ଟେଷ୍ଟ ମ୍ୟାଚ୍ ଖେଲିବେନି ରୋହିତ ଶର୍ମା , ଯଶପ୍ରୀତ ବୁମରା ନେବେ ନେତୃତ୍ୱ

ପର୍ଥରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ମ୍ୟାଚରୁ ବାଦ୍ ପଡ଼ିପାରନ୍ତି ଅଧିନାୟକ ରୋହିତ ଶର୍ମା। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚରେ ରୋହିତ ଶର୍ମା ଦଳରେ ରହିବେ ନାହିଁ। ଏନେଇ ବିଶେଷ ସୂତ୍ରରୁ ପ୍ରକାଶ ପାଇଛି।
ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ରୋହିତ ଶର୍ମା ବର୍ତ୍ତମାନ ପିତୃତ୍ୱ ଛୁଟିରେ ଥିବାରୁ ସେ ବର୍ଡର-ଗାଭାସ୍କର ଟ୍ରଫିର ଉଦଘାଟନୀ ମ୍ୟାଚରେ ଭାଗ ନେଇପାରିବେ ନାହିଁ। ଏହି ମ୍ୟାଚ୍ ନଭେମ୍ବର ୨୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବ। ସେପର୍ଯ୍ୟନ୍ତ ରୋହିତ ଶର୍ମା ଛୁଟିରେ ଥିବାରୁ ସେ ଦଳରେ ଯୋଗଦେଇ ପାରିବେ ନାହିଁ।
ତେବେ ରୋହିତ ଶର୍ମା କେବେ ଟିମ୍ ଇଣ୍ଡିଆରେ ସାମିଲ୍ ହେବେ ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ସେ ଦଳକୁ ଫେରିବା ପର୍ଯ୍ୟନ୍ତ ତାଙ୍କ ସ୍ଥାନରେ ଯଶପ୍ରୀତ ବୁମରା ଅଧିନାୟକ ଦାୟିତ୍ୱ ତୁଲାଇ ପାରନ୍ତି। କାରଣ ରୋହିତଙ୍କ ଅନୁପସ୍ଥିତିରେ ବୁମରା ଦଳର ନେତୃତା ନେବା ନେଇ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ପୂର୍ବରୁ ସ୍ପଷ୍ଟ କରିଥିଲେ।

ଗମ୍ଭୀର ପୂର୍ବରୁ ନିଶ୍ଚିତ କରିଥିଲେ ଯେ, ରୋହିତ ଶର୍ମା ଯଦି ପ୍ରଥମ ଟେଷ୍ଟ ଖେଳି ନ ପାରନ୍ତି, ତେବେ ଷ୍ଟାର୍ ପେସ୍ ବୋଲର୍ ଯଶପ୍ରୀତ ବୁମରା ଟିମ୍ ଇଣ୍ଡିଆର ଅଧିନାୟକ ହେବେ।

ସେପଟେ, ଶୁବମନ ଗିଲ୍ ମଧ୍ୟ ଆହତ ସମସ୍ୟା କାରଣରୁ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ଏପରି ସ୍ଥିତିରେ ଯଶସ୍ୱୀ ଜୈସ୍ୱାଲଙ୍କ ସହ କିଏ ଓପନିଂ କରିବେ ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ତେବେ ବିସିସିଆଇ କାହାକୁ ଓପନିଂ ପାଇଁ ଚୟନ କରୁଛି, ତା’ ଉପରେ ନଜର।

Related Posts

ଆଜି ସୁପର କିଙ୍ଗ୍‌ସ-କିଙ୍ଗ୍‌ସ ମୁକାବିଲା

କଲକାତା: ଆଇପିଏଲରେ ଶୁକ୍ରବାର ଚେନ୍ନଇ ସୁପରକିଙ୍ଗ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ସପ୍ତମ ମ୍ୟାଚ ଖେଳାଯିବ। ଉଭୟ ଦଳ ଦ୍ବିତୀୟ ମ୍ୟାଚରେ ଅବତ୍ତୀର୍ଣ୍ଣ ହେ​‌େ​‌ବ। ଚେନ୍ନଇ ସୁପରକିଙ୍ଗ୍‌ସ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାବେଳେ ପଞ୍ଜାବ କିଙ୍ଗ୍‌ସ ବିଜୟ ହାସଲ କରିଥିଲା। ଋତୁରାଜ…

Continue reading
ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ

ଲକ୍ଷ୍ନୌ:ଆଇପିଏଲ୍ ୨୦୨୬ ର ପଞ୍ଚମ ଲିଗ୍ ମ୍ୟାଚ୍ ରେ, ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜାଏଣ୍ଟସ୍ କୁ ୬ ୱିକେଟରେ ପରାସ୍ତ କରିଛି। ସମୀର ରିଜଭି ଏବଂ ଟ୍ରିଷ୍ଟନ୍ ଷ୍ଟବ୍ସ ଦଳକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଯୋଡ଼ି…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ