ଦୟାନଦୀରେ ଗାଧୋଇବାକୁ ଆସି ଦୁଇଛାତ୍ରଙ୍କ ମୃତ୍ୟୁ

ଧଉଳି,17/08: ଜନ୍ମାଷ୍ଟମୀ ଦିନ ଧଉଳି ଥାନା ଅଧୀନ ନାଥପୁର ଜାଡ଼ମଲ୍ଲୀ ପୀଠ ନିକଟ ଦୟାନଦୀରେ ଗାଧୋଇବାକୁ ଆସି ଦୁଇଛାତ୍ରଙ୍କ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମୃତ ଛାତ୍ରଦ୍ବୟଙ୍କ ମଧ୍ୟରୁ ଜଣେ ହେଲେ ଏୟାରଫିଲ୍ଡ ଥାନା ସୁନ୍ଦରପଦା କଲେଜ ସମ୍ମୁଖରେ ରହୁଥିବା ସଞ୍ଜୟ ସ୍ବାଇଁଙ୍କ ପୁଅ ଅଭୟ ସ୍ବାଇଁ ଓ ଅନ୍ୟ ଜଣକ ହେଲେ ବଡ଼ଗଡ଼ ଥାନା ବିଜେବିନଗର ବସ୍ତି ଆଦେଇ ଖରାବସ୍ତିର ଶୁଭ୍ରତ ପ୍ରଧାନଙ୍କ ପୁଅ ଶୁଭମ ପ୍ରଧାନ(୧୪ ବର୍ଷ)। ଉଭୟ ଅଭୟ ଓ ଶୁଭମ୍ ନୂଆଗାଁସ୍ଥିତ ଏକ ଘରୋଇ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲେ। ସୂଚନା ଅନୁସାରେ ବଡ଼ଗଡ଼, ସୁନ୍ଦରପଦା, ବିଜେବିନଗର ଅଞ୍ଚଳରୁ ୪ ସାଙ୍ଗ ଧଉଳିରେ ଭୋଜି କରିବା ବାହାନାରେ ଆସିଥିଲେ। ଗତକାଲି ସ୍ବାଧୀନତା ଦିବସ ପାଳନ ନେଇ ସେମାନେ ବିଦ୍ୟାଳୟ ନଯାଇ ଧଉଳି ଆସିଥିଲେ। ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ସମୟରେ ଜାଡ଼ମଲ୍ଲୀ ଠାକୁରାଣୀଙ୍କ ଗଡ଼ାରେ ପ୍ରାୟ ୧୦୦ ମିଟର ଚାଲିଚାଲି ଦୟାନଦୀକୁ ଗାଧୋଇବାକୁ ଯାଇଥିଲେ। କୂଳରେ ଚପଲ ଓ ପୋଷାକ ରଖି ପାଣିକୁ ସମସ୍ତେ ପଶିଥିଲେ। ପ୍ରଥମେ ଅଭୟ ଓ ଶୁଭମ୍ ସାଙ୍ଗ ହୋଇ ପାଣିକୁ ପଶିଥିଲେ। ଅନ୍ୟ ଦୁଇ ସାଙ୍ଗ ଅଳ୍ପ ପାଣିରେ ରହିଥିଲେ। ହେଲେ ସେମାନଙ୍କ ଆଖି ସାମନାରେ ପ୍ରଥମେ ଶୁଭମ ପାଣିରେ ବୁଡ଼ି ଯାଇଥିଲା। ଶୁଭମଙ୍କୁ ରକ୍ଷା କରିବାକୁ ଯାଇ ଅଭୟ ଭାସି ଯାଇଥିଲା। ଉଭୟ ଅଭୟ ଓ ଶୁଭମ ପାଣିରେ ବୁଡ଼ି ଯାଉଥିବା ଦେଖି ଜଣେ ସାଙ୍ଗ ଭୟଭୀତ ହୋଇ ଦୌଡ଼ିଥିଲେ। ଅନ୍ୟ ଜଣକ ଚିତ୍କାର କରି ଲୋକଙ୍କୁ ଡାକ ପକାଇଥିଲା। ପାଟିଶୁଣି ନିକଟରେ ଗାଧୋଉଥିବା ସ୍ଥାନୀୟ ଲୋକେ ସେମାନଙ୍କୁ ଖୋଜାଖୋଜି କରି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ‌କାହାକୁ ଉଦ୍ଧାର କରିବାରେ ସକ୍ଷମ ହୋଇନଥିଲେ। ଏହାପରେ ସେମାନେ ଅଗ୍ନିଶମ ବାହିନୀଙ୍କୁ ଫୋନ୍‌ କରି ଜଣାଇଥିଲେ। ଧଉଳି ଥାନା ପୁଲିସ ଓ କଳ୍ପନା ଛକ ଅଗ୍ନିଶମ ବାହିନୀ ନିଖୋଜ ଛାତ୍ରଦ୍ବୟଙ୍କୁ ନଦୀଗର୍ଭରେ ଖୋଜାଖୋଜି କରିଥିଲେ। ପରେ ପରେ ଓଡ୍ରାଫ ଟିମ୍‌ ପହଞ୍ଚି ପ୍ରାୟ ୧ ଘଣ୍ଟା ଖୋଜାଖୋଜି ପରେ ଅଭୟଙ୍କୁ ଉଦ୍ଧାର କରିଥିଲେ। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶୁଭମଙ୍କ ପତ୍ତାମିଳିନଥିଲା। ଆଜି ଭୋର ସମୟରେ ଗଙ୍ଗେଶ୍ବରପୁର ଶାସନ ନିକଟରେ ଶୁଭମଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଧଉଳି ଥାନା ଓ ଅଗ୍ନିଶମବାହିନୀକୁ ଜଣାଇଥିଲେ। ଅଗ୍ନିଶମ ବାହିନୀ ଶୁଭମଙ୍କ ମୃତଦେହ ଉଦ୍ଧାର କରିଥିଲା। ଧଉଳି ଥାନା ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା।

  • Related Posts

    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading
    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ