ଅର୍ଚ୍ଚନା ନାଗ ମୋତେ ଫସାଇ ଦେଇଛନ୍ତି:ଅମରେଶ

ଭୁବନେଶ୍ବର: ନାବାଳିକା ଦୁଷ୍କର୍ମ ମାମଲାରେ ବିଜେଡିରୁ କର୍ପେରେଟର ଅମରେଶ ଜେନା ଜେଲ୍‌ ଯାଇଛନ୍ତି। କୋର୍ଟରେ ଜାମିନ ନାମାଞ୍ଜୁର ପରେ ଅମରେଶ ଜେନାଙ୍କୁ ପୁଲିସ ଝାରପଡ଼ା ଜେଲ୍‌ ପଠାଇ ଦେଇଛି। ଅମରେଶ ଜେନାକୁ ପୁଲିସ ଆଜି ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରୁ ଗିରଫ କରିଥିଲା। ତାକୁ ସେଠାରୁ ଭୁବନେଶ୍ବର ଆଣିଥିଲା। କ୍ୟାପିଟାଲ ହସ୍‌ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ ନାମାଞ୍ଜୁର ପରେ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି। ଜେଲ୍‌ ଯିବା ପୂର୍ବରୁ ଅମରେଶ ଜେନା ଗଣମାଧ୍ୟମକୁ କହିଛନ୍ତି, ଅର୍ଚ୍ଚନା ନାଗ ମୋତେ ଫସାଇ ଦେଇଛନ୍ତି। ଅମରେଶଙ୍କ ବଡ଼ଭାଇ ଦୀପକ‌ ଜେନା ମଧ୍ୟ ସମାନ କଥା କହିଥିଲେ। ଲକ୍ଷ୍ମୀସାଗର ପୁଲିସ ଗତକାଲି ଅମରେଶ ଜେନାକୁ ଫେରାର ହେବା‌ରେ ସହଯୋଗ କରିଥିବା ୫ ସହଯୋଗୀ ଗିରଫ ହୋଇଥିଲେ। ଅଭିଯୁକ୍ତମାନେ ‌ବଡ଼ଗଡ଼ ଗୌତମନଗରର ବିବେକ କୁମାର ସ୍ବାଇଁ(୨୯), ସନ୍ତୋଷୀବିହାର ଅଞ୍ଚଳର ବିକ୍ରମ ମହାନ୍ତି(୪୨), ଚିନ୍ତାମଣିଶ୍ବର ଅଞ୍ଚଳର ଦେବେନ୍ଦ୍ର ଭୋଳ(୪୫)ଓ ସୁମନ କୁମାର ସାହୁ(୨୭) ଏବଂ ଲକ୍ଷ୍ମୀସାଗର ଶବରସାହିର ରାଜୀବ ଚମ୍ପତ୍ତି(୪୫)।
ସୂଚନାଯୋଗ୍ୟ, ଗତ ଗୁରୁବାର ଦିନ ଲକ୍ଷ୍ମୀସାଗର ଥାନାରେ ଜଣେ ଯୁବତୀ ଅମରେଶ ଜେନା ଓରଫ ବାୟାଁଙ୍କ ନାମରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭ୍ରୁଣହତ୍ୟା ପାଇଁ ବାଧ୍ୟ କରିଥିବା ନେଇ ଅଭି‌ଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ତାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି କରିଥିଲା। କିନ୍ତୁ ଅଭିଯୁକ୍ତ ଅମ‌ରେଶ ଜେନା ଫେରାର ହୋଇଯାଇଥିଲେ। ପୁଲିସ ତାଙ୍କ ମୋବାଇଲ ଟ୍ରାକିଂ କରିବା ସହିତ ସେ କେଉଁଠାରେ ଅଛନ୍ତି ତାହାର ତଦନ୍ତ ଆରମ୍ଭ କରିଥିଲା। ତାଙ୍କ ମୋବାଇଲ ଟ୍ରାକିଂ ବେଳେ କିଛି ସହଯୋଗୀଙ୍କ ସହିତ କଥା ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା। ସେମାନଙ୍କୁ ଥାନାକୁ ଆଣି ପୁଲିସ ପଚରାଉଚରା କରିଥିଲା। ସେମାନେ ତାଙ୍କୁ ‌ଫେରାର ହେବାରେ ସହଯୋଗ କରିଥିବା ସ୍ବୀକାର କରିଥିଲେ। ପରେ ‌ସେମାନଙ୍କୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଥିଲା।

  • Related Posts

    ବନ୍ଦକୁ ଜନସମର୍ଥନ ମିଳିଛି : ଭକ୍ତ

    ଭୁବନେଶ୍ୱର, ୮ ।୧୦ : ଚାରିଟି ଗୁରୁତ୍ୱପୂର୍ଣ ଦାବିକୁ ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ ଡାକରାକୁ ଜନସମର୍ଥନ ମିଳିଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି । ଏହି ଅବସରରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର…

    Continue reading
    ପଶ୍ଚିମ ଓଡ଼ିଶାରେ ରାସ୍ତାରୋକ ଏବଂ ପିକେଟିଂ, ଲୋକେ ହନ୍ତସନ୍ତ

    ସମ୍ବଲପୁର/ଝାରସୁଗୁଡ଼ା/ନୂଆପଡ଼ା: INDIA ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦର ପ୍ରଭାବ ପଶ୍ଚିମ ଓଡ଼ିଶା ଜିଲ୍ଲାମାନଙ୍କରେ ପଡ଼ିଛି । ରାସ୍ତା ଅବରୋଧ ଓ ପିକେଟିଂ ଯୋଗୁଁ ବସ୍‌, ଟ୍ରକ୍‌, ଅଟୋ ସମେତ ଅନେକ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ବଜାର ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ