୍ତ୍ରୀ

    ବିଜେପି ଅଫିସରେ ପ୍ରୟାସକାନ୍ତି

    ବିଜେପି ଅଫିସରେ ପ୍ରୟାସକାନ୍ତି

    ପଞ୍ଜିକରଣ କରିସାରିଲେଣି ୩ ଲକ୍ଷ ୩୮ହଜାର ୭୩୫ ଚାଷୀ :ମନ୍ତ୍ରୀ

    ପଞ୍ଜିକରଣ କରିସାରିଲେଣି ୩ ଲକ୍ଷ ୩୮ହଜାର ୭୩୫ ଚାଷୀ :ମନ୍ତ୍ରୀ

    ଅନ୍ଧବିଶ୍ୱାସ: କାଉଙ୍କ ମିଳନ ଦେଖିବାରୁ ଦୁଇ ଯୁବକଙ୍କୁ ମୃତ ଘୋଷଣା

    ଅନ୍ଧବିଶ୍ୱାସ: କାଉଙ୍କ ମିଳନ ଦେଖିବାରୁ ଦୁଇ ଯୁବକଙ୍କୁ ମୃତ ଘୋଷଣା

    ୬ ସପ୍ତାହ ଭିତରେ ସ୍ବାଧୀନତା ସଂଗ୍ରାମୀଙ୍କୁ ପେନ୍‌ସନ ଦିଅ: ହାଇକୋର୍ଟ

    ୬ ସପ୍ତାହ ଭିତରେ  ସ୍ବାଧୀନତା ସଂଗ୍ରାମୀଙ୍କୁ ପେନ୍‌ସନ ଦିଅ: ହାଇକୋର୍ଟ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଲାଗିବ ୭୫ ଲକ୍ଷ ଗଛ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଲାଗିବ  ୭୫ ଲକ୍ଷ ଗଛ