ଦନ୍ତା ଆକ୍ରମଣରେ ବୃଦ୍ଧା ମୃତ

ଚମ୍ପୁଆ: ଉଖୁଣ୍ଡା ସେକ୍ସନ ଜ୍ୟୋତିପୁର ବିଟ୍ ଅନ୍ତର୍ଗତ ବର୍ଦ୍ଧନା ଗାଁରେ ଘରେ ଶୋଇଥିବା ବେଳେ ଦନ୍ତା ଆକ୍ରମଣ କରିବାରୁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତକ ଶ୍ରଦ୍ଧାମଣି ଖିଲାର (୭୫ବର୍ଷ) ବୋଲି ଜଣାପଡ଼ିଛି । ବୁଧବାର ବିଳମ୍ବିତ ରାତିରେ ଚମ୍ପୁଆ ରେଞ୍ଜରେ ଆତଙ୍କ ସୃଷ୍ଟି କରିଥିବା ଗୋଠ ଛଡ଼ା ଦନ୍ତା ହାତୀଟି ବର୍ଦ୍ଧନା ଗାଁର ରେଞ୍ଜର ଖିଲାରଙ୍କ ଘର ଭାଙ୍ଗି ଦେଇଥିଲା । ରେଞ୍ଜର ଖିଲାରଙ୍କ ସ୍ତ୍ରୀ ଶ୍ରଦ୍ଧାମଣି ଖିଲାର ଘର ଭିତରେ ଶୋଇଥିବା ବେଳେ ହାତୀଟି ଆକ୍ରମଣ କରିଥିଲା । ଏହା ଦେଖି ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଉପଚାର ପରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି

  • Related Posts

    ୫ ଜିଲ୍ଲାକୁ ଝଡ଼ବର୍ଷା ସତର୍କତା

    ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ, ଉପକୂଳରେ ଥଣ୍ଡା। ଗତ କିଛି ଦିନ ହେବ ରାଜ୍ୟରେ ଏଭଳି ତାପମାତ୍ରା ଦେଖିବାକୁ ମିଳିଛି। ରାଜ୍ୟକୁ ହଟ୍ ଆଣ୍ଡ ହିମ୍ୟୁଡିଟି ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୩ ଦିନ ପାଇଁ ଗରମ ଗୁଳିଗୁଳି ନେଇ…

    Continue reading
    ନିଆଁରେ ଗୁରୁତର ଯୁକ୍ତ ୩ ଛାତ୍ରୀ ମୃତ

    ଆସିକା: ଶେଷରେ ଜୀବନ ହାରିଲେ କିରୋସିନି ଢାଳି ନିଆଁରେ ଗୁରୁତର ଯୁକ୍ତ ୩ ଛାତ୍ରୀ । ବ୍ରହ୍ମପୁର ଏମକେସିଜି ମେଡିକାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ଗଞ୍ଜାମ ଜିଲ୍ଲା ଆସିକା ଭେଟନଇ ଗାଁର ଛାତ୍ରୀଙ୍କର । ଗତ ୨୮ ତାରିଖରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ