ଜିମ୍‌ ନ ଯାଇ ରୁହନ୍ତୁ ଫିଟ୍‌

ଦିନକୁ ଦିନ ମଣିଷର ଜୀବନଶୈଳୀ ପରିବର୍ତ୍ତନ ହେବାରେ ଲାଗିଛି । ମଣିଷ ଆଜିକାଲି ଫିଟ ରହିବା ଉପରେ ଅଧିକ ଗୁରୁତ୍ୱ ଦେଉଛି । ଏଥିପାଇଁ ଜିମ ଅଧିକ ଲୋକଙ୍କ ପସନ୍ଦ ପାଲଟିଛି । ଆପଣ ଦେଖୁଥିବା ସକାଳ ହେଲେ ପାର୍କରେ ଓପନ ଜିମରେ ଲୋକଙ୍କ ଭିଡ ଜମୁଛି । ଆଉ ଯେଉଁମାନେ ଓପନ ଜିମକୁ ପସନ୍ଦ କରୁନାହାନ୍ତି ସେମାନ ଟଙ୍କା ଦେଇ ଜିମକୁ ଯାଉଛନ୍ତି । ଆଉ ଜିମକୁ କିଛି ଦିନ ଯିବା ପରେ ଆଉ ନିୟମିତ ଯାଇନାହାନ୍ତି । ଏଭଳି ସଂଖ୍ୟା ଭାରତରେ ଅଧିକ ବୋଲି ଜଣାଯାଇଛି । ଶହେରୁ ମାତ୍ର ୪୦-୫୦ ଲୋକ ହିଁ ନିୟମିତ ଆସୁଛନ୍ତି । ଫଳରେ ଆପଣଙ୍କ ଟଙ୍କା ବରବାଦ ହେଉଛି । କିନ୍ତୁ ଆପଣ ଜାଣିଛନ୍ତି, ଆପଣ ଯେଉଁ ଜିମକୁ ଯାଉଛନ୍ତି, ସେଠାରେ ଝାଳ ବାହାର କରୁଛନ୍ତି ନା ଅଳ୍ପ ବ୍ୟାୟାମ ପରେ ଚାଲିଆସୁଛନ୍ତି ।

ଯଦି ଏଭଳି କରୁଛନ୍ତି , ତାହାହେଲେ ଆପଣଙ୍କ ଟଙ୍କା ବରବାଦ ହେଉଛି ବୋଲି ଜାଣିନିଅନ୍ତୁ । ଏକ ଅଧ୍ୟୟନରୁ ଜଣାପଡିଛି . ଭାରତରେ ୭୬ ପ୍ରତିଶତ ଲୋକ ଜିମରେ ନାଁ ଲେଖାଇଲେ ମଧ୍ୟ ନିୟମିତ ଜିମ ଯାଇନଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି ଜିମ ନ ଯାଇ ବି ଆପଣ ଫିଟ୍‌ ରହିପାରିବେ । ଆଉ ଜିମରେ ଟଙ୍କା ଖର୍ଚ୍ଚ ନ କରି ବି ଝାଳ ବୁହାଇପାରିବେ । ଏହାର ଅନେକ ବିକଳ୍ପ ରହିଛି ।

– ପ୍ରତ୍ୟେକ ଦିନ ସକାଳୁ ଉଠିବା ଅଭ୍ୟାସ କରନ୍ତୁ
– ୩୦ ମିନିଟ ପାଦରେ ଚାଲିବା ଅଭ୍ୟାସ ରଖନ୍ତୁ
– ଚାଲିବା ସମୟରେ ଯେଭଳି ଗତି ଠିକ ରହିବ, ତା ଉପରେ ଧ୍ୟାନ ଦିଅନ୍ତୁ
– ୩୦ ମିନିଟରେ ୩ କିଲୋମିଟର ଚାଲିବାର ଟାର୍ଗେଟ ରଖନ୍ତୁ
– ଚାଲିବା ବେଳେ ଟିକିଏ ସ୍ପିଡ ଚାଲନ୍ତୁ
– ସିଢି ଚଢିବା ଅଭ୍ୟାସ ଶରୀର ପାଇଁ ହିତକାରକ
– ଏଭଳି କଲେ ଶରୀରର ଷ୍ଟାମିନା ବଢିବ
– ପ୍ରତ୍ୟେକ ଦିନ ୫ରୁ-୧୦ ମିନିଟ ପ୍ରାଣାୟମ କରନ୍ତୁ
– ଶରୀରଠାରୁ ଅଧିକ ମୂଲ୍ୟବାନ ଆଉ କୌଣସି ଜିନିଷ ନୁହେଁ
– ସ୍ୱାସ୍ଥ୍ୟ ହିଁ ସବୁଠାରୁ ବଡ ସମ୍ପଦ

  • Related Posts

    ଲୁହା କଡେ଼ଇରେ ଖାଦ୍ୟ ରାନ୍ଧୁଥିଲେ ସାବଧାନ !

    ରୋଷେଇ କରିବା ସମୟରେ ଜାଣତରେ କିମ୍ବା ଅଜାଣତରେ ଆମେ ଅନେକ ଭୁଲ୍ କରିଥାଉ । ଏହି ଭୁଲ୍ ଗୁଡିକ ମଧ୍ୟରୁ କେତେକ ଏପରି ଅଛି ଯାହା ପାଇଁ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇପାରେ । ଏହି କାରଣରୁ ଯେତେବେଳେ ବି…

    Continue reading
    ଖରାଦିନରେ ନିଅନ୍ତୁ ନିଜର ଯତ୍ନ

    ରାଜ୍ୟରେ ଖରା ଓ ଗୁଳୁଗୁଳିର ପ୍ରକୋପ ଏତେ ମାତ୍ରାରେ ବଢ଼ିଯାଇଛି ଯେପରି ତତଲା କଡେ଼ଇରେ ସନ୍ତୁଳି ହେଉଛି ଜନଜୀବନ । ପଶୁପକ୍ଷୀଙ୍କ ଠାରୁ ନେଇ ଗଛଲତା ଓ ମଣିଷ ସବୁଠି ହାହାକାର । ବର୍ତ୍ତମାନ ତାପମାତ୍ରା ଦିନକୁ ଦିନ ବଢ଼ିଚାଲିଛି। ତେଣୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ