ଜୀଅନ୍ତା ଜଳି ମହିଳା ମୃତ

କରଞ୍ଜିଆ : ନିଜ ଦେହରେ ନିଆଁ ଲଗାଇ ଦେଲେ ପୁରୁଷ ଓ ମହିଳା। ଜୀଅନ୍ତା ଜଳିଗଲେ ମହିଳା । ଏଭଳି ଅଭାବନୀୟ ଘଟଣା ମୟୁରଭଞ୍ଜର କରଞ୍ଜିଆରେ ଶନିବାର ଘଟିଛି। ଖିଚିଂ କଲେଜ ସମ୍ମୁଖରେ ଏହି ଆତ୍ମାହୁତି ଉଦ୍ୟମ ହୋଇଛି । ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଏହି ଆତ୍ମାହୁତି ଉଦ୍ୟମରେ ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଛି । ଜଣେ ପୁୁରୁଷ ଏଥିରେ ଗୁରୁତର ହୋଇଛନ୍ତି । ତାଙ୍କ ନାମ ଶୁକ୍ରୁଳି ବୋଲି ଜଣାପଡିଥିବା ବେଳେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଉଭୟ ମହିଳା ଓ ପୁରୁଷ ଖିଚିଂ ଗାଁର । ଆତ୍ମାହୁତି ଉଦ୍ୟମର କାରଣ ଅସ୍ପଷ୍ଟ ରହିଥିବା ବେଳେ ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରେମ ବ୍ୟାପାରକୁ ନେଇ ଏଭଳି ଘଟିଥିବା ସନ୍ଦେହ କରାଯାଉଛି।

  • Related Posts

    ଏସ୍‌ସିବି ଟ୍ରାଜେଡିର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ

    କଟକ: ଏସ୍‌ସିବି ଟ୍ରମା ଆଇସିୟୁରେ ଅଗ୍ନିକାଣ୍ଡ ଘଟଣାକୁ ଆଉ ଦିନ କେଇଟା ପରେ ମାସେ ପୂରିବ । ଏହାରି ଭିତରେ ଏସ୍‌ସିବି ଟ୍ରାଜେଡିର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ଅବସରପ୍ରାପ୍ତ ବିଚାରପତି ଲକ୍ଷ୍ମୀଧର ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ତଦନ୍ତକାରୀ ଟିମ୍…

    Continue reading
    ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଆରମ୍ଭ

    ପୁରୀ: ଆରମ୍ଭ ହେଲା ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ । ଆଜି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆରମ୍ଭ ହୋଇଛି । ରତ୍ନଭଣ୍ଡାର ଟିମର ସଦସ୍ୟମାନେ ମହାପ୍ରଭୁଙ୍କ ସକାଳ ଧୂପ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ