ଧାରଣାରେ ୫୫ ଆଦିବାସୀ ପରିବାର

ବାରିପଦା: ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନିଜ ଗ୍ରାମର ମୌଳିକ ସମସ୍ୟାର ସମାଧାନ ତଥା ବିଦ୍ୟୁତ୍‌ ସଂଯୋଗ ଦାବିରେ ପ୍ରତିବାଦ କରିଛନ୍ତି କପ୍ତିପଦା ବ୍ଲକ୍‌ର ୫୫ ଆଦିବାସୀ ପରିବାର। ପ୍ରଶାସନ ତଥା ସରକାରଙ୍କ ବିରୋଧରେ ରାସ୍ତା ଉପରେ ନାରାବାଜି କରିଛନ୍ତି ଏହି ଆଦିବାସୀ ପରିବାର। ବହୁବର୍ଷ ହେଲା ଦାବି କରୁଥିଲେ।
ସୂଚନାଯୋଗ୍ୟ କପ୍ତିପଦା ବ୍ଲକ୍‌ ପଦ୍ମପୋଖରୀ ପଞ୍ଚାୟତ ଧନାସାହିର ଏହି ୫୫ ପରିବାରଙ୍କ ପାଖରେ କୌଣସି ମୌଳିକ ସୁବିଧା ପହଞ୍ଚିପାରୁନି। ଗାଁକୁ ସବୁଦିନିଆ ରାସ୍ତା ଖଣ୍ଡେ ନାହିଁ, ବିଜୁଳି ସଂଯୋଗ ବି ନାହିଁ। ଏପରିକି ଲୋକେ ମୋବାଇଲ୍‌ ଚାର୍ଜ କରିବାକୁ କପ୍ତିପଦା ବଜାରକୁ ଆସୁଛନ୍ତି। ଏଥିପାଇଁ ଦୈନିକ ୨୦ ଟଙ୍କା ଖର୍ଚ୍ଚ କରୁଛନ୍ତି। ପାଣି ପାଇଁ ଖରାଦିନେ ଡହଳବିକଳ ହେଉଛନ୍ତି। ଏସବୁ ସମସ୍ୟା ବର୍ଷ ବର୍ଷ ଧରି ଲାଗିରହିଛି। ହେଲେ ପ୍ରଶାସନ କିମ୍ବା ସରକାର ଏହାର ସମାଧାନ କରୁନାହାନ୍ତି। ତେଣୁ ଆଜି ସକାଳୁ ସମସ୍ତ ୫୫ ପରିବାରର ଲୋକ ବସ୍‌ଭଡ଼ା କରି ବାରିପଦାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜର ହକ୍‌ ପାଇଁ ଦାବି କରିଥିଲେ। ୨୪ ଘଣ୍ଟା ଭିତରେ ଗ୍ରାମରେ ବିଦ୍ୟୁତ୍‌ ସଂଯୋଗ ଏବଂ ଅନ୍ୟାନ୍ୟ ସମସ୍ୟାର ତ୍ବରିତ ସମାଧାନ ହେବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନକାରୀମାନେ ଘରକୁ ଫେରିଥିଲେ।

  • Related Posts

    ରାସ୍ତା ସମ୍ପ୍ରସାରଣ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ

    ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ ଜିଲ୍ଲାରେ କୋଇଲା ପରିବହନ ଏବଂ ଶିଳ୍ପ ଭିତ୍ତିଭୂମିକୁ ସଦୃଢ଼ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି । ଏହି ସମ୍ପର୍କରେ ଏକ ପତ୍ର ଲେଖି…

    Continue reading
    ୪ ତାରିଖ ଯାଏ ଝଡ଼ବର୍ଷା

    ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ଉପକୂଳରେ ଥଣ୍ଡା ଅନୁଭୂତ ହେଉଛି। ଗତ କିଛିଦିନ ଧରି ରାଜ୍ୟରେ ଏପରି ତାପମାତ୍ରା ଦେଖିବାକୁ ମିଳୁଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ହିଟ୍‌ ଆଣ୍ଡ୍‌ ହ୍ୟୁମିଡିଟି ଓ୍ବାର୍ନିଂ ଜାରି କରାଯାଇଛି। ଗୁରୁବାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ