ଜୟନାରାୟଣଙ୍କ ବ୍ୟକ୍ତିଗତ ମନ୍ତବ୍ୟ, ସହମତ ନୁହନ୍ତି ସରକାର : ଆଇନ ମନ୍ତ୍ରୀ

ଭୁବନେଶ୍ବର: ଜୟ ନାରାୟଣଙ୍କ ବିବାଦୀୟ ବିବୃତ୍ତିକୁ ନେଇ ଜାରି ରହିଛି ତୁମ୍ଭି ତୋଫାନ । “ଓଡିଶାରେ ମିଶିବା ଏକ ଐତିହାସିକ ଭୁଲ” ବୋଲି ମନ୍ତବ୍ୟ ଦେଇଥିଲେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ତେବେ ଜୟ ନାରାୟଣଙ୍କ ମନ୍ତବ୍ୟକୁ ନେଇ ମୁହଁ ଖୋଲିଛି ଶାସକ ଦଳ । ଏହା ତାଙ୍କର ବ୍ୟକ୍ତିଗତ ମତ, ସରକାର ସହମତ ନୁହନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ଉକ୍ତ ପ୍ରସଙ୍ଗରେ ଦୁଇ ଦିନ ଧରି ବିଜେଡି ବିଧାନସଭାରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ ବିରୋଧୀ ।
ଆଇନ ମନ୍ତ୍ରୀ ବିଧାନସଭାରେ ବିଜେପିର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର ମନ୍ତବ୍ୟ ଉପରେ ବିବୃତ୍ତି ରଖିଛନ୍ତି । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, “ଓଡିଶାରେ ମିଶିବା ଏକ ଐତିହାସିକ ଭୁଲ” ଏହା ଜୟ ନାରାୟଣଙ୍କର ବ୍ୟକ୍ତିଗତ ମନ୍ତବ୍ୟ । ଏହି ମନ୍ତବ୍ୟରେ ରାଜ୍ୟ ସରକାର ସହମତ ନୁହଁନ୍ତି । ରାଜ୍ୟ ସରକାର ଗଠନମୂଳକ ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି । ପଶ୍ଚିମ ଓଡିଶା ବିକାଶ ପରିଷଦ ଜରିଆରେ ଅଞ୍ଚଳର ବିକାଶ କରାଯାଉଛି । ସେହିପରି ଦକ୍ଷିଣ ଓ ଉତ୍ତର ଓଡିଶା ବିକାଶ ପରିଷଦ ଗଠନ ପ୍ରକ୍ରିୟା ଜାରି ରହିଛି ।”

ଆଇନ ମନ୍ତ୍ରୀଙ୍କ ବିବୃତ୍ତି ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଅରୁଣ କହିଛନ୍ତି, “ବିଧାନସଭା ପରିଚାଳନା ରାଜ୍ୟ ସରକାରଙ୍କ ଦାୟିତ୍ୱ । ବିଧାନସଭାର ଏହି ଅଧିବେଶନ ଆରମ୍ଭ ପୂର୍ବରୁ ଆକ୍ସନ ନେବୁ ବୋଲି ବାଚସ୍ପତି କହିଥିଲେ । ସରକାରୀ କାର୍ୟ୍ୟକ୍ରମରେ ବିଜେପିର ବରିଷ୍ଠ ସଦସ୍ୟ ଜୟ ନାରାୟଣ ମିଶ୍ର ଓଡିଶାକୁ ବିଖଣ୍ଡିତ କରିବା ଭଳି ଏକ ମନ୍ତବ୍ୟ ଦେଇଥିଲେ । ଓଡିଶାରେ ମିଶିବା ଏକ ଐତିହାସିକ ଭୁଲ ବୋଲି କହିଥିଲେ । ବିଜେପିର ଜଣେ ବରିଷ୍ଠ ନେତାଙ୍କ ମନ୍ତବ୍ୟ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ରଖିବାକୁ ବିଜେଡି ଦାବି କରିଥିଲା । ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ନଥିବାରୁ ଉପମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖିବେ ବୋଲି ଗତକାଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଥିଲେ । କିନ୍ତୁ ଉପମୁଖ୍ୟମନ୍ତ୍ରୀ ବିବୃତ୍ତି ରଖିଲେ ନାହିଁ । ଆଇନ ମନ୍ତ୍ରୀ ବିବୃତ୍ତି ରଖିଛନ୍ତି । ଅର୍ଥାତ ବିଜେପି ଯାହା କୁହେ, ତାହା କରେ ନାହିଁ । ଓଡ଼ିଶାର ଅଖଣ୍ଡତାକୁ ନେଇ ବିଜେଡି ବିକ୍ଷୋଭ କରୁଥିଲା । ମହିଳା ଅତ୍ୟାଚାର ଓ ଆଇନ ଶୃଙ୍ଖଳା ପ୍ରସଙ୍ଗରେ କଂଗ୍ରେସ ବିକ୍ଷୋଭ କରିଥିଲା ।”

  • Related Posts

    ସୋମବାରଠୁ ଭିତର ରତ୍ନଭଣ୍ଡାର ଗଣତି ମଣତି

    ପୁରୀ: ଆଜି ସରିବ ବାହାର ରତ୍ନ ଭଣ୍ଡାର ଗଣତି ମଣତି। ଗତକାଲି ତୃତୀୟ ଦିନରେ ବାହାର ରତ୍ନଭଣ୍ଡାର ଅଳଙ୍କାରର ପ୍ରାୟ ୯୦% ଅଳଙ୍କାରର ଗଣତି ମଣତି ସରିଛି। ସମସ୍ତ ଅଳଙ୍କାରର ଥ୍ରୀଡୀ ମ୍ୟାପିଂ ସହ ଭିଡିଓଗ୍ରାଫି ଓ ଫଟୋଗ୍ରାଫି ହୋଇଛି। ଆସନ୍ତା…

    Continue reading
    କ୍ୟାବିନେଟ ନିଷ୍ପତ୍ତି : କେନ୍ଦୁଝର ଜିଲ୍ଲାରେ ୧୬୪୭କୋଟି ଟଙ୍କାର ଅତ୍ୟାଧୁନିକ ଗ୍ରୀଡ୍ ସବଷ୍ଟେସନ

    ଭୁବନେଶ୍ୱର: ରାଜ୍ୟରେ ଶକ୍ତି, ପରିବହନ ଓ ପାନୀୟ ଜଳ କ୍ଷେତ୍ର ସମେତ ୫ଟି ବିଭାଗର ମୋଟ ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ କେନ୍ଦୁଝରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ