ଘୁଞ୍ଚାଇଲା ବିଏମ୍‌ସି: ୧୭ ନୁହେଁ ୧୮ ତାରିଖରୁ ଆରମ୍ଭ ହେବ ବୁଲା କୁକୁର ଗଣନା

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ହେବ ବୁଲା କୁକୁର ଗଣନା। ୧୭ ନୁହେଁ ୧୮ର ତାରିଖରୁ ଆରମ୍ଭ ହେବ ବୁ କୁକୁର ଗଣନା। ‘ଏକ୍‌ ପେଡ୍ ମାଆ କେ ନାମ୍’ କାର୍ୟ୍ୟକ୍ରମ ପାଇଁ ଗୋଟିଏ ଦିନ ଘୁଞ୍ଚିଲା । ପୂର୍ବରୁ ୧୭ରେ ବୁଲା କୁକୁର ଗଣିବାକୁ ତାରିଖ ଧାର୍ୟ୍ୟ କରାଯାଇଥିଲା। ଏବେ ବିଏମ୍‌ସି ଏକ ନୋଟିସ୍ ଜାରି କୁକୁର ଗଣନାକୁ ଗୋଟିଏ ଦିନ ଘୁଞ୍ଚାଇଛି ।ସୂଚନା ଅନୁଯାଇ, ୧୭ ତାରିଖ ପରିବର୍ତ୍ତେ ୧୮ରୁ ତାରିଖରୁ ୬୭ଟି ୱାର୍ଡରେ କୁକୁର ଗଣନା କାର୍ୟ୍ୟ ଚାଲିବ । ବୁଲା କୁକୁର ଗଣନା ପାଇଁ ଜୋନ୍‌, ୱାର୍ଡ ଓ ୱାର୍ଡରେ ଥିବା ପ୍ରତ୍ୟେକ ଗଳି ପାଇଁ ଟିମ୍‌ ଗଠନ କରାଯାଇଛି । ପ୍ରତ୍ୟେକ ଗଳିକନ୍ଦିରେ ଦୁଇ ଦୁଇଟି ପର୍ୟ୍ୟାୟରେ ବୁଲା କୁକୁର ଗଣନା କରାଯିବ । ଏଥିପାଇଁ ବିଏମ୍‌ସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଥମ ପର୍ୟ୍ୟାୟ ଗଣନା ସେପ୍ଟେମ୍ବର ୧୮ରୁ ୨୦ ତାରିଖ ଏବଂ ଦ୍ୱିତୀୟ ପର୍ୟ୍ୟାୟ ଗଣନା ୨୧ରୁ ୨୪ ତାରିଖ ପର୍ୟ୍ୟନ୍ତ ଚାଲିବ । ଭୋର ୫ଟାରୁ ସକାଳ ୭ଟା ପର୍ୟ୍ୟନ୍ତ ଏହି କୁକୁର ଗଣନା ଚାଲିବ । ଦକ୍ଷ ପଶୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍‌ସପେକ୍ଟର, ଏସ୍‌ଏମଟିଏ, ଡିଇଓ, ସିଓ, ୱାର୍ଡ ଅଫିସର ପ୍ରମୁଖ ଏହି କାର୍ୟ୍ୟ ସଂପାଦନ କରିବେ । ଏକକାଳୀନ ୪୧୦ଟି ଟିମ୍‌ ଭୁବନେଶ୍ୱରର ବିଭିନ୍ନ ଗଳିକନ୍ଦିରେ କୁକୁର ଗଣନା ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୁକୁର ଗଣନାରେ ବିଏମ୍‌ସି ମୋଟ୍‌ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବ ।

  • Related Posts

    ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

    ୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

    Continue reading
    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ