ଧାର୍ୟ୍ୟ ଲକ୍ଷ୍ୟ ଠାରୁ ରେକର୍ଡ଼ ପରିମାଣର ଅଧିକ ରବି ଧାନ ସଂଗ୍ରହ

ଭୁବନେଶ୍ୱର: ରବି ଧାନ ସଂଗ୍ରହ ୨୦୨୪-୨୫ ନେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀସ୍ତରୀୟ ସମୀକ୍ଷା ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ରବି ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି । ଆଜି ଏହି ସଂଗ୍ରହ ପ୍ରକ୍ରିୟାର ଅବଧି ଶେଷ ହେବାକୁ ଯାଉଛି । ଚଳିତ ବର୍ଷ ରବି ଧାନ ଫସଲ ପାଇଁ ଧାର୍ୟ୍ୟ ଲକ୍ଷ୍ୟ ୧୪ ଲକ୍ଷ ମେଟ୍ରିକ ଟନ ରହିଥିବାବେଳେ ଆଜି ସୁଦ୍ଧା ପ୍ରାୟ ୧୯ ଲକ୍ଷ୍ୟ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇସାରିଛି । ଗତ ବର୍ଷ ୧୨ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିବାବେଳେ ଚଳିତ ଋତୁରେ ରେକର୍ଡ଼ ପରିମାଣର ଧାନ ସଂଗ୍ରହ ହୋଇଛି । ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ସମୃଦ୍ଧ କୃଷକ ଯୋଜନା ଅଧୀନରେ ଚାଷୀଙ୍କୁ ରବି ଧାନରେ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା (ଏମ୍ଏସପି ଓ ଇନପୁଟ ସହାୟତା ବାବଦରେ) ପ୍ରଦାନ କରୁଛି ।
ଧାନ କିଣା ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ଏବଂ ଅନ୍ୟ ପଡୋଶୀ ରାଜ୍ୟରୁ ଆସୁଥିବା ଧାନକୁ ରୋକିବା ପାଇଁ ଚାଷୀଙ୍କ ଇ- କେୱାଇସି ବ୍ୟବସ୍ଥା ଲାଗୁ କରିବା ନିମନ୍ତେ ବୈଠକରେ ବିଚାର ବିମର୍ଶ ହୋଇଥିଲା । ଏହାଦ୍ବାରା ଆମ ରାଜ୍ୟ ପ୍ରକୃତ ହିତାଧିକାରୀ ଉପକୃତ ହୋଇପାରିବେ । ଏହା ବ୍ୟତୀତ ଆଗାମୀ ସମୟରେ ଧାନ କିଣା ନିମନ୍ତେ ନୂତନ ନୀତି ଆଣିବା ପାଇଁ ସରକାର ବିଚାର କରୁଛନ୍ତି ।

ସମ୍ପ୍ରତି ରାଜ୍ୟବାସୀଙ୍କ ନିଜସ୍ଵ ବିନିଯୋଗ ପାଇଁ ୨୭ ଲକ୍ଷ ମେଟ୍ରିକ ଟନର ଚାଉଳ ଆବଶ୍ୟକ ହୋଇଥାଏ । କିନ୍ତୁ ଆମ ରାଜ୍ୟ ଓଡ଼ିଶାରେ ଚଳିତ ବର୍ଷ ଖରିଫ ଓ ରବି ଧାନକୁ ମିଶାଇ ମୋଟ ୯୩ ଲକ୍ଷ ମେଟ୍ରିକ ଟନ ଧାନ ଉତ୍ପାଦନ ହୋଇଛି । ସେଥିରୁ ହାରାହାରି ୬୩ ଲକ୍ଷ ମେଟ୍ରିକ ଟନ ଚାଉଳ ପ୍ରସ୍ତୁତ ହେବ । ଯାହା ରାଜ୍ୟର ଚାହିଦା ଠାରୁ ଢ଼େର ଅଧିକ । ବଳକା ଚାଉଳର ସୁପରିଚାଳନା ପାଇଁ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଧାନର କଟା ଅଂଶ ଏବଂ ଭଙ୍ଗା ଚାଉଳକୁ ରାଜ୍ୟରେ ଥିବା ଇଥାନଲ ପ୍ଲାଣ୍ଟକୁ ଦିଆଯାଇ ସେଥିରୁ ୨ଜି ଇଥାନଲ ପ୍ରସ୍ତୁତ କରିବା ବ୍ୟବସ୍ଥା କରାଯାଇଛି ।

ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ସମେତ ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା ପ୍ରମୁଖ ଉପସ୍ଥିତ ରହି ବିଭାଗୀୟ ସମୀକ୍ଷା କରିଥିଲେ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ, ପରିଚାଳନା ନିର୍ଦ୍ଦେଶକ ଯୋଗାଣ ନିଗମ ଶ୍ରୀ ସୁଦର୍ଶନ ଚକ୍ରବର୍ତ୍ତୀ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ବୈଠକରେ ଯୋଗଦେଇଥିଲେ ।

  • Related Posts

    ଗ୍ୟାସ୍ କଳା ବଜାର ରୋକିବାକୁ ବାୟୋମେଟ୍ରିକ ବାଧ୍ୟତାମୂଳକ

    ଭୁବନେଶ୍ବର: ଇରାନ ଯୁଦ୍ଧ ପାଇଁ ଭାରତରେ ଏଲ୍‌ପିଜି ସଙ୍କଟ ଦେଖାଦେଇଥିବା ବେଳେ ପିଏନ୍‌ଜି ଗ୍ୟାସ୍ ସଂଯୋଗ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଏପରିସ୍ଥଳେ ଏଲପିଜି ସିଲିଣ୍ଡର କଳାବଜାରୀ ରୋକିବାକୁ ତୈଳ ଓ ଗ୍ୟାସ କମ୍ପାନୀଙ୍କ ପକ୍ଷରୁ ଗ୍ରାହକଙ୍କ ବାୟୋମେଟ୍ରିକ (ଆଙ୍ଗୁଠି ଓ…

    Continue reading
    ଜନଗଣନା ନ ସରିବା ଯାଏ କର୍ମଚାରୀଙ୍କ ବଦଳି ବନ୍ଦ

    ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇଥିବା ଜନଗଣନା ବର୍ଷେ ପର୍ୟ୍ୟନ୍ତ ଜାରି ରହିବ। ସେ ପର୍ୟ୍ୟନ୍ତ ଏଥିରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ଅନ୍ୟତ୍ର ବଦଳି ଉପରେ କଟକଣା ଲଗାଯାଇଛି। ଏନେଇ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅରବିନ୍ଦ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ