ବାସ୍ତୁଶାସ୍ତ୍ର ଅନୁଯାୟୀ, ମୟୂର ପ୍ରତିମା ରଖିବା ଦ୍ୱାରା ଘରେ ସକାରାତ୍ମକ ଊର୍ଜାର ଆଗମନ ହୋଇଥାଏ। ବିଶେଷକରି ରୁପାର ମୟୂର ପ୍ରତିମା ଘର ପାଇଁ ଅଧିକ ଶୁଭଫଳ ଆଣିଥାଏ। ତେବେ ମୟୂର ପ୍ରତିମାକୁ ଘରର କେଉଁ ସ୍ଥାନରେ ରଖିବା ଶୁଭ ହୋଇଥାଏ ଜାଣନ୍ତୁ ସେ ସମ୍ପର୍କରେ…
* ବାସ୍ତୁଶାସ୍ତ୍ର ଅନୁଯାୟୀ, ଠାକୁର ଘରେ ରୁପାର ମୟୂର ପ୍ରତିମା ରଖିଲେ ସକାରାତ୍ମକ ଊର୍ଜା ବୃଦ୍ଧି ପାଇବା ସଙ୍ଗେସଙ୍ଗେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କର କୃପା ଲାଭ ହୋଇଥାଏ। ଘରେ ସୁଖସମୃଦ୍ଧି ବଢ଼ିବା ସହିତ ମାନସିକ ଶାନ୍ତି ମିଳିଥାଏ।
* ବେଳେବେଳେ ଦେଖାଯାଏ, ନିଷ୍ଠାର ସହ ଖୁବ୍ ପରିଶ୍ରମ କରିବା ସତ୍ତ୍ୱେ ବି କାର୍ଯ୍ୟରେ ସଫଳତା ମିଳେନି। ଏହାପଛରେ ଭାଗ୍ୟଦୋଷର କାରଣ ଥିବା ଅନୁମାନ କରାଯାଏ। ଯଦି ଏମିତି ହେଉଥାଏ, ପୂର୍ଣ୍ଣିମା ଦିନ ରୁପାର ମୟୂର ପ୍ରତିମାଟିଏ ଆଣି ଟ୍ରେଜେରିରେ ରଖିଦେଲେ ଧୀରେ ଧୀରେ ଏହି ସମସ୍ୟାର ସମାଧାନ ହେବାକୁ ଲାଗେ।
* ବ୍ୟବସାୟରେ ବାରମ୍ବାର ସମସ୍ୟା ଉପୁଜୁଥିଲେ ଅଥବା କ୍ଷତି ହେଉଥିଲେ, ବ୍ୟବସାୟ ସମ୍ପର୍କିତ ଫାଇଲ୍ ପତ୍ର ଯେଉଁଠାରେ ରଖୁଛନ୍ତି, ସେଠାରେ ରୁପାର ଏକ ମୟୂର ପ୍ରତିମା ରଖିଦେଲେ କ୍ରମେ ଏହି ସମସ୍ୟା ସୁଧୁରିଯାଏ ବୋଲି ବିଶ୍ୱାସ କରାଯାଏ।
* ସ୍ତ୍ରୀ-ସ୍ବାମୀଙ୍କ ଭିତରେ ଥିବା ସମ୍ପର୍କକୁ ମଜଭୁତ କରିବା ପାଇଁ ସେମାନଙ୍କ ଶୟନ କକ୍ଷରେ ମଧ୍ୟ ରୁପାର ମୟୂର ପ୍ରତିମା ରଖିବା ଶୁଭ ହୋଇଥାଏ।
* ଘରର ଅଭାବ ଅସୁବିଧାକୁ ବି ରୁପାର ମୟୂର ପ୍ରତିମା ସୁଧାରିଥାଏ।
ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ
୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…



