ଦଳୀୟ ଭିତ୍ତିରେ ହୋଇଛି NAC ଚୟନ:ବିଜେଡି

ଦଳୀୟ ଭିତ୍ତିରେ ହୋଇଛି NAC ଚୟନ। ପୂର୍ବ ସରକାର ଘୋଷଣା କରିଥିବା ତାଲିକାକୁ ଜାଣିଶୁଣି ୪୨କୁ ଦିଆଯାଇଛି ବାଦ। ନୂଆ NAC ଘୋଷଣା ନେଇ ଏଭଳି କହିଛି ବିଜେଡି। ପକ୍ଷପାତିତାକୁ ନେଇ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛି ବିଜେଡି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ୫୬ ଟି NAC ଘୋଷଣା କରିଥିଲେ। ଜନସଂଖ୍ୟା ସହ ଯେଉଁ ପାରାମିଟର ରହିଛି ସେହି ଆଧାରରେ ଘୋଷଣା କରିଥିଲେ ନବୀନ ପଟ୍ଟନାୟକ। ଜିଲ୍ଲାପାଳଙ୍କ ରିପୋର୍ଟ ଅନୁସାରେ ଘୋଷଣା କରାଯାଇଥିଲା।

କିନ୍ତୁ ବର୍ତ୍ତମାନ୍ ସରକାର ଯେଉଁ ପୁନଃଘୋଷଣା କରିଛନ୍ତି। ୧୬ ଜିଲ୍ଲାର ୪୨ଟି NAC ବାଦ ପଡ଼ିଛି। ବର୍ତ୍ତମାନ ସରକାର ଯେଉଁ ୨୮ଟି ଘୋଷଣା କରିଛନ୍ତି ସେଥିରେ ପୁର୍ବ ଘୋଷଣାର ମାତ୍ର ୧୨ ଟି NAC ସ୍ଥାନ ପାଇଛି। ପୂର୍ବ ଘୋଷଣା ହୋଇଥିବା ୪୨ଟି NAC କୁ ତୁରନ୍ତ ସରକାର ବିଚାରକୁ ନିଅନ୍ତୁ। ଏହା ସହ ପୁନ ଘୋଷଣା ହୋଇଥିବା ସମସ୍ତ NACର ତୁରନ୍ତ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଁ ବିଜେଡି ଦାବି କରିଛି।

ଏହା ସହ କଣ୍ଟାବାଞ୍ଜିକୁ NACରୁ ମୁନିସିପାଲିଟି ପାଇଁ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ସରକାର ଏ ଦିଗରେ ପଦକ୍ଷେପ ନିଅନ୍ତୁ। ସରକାର ଏହା ନ କଲେ ବିଜେଡି ରାଜରାସ୍ତାକୁ ଆସିବାକୁ ବାଧ୍ୟହେବ ବୋଲି କହିଛି ବିଜେଡି। ବିଜେଡି ଅଭିଯୋଗ କରିଛି ସରକାର ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇଛି ବିଜେଡି।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ