ବିଜେପି ବିଶୃଙ୍ଖଳା ଆଉ ବେଗୁନିଆ

ବେଗୁନିଆ:ଖବରର ଶୀର୍ଷକ ଟିକେ ଅଡୁଆ ଲାଗିଲେବି ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଏଭଳି କିଛି ଘଟଣା ଘଟିବାରେ ଲାଗିଛି । ରାଜ୍ୟରେ ବିଜେପି ଶାସନକୁ ଆସିବା ପରେ ବେଗୁନିଆର ବିଜେପି ନେତା କେତେ କଣ ସ୍ବପ୍ନ ଦେଖିଥିଲେ । କିନ୍ତୁ ସମୟ ଯେତିକି ଅତିକ୍ରାନ୍ତ ହେଲା ସେତିକି ବିଜେପି ଦଳ ପାଇଁ ଟେନସନ ବଢ଼ାଇଲା ବେଗୁନିଆରେ । ବେଗୁନିଆ ନିର୍ବାଚନ ମଣ୍ଡଳୀ ବିଜେପି ନେତା ତଥା ବିଧାୟକ ପାର୍ଥି ଥିବା ପ୍ରକାଶ ବିଜୁଳି ନିଜ ଅପାରଗତା ପାଇଁ ଦଳରେ ଏକ ପ୍ରକାର କଣଠେସା ହୋଇ ପଡ଼ିଛନ୍ତି । ପ୍ରକାଶ ଓ ବେଗୁନିଆ ବିଡ଼ିଓଙ୍କ ବାର୍ତାଳାପ ସାମାଜିକ ଗଣମାଧ୍ୟମରେ ଭାଇରଲ ହେବାପର ଠୁ ସେ ଆଉ ନିର୍ବାଚନ ମଣ୍ଡଳୀରେ ଦେଖା ଯାଉନାହାନ୍ତି କିମ୍ବା ଯୋଗାଯୋଗ କଲେ ତାହା ସମ୍ଭବ ହୋଇ ପାରୁନାହିଁ । ପ୍ରକାଶ ତାଙ୍କର କିଛି ହାତଗଣତି କର୍ମୀଙ୍କୁ ନେଇ କେବଳ ବିଭିନ୍ନ ସ୍ଥାନ ପରିଭ୍ରମଣ କରୁଥିବା ଦେଖିବାକୁ ମିଳୁଛି । ସେପଟେ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଦୀର୍ଘଦିନ ଧରି ସୁପ୍ତ ଥିବା ଯତୀନ ମହାନ୍ତିଙ୍କ ଟିମ ଧୀରେ ଧୀରେ ସକ୍ରିୟ ହେବାରେ ଲାଗିଛନ୍ତି । ଯତୀନ ବାବୁ ଆଗ ଆପେକ୍ଷା ଏବେ ବେଗୁନିଆ ବୋଲଗଡ଼ ଅଞ୍ଚଳକୁ ଆସି ନିଜ ପୁରୁଣା କର୍ମକର୍ତାଙ୍କୁ ଧରି ଛୋଟ ଛୋଟ କାର୍ଯ୍ୟକ୍ରମ ଆୟୋଜନ କରି ନିଜ ସ୍ଥିତି ଜାହିର କରୁଛନ୍ତି । ସେହିପରି ବିଜେପି ଦଳକୁ ମଜଭୁତ କରିବା ସହ ବେଗୁନିଆରେ ବିଜେଡି ଗଡ଼ ଭାଙ୍ଗିବା ପାଇଁ ଖୋର୍ଦ୍ଧା ବିଧାୟକ ବେଗୁନିଆରେ ନିଜ ଦବଦବା ଜାହିର କରି ଆସୁଥିବା ଦେଖିବାକୁ ମିଳୁଛି । ଦଳକୁ ମଜଭୁତ କରିବା ବଦଳରେ ବିଧାୟକ ପାର୍ଥି ପ୍ରକାଶ ବିଜୁଳି ସେତେଟା ସକ୍ଷମ ହୋଇପାରି ନଥିବା ବେଳେ ଭୁବନେଶ୍ୱର ସାଂସଦ ଖୋର୍ଦ୍ଧା ବିଧାୟକଙ୍କୁ ବେଗୁନିଆ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ଦେଇଥିଲେ । ଆଉ ସେବେଠୁ ଖୋର୍ଦ୍ଧା ବିଧାୟକଙ୍କ ଉପରେ ରକ୍ତ ଚାଉଳ ଚୋବାଇ ବିଷ ଓଗାଳି ନିଜେ ହଟହଟା ହୋଇଛନ୍ତି ପ୍ରକାଶ । ଦଳ ଭିତରେ ବିଶୃଙ୍ଖଳା ଓ ଅସନ୍ତୋଷ ବଢୁଥିବା ବେଳେ ଜିଲା ସଭାପତି ଓ ରାଜ୍ୟ ସଭାପତି ସବୁ ଜାଣି ଚୁପ ରହିଛନ୍ତି । ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଦଳକୁ ମଜଭୁତ କରିବା ପାଇଁ ଦୃଢ଼ ନେତୃତ୍ୱ ଓ ସଂଗଠକଙ୍କ ଆବଶ୍ୟକ ଥିବା ବେଳେ ଦଳ ଭିତରେ ତୁ ତୁ ମେ ମେ ଭଳି ତିନି ନେତାଙ୍କ ଆବିର୍ଭାବ ଏବେ କର୍ମକର୍ତାଙ୍କୁ ଚିନ୍ତାରେ ପକାଇଛି । ଆଗକୁ ସଂଗଠନର କର୍ମକର୍ତ୍ତା ଚୟନ ରହିଥିବା ବେଳେ ଏହାକୁ ନେଇ ସମସ୍ତେ ଚୁପ ଅଛନ୍ତି ବୋଲି ଆକଳନ କରାଯାଉଛି । ତେବେ ସାଙ୍ଗଠନିକ କର୍ମକର୍ତା ଚୟନ ପରେ କାହାର କେଉଁ ପ୍ରକାର କାର୍ଯ୍ୟ ଶୈଳୀ ରହୁଛି ତାହା ଦେଖିବାକୁ ବାକି ରହିଲା । ସେହିଭଳି ବେଗୁନିଆରେ ପ୍ରକାଶ, ପ୍ରଶାନ୍ତ ଓ ଯତୀନଙ୍କ ଜଟିଳ ଗଣିତକୁ ଦଳ କିଭଳି ସମାଧାନ କରିବ ତାହା ସମୟ କହିବ ବୋଲି ଆକଳନ କରିଛନ୍ତି ବେଗୁନିଆର ବୁଦ୍ଧିଜୀବୀ ।

  • Related Posts

    ଆଜିଠାରୁ ଶକ୍ତିପୀଠରେ ନବରାତ୍ର ପୂଜା

    ଆଜିଠାରୁ ଶକ୍ତିପୀଠରେ ଆରମ୍ଭ ହେଉଛି ନଅ ଦିନ ଧରି ମାଆଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା। ମାଆଙ୍କ ଆଗମନକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଶକ୍ତିପୀଠ। ନଅ ଦିନ ଧରି ବିଭିନ୍ନ ରୀତିନୀତି ଅନୁସାରେ ମାଆଙ୍କ ପୂଜା କରାଯିବ। ଏହି ଅବସରରେ ମାଆଙ୍କ ଦର୍ଶନ ପାଇଁ…

    Continue reading
    ପାର୍ବଣ ବେଳେ କାଚିବ ବର୍ଷା ପବନ

    ଆସୁଛି ବଡ଼ ବର୍ଷା ! ଏଥର ଧୋଇଯିବ ଦଶହରା ! ୧୩ରେ ଲଘୁଚାପ, ନେବ କି ବାତ୍ୟାର ରୂପ ? କ’ଣ କହୁଛି ପାଣିପାଗ ବିଭାଗର ପୂର୍ବାନୁମାନ ? ପାର୍ବଣ ବେଳେ କାଚିବ ବର୍ଷା ପବନ । ଫିକା ପଡିପାରେ ଦୁର୍ଗାପୂଜା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ