ଡେପୁଟି ରେଞ୍ଜରଙ୍କ ଘରୁ ମିଳିଲା ସୁନା ବିସ୍କୁଟ

ଜୟପୁର: ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରୁ ପୁଳା ପୁଳା ଟଙ୍କା ଓ ସୁନାର ବିସ୍କୁଟ ଜବତ କରିଛି ଭିଜିଲାନ୍ସ ଟିମ୍‍ । ଜଙ୍ଗଲ ବାବୁଙ୍କ ସିକ୍ରେଟ୍‍ ଚାମ୍ବରରେ ୧କୋଟି ୪୦ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଡେପୁଟି ରେଞ୍ଜରଙ୍କ ଘରେ ଆଜି ସକାଳେ ଚଢାଉ କରାଯାଇଛି । ରେଞ୍ଜରଙ୍କ ଘରୁ ଦେଡ କୋଟି ଟଙ୍କା ସହ ସୁନା ବିସ୍କୁଟ ଓ ଅଧ କେଜି ସୁନା କଏନ ଠାବ ହୋଇଥିବା ବେଳେ ଜୟପୁର ଓ ଭୁବନେଶ୍ୱରର ଏକକାଳୀନ ୬ଟି ସ୍ଥାନରେ ଚଢାଉ ଜାରି ରହିଛି । ସବୁଠାରୁ ବଡ କଥା ହେଉଛି ଡିସେମ୍ବର ମାସରେ ଅବସର ନେଇଥାନ୍ତେ ରାମଚନ୍ଦ୍ର ନେପାକ । ଏହାପୂର୍ବରୁ ଆଜି ଭିଜିଲାନ୍ସ ତାଙ୍କ ଘରେ ଚଢାଉ କରିଛି ।
ସୂଚନା ଅନୁସାରେ ୧୯୮୯ରୁ ରାମଚନ୍ଦ୍ର ନେପାକ କୋରାପୁଟ ରେଞ୍ଜ ସୋସିଆଲ ଫରେଷ୍ଟ୍ରୀ ଡିଭିଜନ ଅଧିନରେ ଗ୍ରାମ୍ୟ ବନ କର୍ମଚାରୀ ଭାବେ କାର୍ୟ୍ୟ ଆରମ୍ଭ କରିଥିଲେ । ପରେ ସୋସିଆଲ ଫରେଷ୍ଟ୍ରୀ ଡିଭିଜନ ଆଞ୍ଚଳିକ ବନ ବିଭାଗ ସହ ମିଶ୍ରଣ ହେବା ଦ୍ୱାରା ସେ ଜୟପୁର ବନ ବିଭାଗରେ ନିଯୁକ୍ତି ହୋଇଥିଲେ । ପରବର୍ତ୍ତୀ ସମୟରେ ପଦୋନ୍ନତି ହୋଇ ବର୍ତ୍ତମାନ ଜୟପୁର ଫରେଷ୍ଟ ରେଞ୍ଜରେ ଡେପୁଟି ରେଞ୍ଜର ଭାବେ କାର୍ୟ୍ୟରତ ଅଛନ୍ତି । ତାଙ୍କର ମାସିକ ଦରମା ୬୯ହଜାର ୬୮୦ଟଙ୍କା ବୋଲି ଜଣାପଡିଛି । ତେବେ ଏତିକି ଦରମାରେ ଜଣେ ଅଧିକାରୀ ଏତେ ସମ୍ପତ୍ତି ଓ ସୁନା, ଏବଂ ଘରେ ନଗଦ ଏତେ ଟଙ୍କା କିପରି ରଖିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

  • Garvita Odia

    Related Posts

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ଭୁବନେଶ୍ୱର : ଦିଲ୍ଲୀରୁ ଫେରିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଥିବା ନେଇ ସୂଚନା ଦେଇଛନ୍ତି ପ୍ରଭାତୀ ପରିଡ଼ା । ବଳଙ୍ଗା ପୀଡିତାଙ୍କ ପରିବାରକୁ ଦିଲ୍ଲୀ ଏମ୍ସରେ ଭେଟିବା ସହ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି…

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଭୁବନେଶ୍ୱର: ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୦୨୪ ଜାନୁଆରୀ ପହିଲାରେ ଭିତ୍ତିପ୍ରସ୍ତର ପଡ଼ିଥିଲା । ଏବେ ସୁଦ୍ଧା କାମ ଶୂନ । ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାମ ବିଳମ୍ବ ହେଉଥିବାରୁ ଠିକା ସଂସ୍ଥାର ଟେଣ୍ଡର ବାତିଲ ହୋଇଛି। ଠିକା ସଂସ୍ଥା ସିଗାଲ…

    Leave a Reply

    Your email address will not be published. Required fields are marked *

    You Missed

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଜଳପ୍ରପାତରେ ବୁଡ଼ି ଦୁଇ ଡାକ୍ତରୀ ଛାତ୍ର-ଛାତ୍ରୀଙ୍କ ମୃତ୍ୟୁ