ଚକା ବନ୍ଦ : ପ୍ରଭାବିତ ହୋଇଛି ପରିବହନ ସେବା

ଭୁବନେଶ୍ୱର : ସାରା ରାଜ୍ୟରେ ଡ୍ରାଇଭରମାନଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ପ୍ରଭାବିତ ହୋଇଛି ପରିବହନ ସେବା। ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହନ ଓ ସରକାରୀ ବସ୍‌ ସେବାକୁ ଛାଡ଼ି ରାଜ୍ୟରେ ପ୍ରାୟ ସମସ୍ତ ଘରୋଇ ଗାଡ଼ି ଚଳାଚଳ ବନ୍ଦ ରହିଛି। ୭ ଦଫା ଦାବି ପୂରଣ ପାଇଁ ମହାସଂଘ ପକ୍ଷରୁ ଦିଆଯାଇଥିବା ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ସଂଘ ଓ ସରକାରଙ୍କ ମଧ୍ୟରେ ଗତକାଲି ହୋଇଥିବା ଆଲୋଚନା ବିଫଳ ହୋଇଛି ଏବଂ ଦାବି ପୂରଣ ନ ହେବା ପର୍ୟ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଡ୍ରାଇଭର ସଂଘ ଚରମବାଣୀ ଶୁଣାଇଛି।
ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁଁ ସାରା ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ପୂରା ଠପ୍‌ ହୋଇଯାଇଛି। ବହୁ ସ୍ଥାନରେ ମଝି ରାସ୍ତାରେ ଆନ୍ଦୋଳନରତ ଡ୍ରାଇଭରମାନେ ସରକାରୀ ବସରୁ ଯାତ୍ରୀଙ୍କୁ ଓହ୍ଲାଇ ଦେଇଛନ୍ତି। ଫଳରେ ଗନ୍ତବ୍ୟସ୍ଥଳରେ ପହଞ୍ଚି ନ ପାରି ଅନେକ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସଂଘ ପକ୍ଷରୁ ରଖାଯାଇଥିବା ଦାବି ପୂରଣ ନ ହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମହାସଂଘ କହିଛି। ଗତ ମାସେ ତଳେ ମହାସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଆଗରେ ଦାବି ଉପସ୍ଥାପନ କରାଯାଇଥିବା ବେଳେ ଏହି ଦାବି ପୂରଣ ହୋଇ ନ ଥିବାରୁ ମଙ୍ଗଳବାରଠାରୁ ରାଜ୍ୟର ସମସ୍ତ ଗାଡ଼ି ଚାଳକ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗାଡି଼ ଚାଳକମାନଙ୍କ ଦ୍ୱାରା ଡାକରା ଦିଆଯାଇଥିବା ଏହି ଆନ୍ଦୋଳନକୁ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଓ ଟ୍ରକ୍‌ ମାଲିକ ସଂଘ ସମର୍ଥନ ଜଣାଇଥିବାରୁ ସାରା ରାଜ୍ୟରେ ଆନ୍ଦୋଳନର ଜୋରଦାର ପ୍ରଭାବ ପଢ଼ିଛି।
ମହାସଂଘ ପକ୍ଷରୁ କୁହାଯାଇଛି ଯେ ଡ୍ରାଇଭର ମାନଙ୍କ ବିଭିିନ୍ନ ସମସ୍ୟାକୁ ନେଇ ସରକାରଙ୍କୁ ଅବଗତ କରାଯାଇଛି। ଏହି ସମୟ ମଧ୍ୟରେ ଡ୍ରାଇଭରମାନଙ୍କର କେବଳ ଗୋଟିଏ ଦାବି ପୂରଣ ହୋଇଛି। ଗତ ମାର୍ଚ୍ଚ ୨୯ରୁ ୬ ଦିନ ପର୍ୟ୍ୟନ୍ତ ଗାନ୍ଧୀମାର୍ଗରେ ଡ୍ରାଇଭରମାନେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ। ହେଲେ ସରକାର ଡ୍ରାଇଭରମାନଙ୍କ ଦାବି ପୂରଣ ନେଇ କୌଣସି ପଦକ୍ଷେପ ନେଇ ନାହାନ୍ତି। ଯାହାଦ୍ୱାରା ଡ୍ରାଇଭରମାନଙ୍କ ମଧ୍ୟର ଅସନ୍ତୋଷ ପ୍ରକାଶ ପାଉଛି ଏବଂ ସମସ୍ତ ଡ୍ରାଇଭର ବଡ଼ ଆନ୍ଦୋଳନକୁ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ମହାସଂଘ ପକ୍ଷରୁ ରହିଥିବା ଦାବି ମଧ୍ୟରେ ଡ୍ରାଇଭର ଉନ୍ନୟନ ବୋର୍ଡରେ ଅଟୋ ଚାଳକଙ୍କୁ ସାମିଲ କରିବା ସହ ଜନ ସାଧାରଣଙ୍କ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍‌, ୬୦ ବର୍ଷ ପରେ ସ୍ୱତନ୍ତ୍ର ଭତ୍ତା, ଗାଡ଼ି ପାଇଁ ପାର୍କିଂ ସ୍ଥଳୀ ଓ ଡ୍ରାଇଭରଙ୍କ ବିଶ୍ରାମ ପାଇଁ ସ୍ଥାନ, ଖଣି ଖାଦାନ ଏବଂ କାରଖାନାରେ ୭୦ ପ୍ରତିଶତ ଓଡ଼ିଆ ଡ୍ରାଇଭର ନିଯୁକ୍ତି ଓ ସେପ୍ଟେମ୍ବର ୧କୁ ଡ୍ରାଇଭର ଦିବସ ଘୋଷଣା ଆଦି ଦାବି ରହିଛି।

  • Related Posts

    ରେକର୍ଡ ଡାନ୍ସ ନହେବାରୁ ହଙ୍ଗାମା

    ବ୍ରହ୍ମପୁର: ରେକର୍ଡ ଡାନ୍ସ ନହେବାରୁ ହଙ୍ଗାମା। ଦଣ୍ଡନାଚରେ ହୋହଲ୍ଲା କଲେ ସ୍ଥାନୀୟ ଲୋକେ। ବାଧ୍ୟ ହୋଇ କାର୍ଯ୍ୟକ୍ରମ ବନ୍ଦ କଲେ ଦଣ୍ଡନାଚ ଯାତ୍ରା ପାର୍ଟି। ଗତକାଲି ରାତିରେ ବ୍ରହ୍ମପୁର ହିଲପାଟଣା ଅଂଚଳରେ ଦଣ୍ଡନୃତ୍ୟ ଅନୁଷ୍ଠିତ ହୋଇଥିଲା। ସାମାଜିକ ନାଟକ ପରିବେଷଣ ହେଉଥିଲା।…

    Continue reading
    ଆଜିଠୁ ବଢ଼ିବ କାଳବୈଶାଖୀ ବର୍ଷା

    ଭୁବନେଶ୍ୱର: ରବିବାରଠାରୁ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ବଢ଼ିପାରେ । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା । ୪୦ରୁ ୫୦ କିମି ବେଗରେ ପବନ ବହିବ । ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ