ଗୃହ ଅପରାହ୍ନ ୪ଟା ଯାଏଁ ମୁଲତବୀ

ଭୁବନେଶ୍ୱର: ଆଜି ମଧ୍ୟ ଗୃହର ପ୍ରଶ୍ନକାଳ ଆରମ୍ଭରୁ ଦେଖାଦେଇଛି ଅସନ୍ତୋଷ । ଚାଲି ପାରୁନି ବିଧାନସଭା । ବିରୋଧୀଙ୍କ ହଙ୍ଗାମା, ହଟ୍ଟଗୋଳ ଭିତରେ ସ୍ବାଭାବିକ ଭାବେ ଚାଲିପାରୁନି ଏହାକୁ ଦୃଷ୍ଟିରେ ରଖି ୪ଟା ଯାଏଁ ଗୃହକୁ ମୁଲତବି ରଖା ଯାଇଛି। ବିରୋଧୀଙ୍କ ହଙ୍ଗାମା ପାଇଁ ଗୃହକୁ ପୁଣି ବାଚସ୍ପତି ଙ୍କ ନିର୍ଦ୍ଦେଶ କ୍ରମେ ମୁଲତବୀ କରାଯାଇଛି । ଗୃହକାର୍ୟ୍ୟ ଆଜି ମଧ୍ୟ ସମାନ ଅବସ୍ଥା। ବିଜେଡି, କଂଗ୍ରେସ ବିଧାୟକଙ୍କ ନାରାବାଜି ଭିତରେ ବାରମ୍ବାର ମୁଲତବି ହେଉଛି ଗୃହ। ଏସ୍‌ସିବି ଅଗ୍ନିକାଣ୍ଡ ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିରୋଧୀ। ଏହାକୁ ନେଇ ଗୃହ ମଧ୍ୟ ଭାଗରେ ବିରୋଧୀ ବିଧାୟକ ନାରାବାଜି କରିଛନ୍ତି। ଗତ ୫ ଦିନ ହେଲା ସ୍ବାଭାବିକ ହୋଇପାରୁନି ପ୍ରଶ୍ନକାଳ।

ଆଜି ମଧ୍ୟ ବିଧାନସଭାରେ ଅଚଳାବସ୍ଥା । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀମାନେ ହଟ୍ଟଗୋଳ କରିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ ସଦସ୍ୟମାନେ ନାରାବାଜି କରିଥିଲେ। ଯାହାକୁ ନେଇ ବାଚସ୍ପତି ସାଢେ ୧୧ଟା ପର୍ୟ୍ୟନ୍ତ ମୁଲତବୀ କରିଥିଲେ। ପରେ ଗୃହକାର୍ୟ୍ୟ ଆରମ୍ଭ ହେବା ମାତ୍ରେ ଏସ୍‌ସିବି ଅଗ୍ନିକାଣ୍ଡକୁ ନେଇ କଂଗ୍ରେସ-ବିଜେଡି ବିଧାୟକଙ୍କ ହୋହଲ୍ଲା କରିଥିଲେ। ପୁର୍ନବାର ବାଚସ୍ପତି ଗୃହକୁ ୧୨ଟା ୩୦ ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରିବା ସହ ସର୍ବଦଳୀୟ ବୈଠକ ମଧ୍ୟ ଡାକିଥିଲେ। ଏସସିବି ମେଡ଼ିକାଲ ଅଗ୍ନିକାଣ୍ଡ ଘଟଣାକୁ ନେଇ ୧୭ ତାରିଖରୁ ଲଗାତାର ଭାବେ ଗୃହରେ ହଟ୍ଟଗୋଳ କରୁଛନ୍ତି ବିରୋଧୀ ।

  • Related Posts

    ହାଇକୋର୍ଟ ଗେଟ୍ ଆଗରେ ୩୪ ପୋଡି ପାଉଁଶ

    କଟକ: ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି ହୁତୁହୁତୁ ହୋଇ ଜଳିଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ…

    Continue reading
    ଶ୍ଵାସରୁଦ୍ଧ ହୋଇ ୨ ମୃତ

    ସମ୍ବଲପୁର: ଆଜି ସକାଳ ପ୍ରାୟ ୯ଟାରେ ବାମରା ବ୍ଲକ କେଶାଇବାହାଲ ଠାରେ ନୂତନ ଭାବେ ତିଆରି ହୋଇଥିବା ଶୌଚାଳୟ ଟାଙ୍କି ଭିତରକୁ ପଶି ସେଣ୍ଟରିଂ ଖୋଳୁଥିବା ବେଳେ ୪ଜଣ ଗୁରୁତର ହୋଇ ପଡ଼ିଥିଲେ । ସେଥି ମଧ୍ୟରୁ ୨ ଜଣ ବ୍ୟକ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ