
ଭୁବନେଶ୍ୱର: ଏଣେ ତେଣେ ବୁଲା କୁକୁରଙ୍କୁ ଖାଇବା ଦେବା ନେଇ ବାରଣ କରାଯିବ। ସୁପ୍ରିମକୋର୍ଟଙ୍କ ନିଷ୍ପତି ସ୍ଵାଗତ ଯୋଗ୍ୟ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ୍ । ସରକାରୀ ବ୍ୟବସ୍ଥା ନେଇ କାମ କରିବୁ । ବର୍ଷା ପାଇ ରାଜଧାନୀରେ କୁକୁର ବନ୍ଧ୍ୟାକରଣ ଧିମେଇଚି । କୁକୁରଙ୍କ ପାଇ ଅଧିକ କେନାଲ ବ୍ୟବସ୍ଥା କରାଯିବ। ମେୟରଙ୍କ କହିବା କଥା ରାଜଧାନୀରେ ପ୍ରତିଦିନ ୨୦ରୁ ୩୦ କୁକୁରଙ୍କ ବନ୍ଧ୍ୟାକରଣ କରାଯାଉଛି । ଆଗକୁ ଅଧିକ ସଂଖ୍ୟାରେ କୁକୁର ବନ୍ଧ୍ୟା କରଣ କରାଯିବ । ବନ୍ଧ୍ୟା କରଣ ପାଇଁ ଅଧିକ ଭିତ୍ତିଭୂମିର ଆବଶ୍ୟକତା ରହିଛି । କୁକୁରଙ୍କ ସଂଖ୍ୟା ଜାଣିବା ପାଇଁ ରାଜଧାନୀରେ ହେବ ଡଗ୍ ସେନସସ । ଏ ନେଇ ପ୍ରଥମିକ ସ୍ତରରେ କାମ ଆରମ୍ଭ କରାଯାଇଛି । କୁକୁରଙ୍କୁ ଭେକ୍ସିନେସନ ତଥ୍ୟ ରଖାଯିବ। କୁକୁରଙ୍କ କାନରେ ଟ୍ୟାଗ୍ ଲଗାଇବା ବ୍ୟବସ୍ଥା କରିବ ବିଏମ୍ସି । ରାଜଧାନୀରେ ପ୍ରାୟ ୮୦ ହଜାର କୁକୁର ଥିବା ଅନୁମାନ। ଡଗ୍ ବାଇ ଲ ହେବା ନା ନାହିଁ ନିଷ୍ପତି ସରକାରଙ୍କ ପାଖରେ ରହିଛି ।



