ଛାତ୍ରକୁ ଛୁରୀ ଭୁସି ଦେଲେ ଅଣଛାତ୍ର

ଜୟପୁର : ଛାତ୍ରକୁ ଛୁରୀ ଭୁସି ଦେଲେ ଏକାଧିକ ଅଣଛାତ୍ର । ଗୁରୁତର ଅବସ୍ଥାରେ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆହତ ଛାତ୍ର ଜଣଙ୍କୁ ଭର୍ତ୍ତି କରାଯାଇଛି। ଗୁରୁତର ଛାତ୍ର ଜଣଙ୍କ ହେଲେ ରାମଚନ୍ଦ୍ର ମାଢୀ । ସେ ଜୟପୁର ବିକ୍ରମଦେବ କଲେଜର ଯୁକ୍ତ ୩ ଦ୍ବିତୀୟ ବର୍ଷର ଛାତ୍ର।

ରାମଚନ୍ଦ୍ର ମାଢୀ ଓ ତାଙ୍କର ଜଣେ ସାଙ୍ଗ ସରସ୍ବତୀ ମୂର୍ତ୍ତୀ ବିସର୍ଜନ ସାରି କଲେଜକୁ ଫେରୁଥିଲେ। ଏହି ସମୟରେ ଜଣେ ଅଣ ଛାତ୍ର ରାମଚନ୍ଦ୍ରଙ୍କ ମୋବାଇଲ ଛଡାଇ ନେବାକୁ ଚେଷ୍ଟା କରୁଥିଲା । ଏହାକୁ ରାମଚନ୍ଦ୍ର ଓ ତାଙ୍କ ସାଙ୍ଗ ବିରୋଧ କରିଥିଲେ । ଏହାକୁ ନେଇ ଏମାନଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ସଂପୃକ୍ତ ଅଣଛାତ୍ର ଜଣଙ୍କ ସ୍ଥାନୀୟ କିଛି ପିଲାଙ୍କୁ ଡାକି ରାମଚନ୍ଦ୍ରଙ୍କୁ ଆକ୍ରମଣ କରିବା ସହ ପେଟରେ ଛୁରୀ ଭୁସି ଦେଇଥିଲେ । ଏଥିରେ ରାମଚନ୍ଦ୍ର ଗୁରୁତର ହୋଇଥିଲେ। ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ କୋରାପୁଟ ଜିଲ୍ଲା ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

  • Garvita Odia

    Related Posts

    ବାପା-ମା’ଙ୍କୁ ପଥରରେ ଛେଚି ହତ୍ୟା କଲା ପୁଅ

    ବାରିପଦା: ନିଶାସକ୍ତ ପୁଅର ଉନ୍ମତକାଣ୍ଡ । ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ତଥା ବଡ଼ସାହି ବ୍ଲକ୍ ଅନ୍ତର୍ଗତ ମାନଗୋବିନ୍ଦପୁର ପଞ୍ଚାୟତ ଧନାପାଳରେ ଡବଲ୍ ମର୍ଡର । ରୋଗୀଣା ବୃଦ୍ଧ ବାପା-ମା’ଙ୍କୁ ପଥରରେ ଛେଚି ହତ୍ୟା କଲା ପୁଅ । ମୃତ ବାପା…

    ଏଫଏମ୍ କଲେଜ ପ୍ରିନ୍ସିପାଲ ଗିରଫ

    ବାଲେଶ୍ବର: ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ କଲେଜ ପ୍ରିନ୍ସିପାଲ ଦିଲ୍ଲୀପ ଘୋଷଙ୍କୁ ଗିରଫ କଲା ସହଦେବଖୁଣ୍ଟା ପୋଲିସ। ପୂର୍ବରୁ ଏହି ଘଟଣାରେ ଏଚ୍‌ଓଡି ସମୀର ସାହୁଙ୍କୁ ଗିରଫ କରାଯାଇଥିବାବେଳେ, ପ୍ରିନ୍ସିପାଲଙ୍କୁ ମଧ୍ୟ ଗିରଫ କରିବାକୁ ଦାବି କରୁଥିଲେ ପୀଡ଼ିତାଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୁଲିସ

    ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୁଲିସ

    ବିଜେଡିଙ୍କ ଉପରକୁ ମଧ୍ୟ ଟିୟର ଗ୍ୟାସ୍ ପ୍ରୟୋଗ

    ବିଜେଡିଙ୍କ ଉପରକୁ ମଧ୍ୟ ଟିୟର ଗ୍ୟାସ୍ ପ୍ରୟୋଗ

    ୧୯ ଯାଏ ପ୍ରବଳ ବର୍ଷା

    ୧୯ ଯାଏ ପ୍ରବଳ ବର୍ଷା

    ବିଜେଡ଼ି କର୍ମୀଙ୍କ ଉପରେ ପାଣିମାଡ଼

    ବିଜେଡ଼ି କର୍ମୀଙ୍କ ଉପରେ ପାଣିମାଡ଼

    ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ କଥାହେଲେ ରାହୁଲ

    ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ କଥାହେଲେ ରାହୁଲ

    ଏଣିକି ବିଦା ହେବେ ଅପାରଗ , ଅଯୋଗ୍ୟ ଅଧିକାରୀ

    ଏଣିକି ବିଦା ହେବେ ଅପାରଗ , ଅଯୋଗ୍ୟ ଅଧିକାରୀ