ଗହୀରମଥା ବେଳାଭୂମିରେ ୩୨ ଫୁଟର ମୃତ ତିମି

କେନ୍ଦ୍ରାପଡା: ଗହୀରମଥା ସମୁଦ୍ର କୂଳରୁ ମୃତ ତିମି ଉଦ୍ଧାର । ୩୨ ଫୁଟ ଲମ୍ବ ଓ ସାଢ଼େ ୩ ଫୁଟ ଓସାର ତିମିର ମୃତଦେହ ମୁହାଣରୁ ମିଳିବା ପରେ ବନବିଭାଗ ପକ୍ଷରୁ ହୋଇଛି ତନାଘନା ଓ ତଦନ୍ତ। ତିମିଟିର ମୃତ୍ୟୁ କିପରି ହେଲା ଓ ଏହା କିପରି ଏଠାକୁ ଆସିଲା ସେନେଇ ବନବିଭାଗ ପଦକ୍ଷେପ ସ୍ୱରୂପ ପ୍ରାଣୀଧନ ଚିକିତ୍ସକଙ୍କ ସହାୟତା ନେଇଛି।ସୂଚନାନୁଯାୟୀ,ଗହୀରମଥା ଅଭୟାରଣ୍ୟ ମାଦେଲି ମୁହାଣରେ ଗତକାଲି ଏକ ବିରାଟ ତିମିର ମୃତ ଦେହ ଲାଗିଥିଲା। ଏହା ମୁହାଣରେ ଲାଗିବା ପରେ ବନବିଭାଗ ଏହାର ବ୍ୟବଚ୍ଛେଦ ପାଇଁ ଗତକାଲି ରାଜନଗର ସ୍ଥିତ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଚିଠି ଲେଖିଥିଲା। ଏନେଇ ରାଜନଗର ପ୍ରାଣୀ ଚିକିତ୍ସାକେନ୍ଦ୍ର ମୋବାଇଲ ୟୁନିଟ ମୁଖ୍ୟ ଡ଼ଃ.ପ୍ରକାଶ ଚନ୍ଦ୍ର ଜେନା କୁହନ୍ତି,”ବନବିଭାଗର ଚିଠି ପାଇବା ପରେ ଆମେ ତୁରନ୍ତ ତିମିର ମୃତଦେହ ପଡି ରହିଥିବା ସ୍ଥାନ ମାଦେଳୀ ମୁହାଣରେ ପହଞ୍ଚିଥିଲୁ। ପ୍ରାରମ୍ଭିକ ତଦନ୍ତ କରି ଆମେ ଅନୁଭବ କରିଛୁ ଯେ ତିମିଟି ଗଭୀର ସମୁଦ୍ରରେ ଥିଲା ଏବଂ ପ୍ରାୟ ୧୫ଦିନ ଆଗରୁ ଏହାର ମୃତ୍ୟୁ ହୋଇଛି। ଏହି ତିମି ଶରୀରରୁ ପ୍ରାୟ ୬୦-୭୦% ନଷ୍ଟ ହୋଇଯାଇଛି। ଏହି ତିମିର ବୟସ ଖୁବ କମ ଏହାର ଲମ୍ବା ୩୨ଫୁଟ ଓ ଓସାର ସାଢ଼େ ୩ ଫୁଟ ଅଛି। ତଦନ୍ତ ସମୟରେ ଶରୀରର ଅଧିକାଂଶ ଅଂଶ ନଷ୍ଟ ହୋଇଯିବା କାରଣରୁ କିଛି ଅଂଶକୁ ଆମେ ସଂଗ୍ରହ କରି ଗୋପାଳପୁରରେ ଥିବା ବନବିଭାଗ ଲ୍ୟାବକୁ ବ୍ୟବଚ୍ଛେଦ ପାଇଁ ପଠାଇଛୁ। ଯେହେତୁ ଶରୀରର ଅର୍ଦ୍ଧାଧିକ ଭାଗ ନଷ୍ଟ ହୋଇଛି ତେଣୁ ଏହାକୁ ଆନାଲିସିସ କରିବା ସମ୍ଭବପର ନଥିଲା ” ସମୁଦ୍ରର କୌଣସି ସ୍ଥାନରେ ତାକୁ ଆଘାତ ଲାଗିଥିବାବେଳେ ତାର ଗଭୀର ସମୂଦ୍ରରେ ହିଁ ମୃତ୍ୟୁ ହୋଇଛି । ପରେ ଏହା ଭାସି ଭାସି ଆସି କୂଳରେ ଲାଗିଥିବା ବନବିଭାଗ ଅନୁମାନ କରୁଛି ବୋଲି କହିଛନ୍ତି।

  • Related Posts

    ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ରୋକିବା ଉଦ୍ଦେଶ୍ୟରେ କାର୍ଯ୍ୟାନୁଷ୍ଠାନ

    ୧୦/୦୪/୨୬,ଭୁବନେଶ୍ୱର: ରାଜ୍ୟରେ ଏଲପିଜି ଗ୍ୟାସ ଯୋଗାଣ ସ୍ଥିତି ସ୍ୱାଭାବିକ ରହିଛି । ମାତ୍ର କୌଣସି କାରଣ ନଥାଇ କିଛି ଅସାଧୁ ବ୍ୟକ୍ତି ବେଆଇନ ଭାବରେ ଗ୍ଯାସ ସିଲିଣ୍ଡର ମହଜୁଦ ରଖିବା ଖବର ସରକାରଙ୍କ ଦୃଷ୍ଟିକୁ ଆସିଛି । ଏହାକୁ ଭିତ୍ତିକରି ଯୋଗାଣ…

    Continue reading
    କ୍ୟାବିନେଟ: ହାଡ଼ୁଆ ଜଳ ସେଚନ ପ୍ରକଳ୍ପ ନେଇ ନିଆଗଲା ଏହି ନିଷ୍ପତ୍ତି

    ଭୁବନେଶ୍ୱର: ସରିଲା କ୍ୟାବିନେଟ ବୈଠକ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ୫ଟି ବିଭାଗର ମୋଟ ୧୧ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ