ଦୁଷ୍କର୍ମ ମାମଲାରେ ଆପ ବିଧାୟକ ଗିରଫ, ଥାନାକୁ ନେବାବେଳେ ପୁଲିସକୁ ଗୁଳି କରି ଖସାଇନେଲେ ସମର୍ଥକ

ପଞ୍ଜାବ,02/09: ଏକ ଦୁଷ୍କର୍ମ ମାମଲାରେ ପଞ୍ଜାବର ଆପ ବିଧାୟକ ହରମିତ ସିଂ ପଠାନମାଜରାଙ୍କୁ ଗିରଫ କରାଯିବା ପରେ ତାଙ୍କ ସମର୍ଥକ ପୁଲିସକୁ ଗୁଳି କରି ତାଙ୍କୁ ଖସାଇ ନେଇଛନ୍ତି। ଏପରି କି ବିଧାୟକ ଏକ ଏସୟୁଭିରେ ଫେରାର ହେବା ସମୟରେ ଜଣେ ପୁଲିସ କର୍ମଚାରୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଛନ୍ତି। ଯାହା ଫଳରେ ସମ୍ପୃକ୍ତ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ପୁଲିସ ବିଧାୟକଙ୍କୁ ଗିରଫ କରି ସ୍ଥାନୀୟ ଥାନାକୁ ନେବା ସମୟରେ ଏହି ଘଟଣା ଘଟିଛି। ଏକ ଦୁଷ୍କର୍ମ ମାମଲାରେ ହରମିତଙ୍କୁ ପଟିଆଲାରେ ଅଟକ ରଖାଯାଇଥିଲା। ତାଙ୍କୁ ଅଟକ ରଖାଯିବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହି ଦଳର ମୁଖ୍ୟକୁ ସାମାଜିକ ଗଣମାଧ୍ୟମରେ କଡ଼ା ସମାଲୋଚନା କରିଥିଲେ। ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା। ନିଜ ସରକାର ବିରୋଧରେ ସ୍ଵର ଉତ୍ତୋଳନ କରିବାରୁ ତାଙ୍କୁ ଗିରଫ କରାଯାଇଥିଲା ବୋଲି ସେ ଅଭିଯୋଗ କରିଥିଲେ। ଏହା ସହିତ ସେ ନିଜ ସମର୍ଥକଙ୍କୁ ବହୁ ସଂଖ୍ୟାରେ ପଟିଆଲାରେ ଏକାଠି ହେବାକୁ କହିଥିଲେ। ପୁଲିସ ତାଙ୍କୁ ଥାନାକୁ ନେବା ସମୟରେ ସମର୍ଥକମାନେ ପୁଲିସ ଉପରକୁ ଗୁଳି କରି ହରମିତଙ୍କୁ ଛଡ଼ାଇ ନେଇଥିଲେ।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ