
ଭୁବନେଶ୍ୱର: ରାଜ୍ୟରେ ଓଏଏସ ଅଫିସରଙ୍କ ସମୂହ ଛୁଟି ପ୍ରସଙ୍ଗରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏକ ଜରୁରୀ ବୈଠକ ଡାକିଛନ୍ତି । ଏନେଇ ଲୋକସେବା ଭବନରେ ଜରୁରୀ ବୈଠକ ଆରମ୍ଭ ହୋଇଛି । ବୈଠକରେ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଓ ବିଭୂତି ଜେନାଙ୍କ ସମେତ ଅନ୍ୟ ମନ୍ତ୍ରୀ ଓ ଅଧିକାରୀ ଉପସ୍ଥିତ ଥିବା ଜଣାଯାଇଛି ।
ପ୍ରକାଶ ଯେ ବିଏମ୍ସି ଅତିରିକ୍ତ କମିସନରଙ୍କୁ ଆକ୍ରମଣ ପରେ ସମୂହ ଛୁଟିରେ ଓଏଏସ୍ ଅଧିକାରୀ । ଯାହାର ପ୍ରଭାବ ଆଜି ଦେଖିବାକୁ ମିଳିଛି । ଅଫିସ୍ରେ ନାହାନ୍ତି ଅଫିସର । ସବୁ ଅଫିସ୍ ଏବେ ଖାଁ ଖାଁ । ଅଫିସ୍ ଆଗରେ ଲୋକଙ୍କ ଗହଳି ଲାଗିଥିବା ବେଳେ ଶାସନ ବ୍ୟବସ୍ଥା ଠପ୍ ହୋଇପଡ଼ିଛି । ଫଳରେ ଲୋକେ ନିରାଶ ହେଉଛନ୍ତି। ବିଏମ୍ସି ଅତିରିକ୍ତ କମିସନରଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ କାର୍ପଟଦାରଙ୍କ ଗିରଫ ଦାବି କରିଛି ଓଏଏସ୍ ସଂଘ। ଆଜି ସୁଦ୍ଧା କାର୍ପଟଦାରଙ୍କୁ ଗିରଫ କରି କାର୍ୟ୍ୟାନୁଷ୍ଠାନ ନନେଲେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଓଏଏସ୍ ସଂଘ।