ଡାକ୍ତର ଦେବେନ୍ଦ୍ର ପ୍ରଧାନ ଭାରତୀୟ ରାଜନୀତିର ଏକ ପ୍ରମୁଖ ସ୍ତମ୍ଭ : ରାଜନାଥ ସିଂହ

ଭୁବନେଶ୍ୱର: ଡାକ୍ତର ଦେବେନ୍ଦ୍ର ପ୍ରଧାନ ଥିଲେ ଭାରତୀୟ ରାଜନୀତିର ଏକ ପ୍ରମୁଖ ସ୍ତମ୍ଭ । ସହଜତା, ସରଳତା ଓ ସଠିକ୍ ଭାବ ଡାକ୍ତର ପ୍ରଧାନଙ୍କ କାର୍ଯ୍ୟରେ ପରିଲକ୍ଷିତ ହେଉଥିଲା। ସ୍ଥାନୀୟ କୃଷି ଶିକ୍ଷା ସଦନଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସମାରୋହରେ ଯୋଗ ଦେଇ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇ ଦେବେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶାର ଜଣେ ସ୍ଥିତପ୍ରଜ୍ଞ ରାଜନେତା କହିଥିଲେ।

ରକ୍ଷାମନ୍ତ୍ରୀ ଶ୍ରୀ ସିଂହ କହିଥିଲେ ଯେ ଖୁବ୍ କମ୍ ସମୟ ପାଇଁ ହେଉ ମଧ୍ୟ ତାଙ୍କ ସହିତ ଉଦ୍ବୁଦ୍ଧ ଭାବେ କାମ କରିବାର ସୁଯୋଗ ପାଇଛି । ଆଉ ଏହା ମଧ୍ୟ ଜାଣିଛି ଯେ, କହିବା ଏବଂ କରିବା ଏହି ଦୁଇଟି କାର୍ଯ୍ୟ ମଧ୍ୟରେ ସମ୍ପୂର୍ଣ୍ଣ ସମନ୍ୱୟ ରଖୁଥିବା ମଣିଷ ଥିଲେ ଡାକ୍ତର ପ୍ରଧାନ ।

ସେହିପରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିନମ୍ରତା ଓ ଆତ୍ମୀୟଭାବ ଥିଲା ଡାକ୍ତର ପ୍ରଧାନଙ୍କ ବ୍ୟକ୍ତିତ୍ୱର ସବୁଠାରୁ ବଡ଼ ଆକର୍ଷଣ । ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶ ପ୍ରତି ସେ ସମ୍ପୂର୍ଣ୍ଣ ସମର୍ପିତ ଥିଲେ ଏବଂ ଆଚରଣ ତଥା ଉଚ୍ଚାରଣରେ ଏହା ତାଙ୍କ ଠାରେ ସର୍ବଦା ପ୍ରତିଫଳିତ ହେଉଥିଲା। କେବଳ ଜଣେ ରାଜନେତା ନୁହେଁ, ଜଣେ ଉତ୍ତମ ମଣିଷ ଭାବେ ସେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ । ତାଙ୍କର ନିଷ୍ଠା, କଠିନ ପରିଶ୍ରମ ଓ ପ୍ରତିବଦ୍ଧତା ହିଁ ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସଂଗଠନକୁ ମଜବୁତ୍ କରିବାରେ ମୁଖ୍ୟ ସୂତ୍ରଧର ସାଜିଥିଲା । ସେ ଥିଲେ ଆମ ସମସ୍ତଙ୍କ ପାଇଁ ଏକ ଅଫୁରନ୍ତ ପ୍ରେରଣାର ଉତ୍ସ ।

ଏହି ଅବସରରେ ଲେଖକ କାଳିନ୍ଦି ସାମଲଙ୍କ ଦ୍ୱାରା ରଚିତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ‘ଡାକ୍ତର ବାବୁ’କୁ କେନ୍ଦ୍ର ରକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ତଥା ଦେଶର ଅନେକ ପ୍ରମୁଖ ନେତୃବୃନ୍ଦ ଡାକ୍ତର ପ୍ରଧାନଙ୍କ ସ୍ମୃତିଚାରଣ କରିଥିଲେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ମନମୋହନ ସାମଲ ଏବଂ ଓଡ଼ିଶାର ବରିଷ୍ଠ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ