ଗଶେଶ ଭସାଣି ବେଳେ ସଂଘର୍ଷ: ଯୁବକ ମୃତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଗୋଳାପୋଖରୀ ପଞ୍ଚାୟତର କରଡ଼ାପଲ୍ଲୀ ଏବଂ ପାଥପୁର ଗ୍ରାମରେ ଗଣେଶ ଭଷାଣି ଉତ୍ସବ ସମୟରେ ଦୁଇ ଗ୍ରାମର ଯୁବକଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି । ରବିବାର ରାତି ପ୍ରାୟ ୧୦ଟା ସମୟରେ ପାଥପୁର ଏବଂ କରଡ଼ାପଲ୍ଲୀ ଗ୍ରାମରେ ଗଣେଶ ଠାକୁରଙ୍କ ଭଷାଣି ପର୍ବ ଅନୁଷ୍ଠିତ ହେଉଥିଲା । କେଉଁ ଠାକୁର ଆଗରେ ଯିବେ ତାକୁନେଇ ଉତ୍ତେଜନା ଦେଖାଦେଇଥିଲା । କରଡ଼ାପଲ୍ଲୀ ଗ୍ରାମ ଠାକୁରଙ୍କ ଡିଜେ ବାଜାର ଅତ୍ୟଧିକ ସାଉଣ୍ଡ ନେଇ ପାଥପୁର ଗ୍ରାମର କିଛି ଯୁବକ ବାରଣ କରିଥିଲେ। ଫଳରେ ଦୁଇ ଗ୍ରାମର ଯୁବକଙ୍କ ମଧ୍ୟରେ ଉତେଜନା ଦେଖାଦେଇଥିଲା ହାତାହାତି ପର୍ୟ୍ୟନ୍ତ କଥା ଯାଇଥିଲା କରଡ଼ାପଲ୍ଲୀ ଗ୍ରାମର ରଶ୍ମିରଂଜନ ସ୍ବାଇଁଙ୍କ ଉପରେ ଆକ୍ରମଣ ବେଳେ ତାଙ୍କ ବାପା ହରିହର ସ୍ୱାଇଁ ଛଡାଇବାକୁ ଆସିଥିବାବେଳେ ଆସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ ଓ ତଳେପଡି ମୃତ୍ୟୁବରଣ କରିଥିଲେ । ଗ୍ରାମର କିଛି ଲୋକେ ତାଙ୍କୁ ଭାପୁର ମେଡିକାଲକୁ ଆଣିଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଫତେଗଡ଼ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି । କରଡ଼ାପଲ୍ଲୀ ଏବଂ ପାଥପୁର ଗ୍ରାମରେ ପୁଲିସ୍ ପଇଁତରା ମାରିବା ସହ ତଦନ୍ତ ଚଳାଇଛି। ଦୁଇ ଗ୍ରାମରେ ଏବେ ଚାପା ଉତେଜନା ଲାଗିରହିଛି ।

  • Related Posts

    ଚୌଦ୍ୱାର ଜେଲରୁ ଫେରାର୍ ରାଜା ସାହାଣୀ ଗିରଫ

    ଭୁୁବନେଶ୍ୱର : ଚୌଦ୍ୱାର ଜେଲରୁ ଫେରାର୍ ଦ୍ୱିତୀୟ କଏଦୀ ଗୁରୁବାର ଗିରଫ ହୋଇଛି। ବିହାରର ରାଜା ସାହାଣୀକୁ ଋଷିକେଶରୁ ଗିରଫ କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧୀକୁ ଋଷିକେଶରୁ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି। ଏହା ପୂର୍ବରୁ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ…

    Continue reading
    କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌

    ଭୁବନେଶ୍ବର: କୁବେର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ୨୯ ପ୍ଲଟ୍‌ ଠାବ ହୋଇଛି। ଜଟଣୀ, ବ୍ରହ୍ମପୁର ଆଦି ସ୍ଥାନରେ ବାବୁଙ୍କର ୨୯ ପ୍ଲଟ୍, ଦୁଇ ବହୁତଳ କୋଠା ସହ କଳିଙ୍ଗ ବିହାରରେ ଗୋଟିଏ ଫ୍ଲାଟ୍‌ ଠାବ ହୋଇଛି। ରେଡ୍‌ ବେଳେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ