କାହିଁକ ମନମୋହନଙ୍କୁ ବାଛିଲେ ମୋଦି

ଭୁବନେଶ୍ବର: ବିଜେପିର ଲକି ସଭାପତି ହେଉଛନ୍ତି ମନମୋହନ ସାମଲ । ତାଙ୍କ ନେତୃତ୍ୱରେ ଦଳ ତିନି ତିନି ଥର କ୍ଷମତାକୁ ଆସିଛି । ୨୦୦୦, ୨୦୦୪ ଓ ୨୦୨୪ରେ ବିଜେପି ସରକାରକୁ ଆସିଥିବାବେଳେ ମନମୋହନ ହିଁ ସଭାପତି ଥିଲେ । ଗତ ନିର୍ବାଚନରେ ମନମୋହନ ଜିତିଥିଲେ ମୁଖ୍ୟମନ୍ତ୍ରୀ ହେବାର ବି ସମ୍ଭାବନା ଥିଲା । ହେଲେ ଦଳ ତାଙ୍କୁ ପୁରସ୍କାର ଭାବେ ପୁଣିଥରେ ରାଜ୍ୟ ବିଜେପିର ମଙ୍ଗ ଧରାଇଛି ।
ବିଜେପିରେ ବିଶ୍ୱଭୂଷଣ ହରିଚନ୍ଦନ ଓ ଜୁଏଲ ଓରାମ୍‌ଙ୍କ ପରେ ମନମୋହନ ହିଁ ଦୀର୍ଘ ସମୟ ପାଇଁ ଦଳର ନେତୃତ୍ୱ ନେଇଛନ୍ତି । ତାଙ୍କ ନେତୃତ୍ୱରେ, ଦଳର ବୁଥ୍‌-ସ୍ତରୀୟ ନେଟୱାର୍କ ଏବଂ ତୃଣମୂଳ ନେଟୱାର୍କକୁ ସୁଦୃଢ଼ କରାଯାଇଛି । ଦଳ ଓଡ଼ିଶାରେ ଏହାର ସ୍ଥିତିକୁ ସୁଦୃଢ଼ କରିବାକୁ ଚେଷ୍ଟା କରୁଥିବାରୁ ତାଙ୍କୁ ପୁଣଶି ଦାୟିତ୍ୱ ଦେବା କେନ୍ଦ୍ର ନେତାଙ୍କ ପାଇଁ ଜରୁରୀ ହୋଇପଡ଼ିଥିଲା ।
ପ୍ରଥମେ ଆସିବା କାହିଁକି ମୋଦିଙ୍କର ପ୍ରଥମ ଚଏସ୍‌ ଥିଲେ ମନମୋହନ ? ନିର୍ବାଚନୀ ରାଜନୀତିରେ ବ୍ୟକ୍ତିଗତ ଭାବେ ମନମୋହନ ଉଲ୍ଳେଖନୀୟ ସଫଳତା ପାଇନଥିଲେବି ତାଙ୍କ ନେତୃତ୍ୱରେ ବିଜେପି ତିନି ଥର କ୍ଷମତାର ସ୍ୱାଦ ଚାଖିଛି । ୧୯୯୯ରେ ମନମୋହନ ବିଜେପିର ପଞ୍ଚମ ସଭାପତି ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ବିଜେଡ଼ି ଓ ବିଜେପି ମେଣ୍ଟ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିଥିବାବେଳେ ସେ ଥିଲେ ଦଳର ସଭାପତି । ୨୦୦୦ ମସିହା ନିର୍ବାଚନରେ ମେଣ୍ଟ ସରକାରରେ ପ୍ରଥମ ଥର ପାଇଁ ବିଜେପି କ୍ଷମତାର ସ୍ୱାଦ ଚାଖିଥିଲା । ଅବଶ୍ୟ ପୂର୍ବରୁ ଜନତା ଦଳ ସହ ମିଶି ଜନସଂଘ ନେତାମାନେ ୧୯୭୭ରେ ପ୍ରଥମ ଥର ପାଇଁ କ୍ଷମତାର ସ୍ୱାଦ ପାଇଥିଲେ । ୨୦୦୪ରେ ପୁଣି ବିଜେଡ଼ି ଓ ବିଜେପି ମେଣ୍ଟ ସରକାର କ୍ଷମତାକୁ ଆସିଥିଲା । ସେହି ସମୟରେ ମନମୋହନ ମଧ୍ୟ ସଭାପତି ଥିଲେ । ଅତଏବ ଦୁଇ ଦୁଇ ଥର ତାଙ୍କ ନେତୃତ୍ୱରେ ବିଜେପି କ୍ଷମତାକୁ ଆସିଛି । ୨୦୨୩ ମାର୍ଚ୍ଚରେ ଅପ୍ରତ୍ୟାଶିତ ଭାବେ ସମୀର ମହାନ୍ତିଙ୍କୁ ହଟାଇ କେନ୍ଦ୍ରୀୟ ନେତୃତ୍ୱ ମନମୋହନଙ୍କ ହାତରେ କ୍ଷମତା ଅର୍ପଣ କରିଥିଲେ । ବିଶେଷକରି ଧାମନଗର ଉପନିର୍ବାଚନରେ ବିଜେପିର ଐତିହାସିକ ବିଜୟ ପାଇଁ ମନମୋହନଙ୍କୁ ପୁରସ୍କାର ମିଳିଥିଲା । ସେହି ସମୟରେ ସାରା ରାଜ୍ୟରେ ନବୀନଙ୍କ କ୍ରେଜ୍‌ ଆକାଶଛୁଆଁ ଥିଲେବି ମନମୋହନ ସେହି ଆହ୍ୱାନକୁ ସ୍ୱୀକାର କରି ବିଜେପିର ସଂଗଠନକୁ ଚଳଚଞ୍ଚଳ କରିଥିଲେ । ଖାଲି ସେତିକିନୁହେଁ, ୨୦୨୪ ନିର୍ବାଚନ ବେଳେ ବିଜେଡ଼ି ଓ ବିଜେପି ମେଣ୍ଟ ଚର୍ଚ୍ଚା ଜୋର୍‌ ଧରିଥିଲା । କିନ୍ତୁ ମେଣ୍ଟ ନକରିବା ଜିଦ୍‌ରେ ଅଟଳ ଥିଲେ ମନମୋହନ । ଏକାକୀ ବିଜେପି ଲଢ଼ିଲେ ସଫଳତା ପାଇବ ବୋଲି ସେ ଦର୍ଶାଇଥିଲେ । ଶେଷରେ ବିଜେପି ଏକାକୀ ଲଢ଼ି ପ୍ରଥମ ଥର ପାଇଁ ଏକାକୀ ସରକାର ଗଢ଼ିବାର ଐତିହାସକ ଗୌରବ ହାସଲ କରିପାରିଛି । ରାଜନୀତିକ ସମୀକ୍ଷକମାନେ ଏହାର ଶ୍ରେୟ ମନମୋହନଙ୍କୁ ହିଁ ଦେଇଥିଲେ । ତେଣୁ ତାଙ୍କୁ ପୁଣିଥରେ ସଭାପତି କରି ଦଳ ପୁରସ୍କାର ଦେଇଛି ବୋଲି ଚର୍ଚ୍ଚା ହେଉଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ମନମୋହନ ସାମଲଙ୍କ ନେତୃତ୍ୱକୁ ନେଇ ଖୁସି ଅଛନ୍ତି । ଓବିସି ଚେହେରା ଭାବେ ମଧ୍ୟ ମନମୋହନ ବେଶ୍‌ ପରିଚିତ । ଏବେ ବିଜେଡ଼ି ଓ କଂଗ୍ରେସ ଓବିସି ରାଜନୀତି କରୁଥିବାରୁ ମନମୋହନ ଭଲ କାଉଣ୍ଟର କରିପାରିବେ । ଖାଲି ସେତିକିନୁହେଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ତାଙ୍କର ଭଲ ସମ୍ପର୍କ ବି ମନମୋହନଙ୍କ ସ୍ଥିତିକୁ ମଜବୁତ୍‌ କରିପାରିଛି ।

  • Related Posts

    ଚୂଡାନ୍ତ ପ୍ରାର୍ଥୀ ତାଲିକା : ୩୪୭ କଲେଜରେ ୬୩୬୨ ପ୍ରାର୍ଥୀ, ୧୩ ବିଶ୍ବବିଦ୍ୟାଳୟରେ ୨୮୭ ପ୍ରାର୍ଥୀ

    ଭୁବନେଶ୍ବର : ଦୀର୍ଘ ୮ବର୍ଷ ପରେ ରାଜ୍ୟରେ ଅନୁଷ୍ଠିତ ହେଉଛି କଲେଜରେ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ମୋଟ ୬୩୬୨ ପ୍ରାର୍ଥୀ। ସେହିପରି ବିଶ୍ବବିଦ୍ୟାଳୟ ସ୍ତରରେ ୨୮୭ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛି। ଉଚ୍ଚଶିକ୍ଷା…

    Continue reading
    ଛାତ୍ର ସଂସଦ ନିର୍ବାଚନ: ବାଣୀବିହାର ମଇଦାନରେ ୨୯ ପ୍ରାର୍ଥୀ

    ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନରେ ଛାତ୍ରଛାତ୍ରୀଙ୍କ ଉତ୍ସାହଠୁ ଅଧିକ ରାଜନେତା, ଛାତ୍ର ସଂଗଠକ ମଧ୍ୟରେ ଦେଖିବାକୁ ମିଳୁଛି । ଉତ୍କଳ ବିଶ୍ୱବିଦ୍ୟାଳୟ ଉପରେ ସମସ୍ତଙ୍କ ନଜର । ଶନିବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ