ଦିଲ୍ଲୀ ବିସ୍ଫୋରଣ ପରେ ରାଜ୍ୟର ସୁରକ୍ଷା ବ୍ୟବସ୍ଥାକୁ ନେଇ ଡିଜିପିଙ୍କ ସମୀକ୍ଷା ବୈଠକ

ଭୁବନେଶ୍ବର,: ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କ ସୁରକ୍ଷା ଉଦ୍ଦେଶ୍ୟରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟ ଠାରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ସହ ଯେ କୌଣସି ଅପ୍ରୀତିକର ପରିସ୍ଥିତିକୁ ମୁକାବିଲା କରିବାକୁ ସର୍ବଦା ପ୍ରସ୍ତୁତ ରହିବାକୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଡିଜିପି ଶ୍ରୀ ଖୁରାନିଆ ସୋମବାର ରାତିରେ କଟକ ବାଲିଯାତ୍ରା ଆୟୋଜନ ସ୍ଥଳକୁ ଗସ୍ତ କରି ସେଠାରେ ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତରେ ବିସ୍ତୃତ ଭାବେ ଅନୁଧ୍ୟାନ କରିଥିଲେ। ସେଠାରେ ଲକ୍ଷାଧିକ ଲୋକଙ୍କ ଜନ ଗହଳି ହେଉଛି। ଜନ ସାଧାରଣଙ୍କ ସୁରକ୍ଷା ବ୍ୟବସ୍ଥାରେ ଯେ ଭଳି କୌଣସି ତ୍ରୁଟି ବିଚ୍ୟୁତି ନ ହେବ ସେ ସଂକ୍ରାନ୍ତରେ ନିୟୋଜିତ ଥିବା ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହା ସହ ଜନ ସାଧାରଣଙ୍କ ସୁରକ୍ଷା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଜନସମାଗମ ସ୍ଥଳ, ବଜାର, ରେଳ ଷ୍ଟେସନ, ବସ୍ ଟର୍ମିନାଲ୍, ଧାର୍ମିକ ସ୍ଥାନ ସମେତ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ପାଟ୍ରୋଲିଙ୍ଗ ବଢ଼ାଇବା ଉପରେ ଡିଜିପି ଗୁରୁତ୍ୱାରୋପ କରିଛନ୍ତି। ସେହିପରି CCTV ନିରୀକ୍ଷଣ, ବିସ୍ଫୋରକ ପଦାର୍ଥ ଚେକିଂ, ସନ୍ଦିଗ୍ଧ ଯାତ୍ରୀ, ଗୁଇନ୍ଦା ସୂଚନା ସଂଗ୍ରହକୁ କ୍ରିୟାଶୀଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ସନ୍ଦେହଜନକ ବ୍ୟକ୍ତି ବିଶେଷ କିମ୍ବା ବସ୍ତୁ ନଜରକୁ ଆସିଲେ ତୁରନ୍ତ ନିକଟସ୍ଥ ଥାନା କିମ୍ବା Dial-112କୁ ତୁରନ୍ତ ଜଣାଇବାକୁ ଡିଜିପି ଅନୁରୋଧ କରିଛନ୍ତି।

ଏହା ସହ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇ ଜନ ସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ସେ ପ୍ରାଧାନ୍ୟ ଦେଇଛନ୍ତି। ଏହା ସହ ସମସ୍ତ ପରିସ୍ଥିତିକୁ ପ୍ରତିକାର କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ପୋଲିସ ପ୍ରଶାସନକୁ ସକ୍ରିୟ ସହଯୋଗ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ଆଇନ ଓ ଶୃଙ୍ଖଳା ) ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ମୁଖ୍ୟାଳୟ ) ପ୍ରତୀକ ମହାନ୍ତି ଉପସ୍ଥିତ ଥିଲେ। ଏହା ସହ ଆଭାସି ମାଧ୍ୟମରେ ଭୁବନେଶ୍ୱର-କଟକ ପୋଲିସ କମିଶନର, ବିଭିନ୍ନ ରେଞ୍ଜ ଆଇଜି, ଡିଆଇଜିଙ୍କ ସମେତ ସମସ୍ତ ଜିଲ୍ଲା ଏସପି ପ୍ରମୁଖ ଉପସ୍ଥିତ ଥିଲେ।

  • Related Posts

    ଆଜି ସରିବ ମାଟ୍ରିକ୍ ସବଜେକ୍ଟିଭ୍ ପରୀକ୍ଷାର ଉତ୍ତର ଖାତା ଦେଖା

    କଟକ : ଆଜି ସରିବ ମାଟ୍ରିକ୍ ସବଜେକ୍ଟିଭ୍ ପରୀକ୍ଷାର ଉତ୍ତର ଖାତା ଦେଖା । ମାର୍ଚ୍ଚ ୧୯ରୁ ଏହି ମୂଲ୍ୟାୟନ ପ୍ରକ୍ରିୟା ରାଜ୍ୟର ୩୦ଟି ଯାକ ଜିଲ୍ଲାର ୫୦ଟି ମୂଲ୍ୟାୟନ କେନ୍ଦ୍ରରେ ଚାଲିଆସୁଛି । ମାଟ୍ରିକ୍ ସହ ଆରମ୍ଭ ହୋଇଥିବା ଏସ୍ଓଏସି…

    Continue reading
    ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ୫ ଡଙ୍ଗା

    ପୁରୀ : ଆସନ୍ତା ୨୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନ ଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା। ନରେନ୍ଦ୍ର ସରୋବରରେ ନନ୍ଦା ଓ ଭଦ୍ରା ଚାପରେ ନୌକାବିହାର କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାଙ୍କ ସହ ଭୂଦେବୀ, ଶ୍ରୀଦେବୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ