ଦୀଘା ମନ୍ଦିରକୁ ନେଇ ପୁଣି ବିବାଦ

ଭୁନେବଶ୍ବର: ଦୀଘା ଜଗନ୍ନାଥ ଧାମ ନୁହେଁ । ପଶ୍ଚିମବଙ୍ଗର ଦୀଘାରେ କେବଳ ଜଗନ୍ନାଥ ମନ୍ଦିର । ବିଶ୍ବରେ କେବଳ ଗୋଟିଏ ଜଗନ୍ନାଥ ଧାମ, ସେ ହେଉଛି ଶ୍ରୀକ୍ଷେତ୍ର ପୁରୀ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାସସ୍ଥଳୀ । ମାତ୍ର ଏ କଥା ଦିଦିଙ୍କୁ ବୁଝାଇବ କିଏ । ଦୀଘା ମନ୍ଦିରକୁ ବାରମ୍ବାର ଜଗନ୍ନାଥ ଧାମର ପରିଚୟ ଦେବାକୁ ରଚୁଛନ୍ତି ଷଡ଼ଯନ୍ତ୍ର । ଦୀଘାକୁ ଜଗନ୍ନାଥ ଧାମ ବୋଲି କହିବା ବିବାଦ ସାମାନ୍ୟ ଥମିଥିବା ବେଳେ ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିଛି । ଦୀଘା ଜଗନ୍ନାଥ ଧାମ ନାଁରେ ଏକ ସୋସିଆଲ୍ ମିଡିଆ ଆଇଡି ଖୋଲାଯାଇଛି । ଏଥିରେ ଲେଖା ରହିଛି ‘ଅଫିସିଆଲ୍ ଆକାଉଣ୍ଟ ଅଫ୍ ଜଗନ୍ନାଥ ଟେମ୍ପଲ୍’ ଦୀଘା । ଏହା ସହିତ ଦୀଘା ମନ୍ଦିର ଶିଳାନ୍ୟାସ ବର୍ଷ ୨୦୨୨ ଲେଖା ରହିଛି ।
ଯାତ୍ରୀଙ୍କ ସୁବିଧା ପାଇଁ ଏକ ପୋଷ୍ଟର ତିଆରି କରାଯାଇଛି । ସେଥିରେ ଦୀଘା ଜଗନ୍ନାଥ ଧାମ ଲେଖା ରହିଛି । ମନ୍ଦିରରେ ଠକୁରଙ୍କ ଦର୍ଶନର ସମୟ ସାରଣୀ ରହିଛି । ଦୀଘା ଜଗନ୍ନାଥ ଧାମ ନାମରେ ମଧ୍ୟ ଏକ ଓ୍ବେବ୍ ସାଇଟ୍ ଖୋଲାଯାଇଛି । ଦୀଘା ଜଗନ୍ନାଥ ଧାମ ନୁହେଁ, ବିରୋଧ ସତ୍ତ୍ବେ ବି ମାନୁ ନାହାନ୍ତି ପଶ୍ଚିମବଙ୍ଗ ସରକାର । ବାରମ୍ବାର ବିବାଦୀୟ କାର୍ୟ୍ୟ କରୁଛନ୍ତି । ପୂର୍ବ ଦୀଘା ଜଗନ୍ନାଥ ଧାମ ବୋର୍ଡ ଲଗାଇକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସମାଲୋଚନାର ଶିକାର ହୋଇଥିଲେ । ଓଡ଼ିଶା ସରକାରଙ୍କ ଠାରୁ ଆରମ୍ଭ କରି ଗଜପତି ମହାରାଜଙ୍କ ପର୍ୟ୍ୟନ୍ତ ସମସ୍ତେ ତାଗିତ୍ କରିଥିଲେ । ଜଗନ୍ନାଥ ଧାମ କହିଲେ କେବଳ ପୁରୀ ବୋଲି କହିଥିଲେ ।

  • Related Posts

    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading
    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ