ଦୋଷୀଙ୍କୁ ନବାନ୍ଧିଲେ ବ୍ଲକ ସ୍ତରରୁ ହେବ ଆନ୍ଦୋଳନ

ଭୁବନେଶ୍ୱର : ଲଢେଇ କରି ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗୀ ପୀଡିତା । ଦିଲ୍ଲୀ ଏମ୍ସରେ ଶବ ବ୍ୟବଚ୍ଛେଦ ପରେ ଗାଁକୁ ଆସିବ ମୃତଦେହ । ପୀଡିତାଙ୍କ ମୃତ୍ୟୁ ନେଇ ବିଜେଡି ସରକାର ଓ ପ୍ରଶାସନକୁ ଦାୟୀ କରିଛନ୍ତି । ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ ବୋଲି ବିଜେଡି ପ୍ରେସମିଟ ଜରିଆରେ କହିଛି ।
ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଦୁଃଖ ଦାୟକ। ଏଯାଏ କାହାରି ନାଁରେ କ୍ରିମିନାଲ କେଶ କରିନାହିଁ ପୋଲିସ୍। ସରକାର ଏ ଘଟଣାକୁ ବିଭିନ୍ନ ଦିଗରୁ ମୋଡ଼ିଲେ। ବିଜେଡି ଦାବି କରିଥିଲା ଦିଲ୍ଲୀ ଏମ୍ସକୁ ନିଆଯାଉ ବୋଲି। ଡେପୁଟି ଚିଫ ମିନିଷ୍ଟର ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କୁ ଭେଟି ଭଲ ଚିକିତ୍ସା ଚାଲିଥିବା କହିଥିଲେ। ସ୍ୱାସ୍ଥ୍ୟ ଉନ୍ନତି ହୋଇଥିବା କହିଥିଲେ। ହେଲେ ପରେ ତାଙ୍କ ମୃତ୍ୟୁ ହେବା ସମସ୍ତଙ୍କୁ ଚକିତ କରିଛି। ଦୋଷୀଙ୍କୁ ଘଣ୍ଟ ଘୋଡାଉଛନ୍ତି ବିଜେପି ସରକାର । ସରକାରୀ ଦଳର ଲୋକମାନେ ଏଥିରେ ସଂପୃକ୍ତ ଅଛନ୍ତି। ପୀଡ଼ିତାଙ୍କ ବୟାନ ମାଜିଷ୍ଟ୍ରେଟ କେମିତି ଏକୁଟିଆ ନେଲେ। ବୟାନ ନେବା ବେଳେ ପରିବାର ଲୋକଙ୍କୁ କାହିଁକି ରଖିଲେ ନାହିଁ। ପେଟ୍ରୋଲ , ଚପଲ ମିଳିଲା ହେଲେ ଦୋଷୀ କାହିଁକି ମିଳୁନାହାନ୍ତି। ଓଡ଼ିଶାରେ କେହି ସୁରକ୍ଷିତ ନୁହନ୍ତି। ସେହିପରି ସବୁଠୁ ଚାଞ୍ଚଲ୍ୟକର ଘଟଣା ଥିଲା ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ। ଆମେରିକା ବି ବୟାନ ଦେଲା। ଓଡ଼ିଶା ପାଇଁ ଲଜ୍ୟାକର ଘଟଣା ଥିଲା । ଏଥିପାଇଁ ଓଡ଼ିଶା ଆନ୍ତର୍ଜାତିକ ସ୍ତରରେ ନିନ୍ଦିତ ହୋଇଛି। ଡବଲ ଇଞ୍ଜିନ ସରକାର ଆଗକୁ ଯାଉନାହିଁ। ଦୁଇଟି ଇଞ୍ଜିନ ବିପରୀତ ଦିଗରେ ଗତି କରୁଛି। ବିଜେପି କର୍ମୀ ଉତ୍ପାତ ହେଉଛନ୍ତି। ଉତ୍ପୀଡନର ଶିକାର ହେଉଛନ୍ତି ମହିଳା। ବିଜେଡି ଯେଉଁ ଅଭିଯୋଗ ଆଣୁଚି ବିଜେପି କର୍ଣ୍ଣପାତ କରୁ ନାହିଁ। ବିଜେଡି ଆନ୍ଦୋଳନ କରିବ। ଲଢେଇ ବ୍ଲକ ସ୍ତରରୁ ଆରମ୍ଭ ହେବ। ଆଉ ଥରେ ଆନ୍ଦୋଳନ ହେବ । ଯଦି ଶାସନ କରିପାରିବେ ନାହିଁ। ତେବେ ନେତା ପଦପଦବୀରୁ ଓହରି ଯାଆନ୍ତୁ। ଗାଦି ଛାଡି ଦିଅନ୍ତୁ। ପୀଡ଼ିତା ମୃତ୍ୟୁବରଣ କରିବାର ୧୦ ମିନିଟ ପରେ ପୋଲିସ୍ ଏକ୍ସରେ ପୋଷ୍ଟ କଲା, କହିଲା କି କେହି ସମ୍ବେଦନଶୀଳ ମନ୍ତବ୍ୟ ଦିଅନ୍ତୁ ନାହିଁ । ପୋଲିସ ଏପରି କଲା କାହିଁକି। କଣ କରିଛି ପୋଲିସ୍। ଲୋକଙ୍କୁ ଡରାଇବା ସହ ଧମକାଉଛି ପୋଲିସ। ବିଜେଡି ଅନ୍ୟାୟ ଅନୀତି ବିରୁଦ୍ଧରେ ଲଢେଇ ଜାରି ରଖିବ ବୋଲି ପ୍ରେସମିଟ୍‌ରେ ବିଜେଡି ନେତ୍ରୀ କହିଛନ୍ତି।

  • Related Posts

    ବାଂଲାଦେଶରେ ଫେବ୍ରୁଆରି ୨୦୨୬ରେ ହେବ ନିର୍ବାଚନ

    ଢାକା ବାଂଲାଦେଶରେ ଶେଖ ହାସିନାଙ୍କ ଶାସନର ପତନର ଗୋଟିଏ ବର୍ଷ ପୂରଣ ଅଗଷ୍ଟ ୮ରେ ହେବାକୁ ଯାଉଛି। ଏହି ଅବସରରେ, ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ଦେଶକୁ ସମ୍ବୋଧିତ କରିଛନ୍ତି। ନିଜ ଅଭିଭାଷଣରେ, ସେ ଘୋଷଣା କରିଛନ୍ତି ଯେ, ଦେଶର…

    ବିଜେପି ବିଶୃଙ୍ଖଳା ଆଉ ବେଗୁନିଆ

    ବେଗୁନିଆ:ଖବରର ଶୀର୍ଷକ ଟିକେ ଅଡୁଆ ଲାଗିଲେବି ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଏଭଳି କିଛି ଘଟଣା ଘଟିବାରେ ଲାଗିଛି । ରାଜ୍ୟରେ ବିଜେପି ଶାସନକୁ ଆସିବା ପରେ ବେଗୁନିଆର ବିଜେପି ନେତା କେତେ କଣ ସ୍ବପ୍ନ ଦେଖିଥିଲେ । କିନ୍ତୁ ସମୟ ଯେତିକି…

    Leave a Reply

    Your email address will not be published. Required fields are marked *

    You Missed

    ଶିକ୍ଷା ବିଭା ୧୫ ହଜାର ଲାଞ୍ଚ ନେବାବେଳେ କିରାଣିଙ୍କୁ ଧରିଛି ଭିଜିଲାନସ୍

    ବାଂଲାଦେଶରେ ଫେବ୍ରୁଆରି ୨୦୨୬ରେ ହେବ ନିର୍ବାଚନ

    ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

    ଉତ୍ତରାଖଣ୍ଡରେ ୪ ମୃତ ଓ ୫୦ରୁ ଅଧିକ ନିଖୋଜ

    ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍‍ ମଲ୍ଲିକଙ୍କ ପରଲୋକ

    ଓଡିଶା ହେବ ଗ୍ଲୋବାଲ୍ ସ୍କିଲ୍ ହବ୍