
ଭୁବନେଶ୍ୱର: ଗତକାଲି ନୟାଗଡ଼ ଜିଲ୍ଲା ରଣପୁର ଏନ୍ଏସି ଅଞ୍ଚଳରେ ଗ୍ୟାସ୍ ଟାଙ୍କି ଫାଟି ଗୋଟିଏ ପରିବାରର ୬ଜଣ ଗୁରୁତର ହୋଇଥିଲେ। ଏମ୍ସ ଭୁବନେଶ୍ୱର ସମସ୍ତଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଗୀତାରାଣୀ ମହାନ୍ତି(୫୯)। ଆଜି ଭୋର୍ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।
ଅନ୍ୟ ଆହତମାନେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ଆଜି ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ସୁରମା ପାଢ଼ୀ ଏମ୍ସରେ ପହଞ୍ଚି ପୀଡ଼ିତ ପରିବାରକୁ ଭେଟି ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି।




