କାମାକ୍ଷାନଗର,17/08:ଜାମ୍ମୁକାଶ୍ମୀରର କିସ୍ତୱାରଠାରେ ବାଦଲଫଟା ବର୍ଷାରେ ଓଡ଼ିଆ ସିଆଇଏସଏଫ ଯବାନ ମନୋଜ ବିଶ୍ୱାଳ ସହିଦ ହୋଇଛନ୍ତି । ଢେଙ୍କାନାଳ ପରଜଙ୍ଗ ଥାନା ମାଣିକମରା ଗ୍ରାମେର ମନୋଜଙ୍କ ଘର। ହଠାତ ବାଦଲଫଟା ବର୍ଷା ହେବା ଫଳରେ ଭୂସ୍କଳନ ହୋଇଥିବା ବେଳେ ଯବାନମାନେ ରହୁଥିବା କ୍ୟାମ୍ପ ସମ୍ପୂର୍ଣ ଭାବେ ନଷ୍ଟ ହୋଇଯାଇଥିଲା। ତେବେ ଏହାରି ଭିତରେ ମନୋଜଙ୍କ ସେଠାରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ମନୋଜଙ୍କ ମୃତ୍ୟୁଖବର ଆଜି ପରିବାର ଲୋକ ପାଇଥିବା ବେଳେ ତାଙ୍କ ପୈତୃକ ଗ୍ରାମ ମାଣିକମରାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
କ୍ୟାବିନେଟ: ହାଡ଼ୁଆ ଜଳ ସେଚନ ପ୍ରକଳ୍ପ ନେଇ ନିଆଗଲା ଏହି ନିଷ୍ପତ୍ତି
ଭୁବନେଶ୍ୱର: ସରିଲା କ୍ୟାବିନେଟ ବୈଠକ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ୫ଟି ବିଭାଗର ମୋଟ ୧୧ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ…




