ଭୁବନେଶ୍ବର,23/08: ୨୭ଟି ରାଜ୍ୟ ଏବଂ ତିନୋଟି କେନ୍ଦ୍ରସଶାସିତ ଅଂଚଳ ର ୩୦ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏଡିଆର ଏବଂ ଜାତୀୟ ନିର୍ବାଚନ ବେଞ୍ଚର ଏକ ରିପୋର୍ଟରୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ବୋଲି ସୂଚନା ମିଳିଛି। ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସମ୍ପତ୍ତି ମିଶି ଯେତିକି ହେବ, ତା’ଠାରୁ ବି ଅଧିକ ହେବ ଏହି ଜଣେ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତିର ପରିମାଣ। ତେବେ ଏହି ବ୍ୟକ୍ତି ଜଣକ ହେଉଛନ୍ତି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ୯୩୧ କୋଟି ଟଙ୍କାରୁ ଅଧିକ ସମ୍ପତ୍ତିର ଅଧିକାରୀ ହେଉଛନ୍ତି ଚନ୍ଦ୍ରବାବୁ। ତେବେ ଦେଶର ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସମ୍ପତି ତାଲିକାରେ ୩୦ ଜଣ ମୁଖ୍ୟମନ୍ତ୍ରୀଙ୍କ ଭିତରୁ ଶତକଡା ୧୦୦ ଭାଗରୁ ୫୭ ଭାଗ କେବଳ ଚନ୍ଦ୍ରବାବୁ ନାଇଡୁଙ୍କ ପାଖରେ ରହିଛି। ୩୦ ମୁଖ୍ୟମନ୍ତ୍ରୀଙ୍କ ମୋଟ ସମ୍ପତ୍ତିର ପରିମାଣ ହେଉଛି ୧୬୩୨ କୋଟି। ତାହା ମଧ୍ୟରୁ ୫୭ ପ୍ରତିଶତ ହେଉଛି ଚନ୍ଦ୍ରବାବୁଙ୍କର। ୯୩୧ କୋଟିର ସମ୍ପତ୍ତି ମଧ୍ୟରୁ ୮୧୦ କୋଟି ସ୍ଥାବର ଏବଂ ୧୨୧ କୋଟିର ଅସ୍ଥାବର ସମ୍ପତ୍ତିର ଅଧିକାରୀ ଚନ୍ଦ୍ରବାବୁ ନାଇଡୁ। ମମତାଙ୍କ ପାଖରେ ମାତ୍ର ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି। ଯାହା ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ତୁଳନାରେ ସବୁଠୁ କମ୍। ସେ ଦେଶର ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ। ଏଡିଆର ଏବଂ ଜାତୀୟ ନିର୍ବାଚନ ବେଞ୍ଚର ଏକ ରିପୋର୍ଟରୁ ଏହି ସୂଚନା ମିଳିଛି। ୨୭ଟି ରାଜ୍ୟ ଏବଂ ତିନୋଟି କେନ୍ଦ୍ରସଶାସିତ ଅଂଚଳ ର ୩୦ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ରିପୋର୍ଟ ଅନୁସାରେ, ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁଙ୍କ ସମ୍ପତ୍ତି ପରିମାଣ ୩୨୨ କୋଟି ହୋଇଥିବାବେଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ସମ୍ପତ୍ତି ୫୧ କୋଟି ବୋଲି ଜଣାପଡ଼ିଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ୧ କୋଟି ୯୭ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି।
ଟୋଲ୍ ପ୍ଲାଜାରେ ସମ୍ପୂର୍ଣ୍ଣ ବନ୍ଦ ହେବ ଟଙ୍କା ସଂଗ୍ରହ
ନୂଆଦିଲ୍ଲୀ,03/04/2026: ଚଳିତ ମାସ ୧୦ରୁ ଦେଶର ୧୧୫୦ରୁ ଅଧିକ ଟୋଲ୍ ପ୍ଲାଜାରେ ନଗଦ କାରବାର ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। କେବଳ ଡିଜିଟାଲ୍ ପେମେଣ୍ଟ୍ ଗ୍ରହଣ କରାଯିବ। ଜାତୀୟ ରାଜପଥରେ ଥିବା ସମସ୍ତ ଟୋଲ୍ ପ୍ଲାଜାରେ ନଗଦ କାରବାର ବନ୍ଦ କରିବାକୁ ସରକାର…


