ନଦୀରେ ଭାସିଯାଇ ୭୩ ମଇଁଷି ମୃତ

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ରବିବାର ଗୋଟିଏ ପଟରୁ ଆରପଟକୁ ଯିବା ବେଳେ ନଦୀରେ ୭୩ଟି ମଇଁଷିଙ୍କ ମୃତ୍ୟୁ ଘଟିଛି। ଏକକାଳୀନ ଏତେ ସଂଖ୍ୟାରେ ମଇଁଷିଙ୍କର ମୃତ୍ୟୁ ପରେ ତିନି ଜଣ ଚାଷୀ ବେସାହାରା ହୋଇଯାଇଛନ୍ତି। ଆଳି ଥାନା ଏକମାଣିଆ ଗାଁ ନିକଟ ଦେଇ ପ୍ରବାହିତ ହେଉଥିବା ନଦୀରେ ଆଜି ସକାଳୁ ୭୩ଟି ମଇଁଷିଙ୍କ ଏକକାଳୀନ ମୃତ୍ୟୁ ଘଟିଛି। ବ୍ରାହ୍ମଣୀ ନଦୀର ଶାଖା ‘ଗଳିଆ’ କୂଳରେ ୮୮ଟି ମଇଁଷି ଥିଲେ। ଆଜି ସକାଳୁ ମଇଁଷିମାନଙ୍କୁ ଚରିବା ପାଇଁ ଖୋଲି ଦିଆଯାଇଥିଲା। ଘାସ ଚରିଚରି ମଇଁଷିମାନେ ଆଗକୁ ବଢ଼ିଥିଲେ। ଏହା ପରେ ମଇଁଷିମାନେ ଏହି ନଦୀରେ ପଶିଥିଲେ। ନଦୀଟି ଗହିରିଆ ଓ ଅଣଓସାରିଆ ଥିବାରୁ ମଇଁଷିମାନେ ଛନ୍ଦାଛନ୍ଦି ହୋଇ ଏକକାଳୀନ ମୃତ୍ୟୁ ଘଟିଛି। ସୌଭାଗ୍ୟବଶତଃ ୧୫ଟି ମଇଁଷି ବର୍ତ୍ତିଯାଇଛନ୍ତି।
ଏକାକଳୀନ ୭୩ଟି ମଇଁଷିର ମୃତ୍ୟୁ ପରେ ତିନିଜଣ ଚାଷୀ ଭାଙ୍ଗିପଡ଼ିଛନ୍ତି। ପରିବାର କେମିତି ଚଳିବ? ପିଲାମାନେ କେମିତି ବଢ଼ିବେ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି। କାରଣ ଗୋଟିଏ ମଇଁଷି ଦିନକୁ ପାଖାପାଖି ୧୦ଲିଟିର କ୍ଷୀର ଦେଇଥାଏ। ଗଣେଶ ଦାସଙ୍କ ୪୦ଟି ମଇଁଷିଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୫ରୁ ଊର୍ଦ୍ଧ୍ବ କ୍ଷୀର ଦେଉଥିଲେ। ଏହି ଅଘଟଣ ଯୋଗୁଁ ସେ ବ୍ୟାପକ କ୍ଷତି ସହିଛନ୍ତି।

  • Related Posts

    ପ୍ରଦୂଷଣ ଯାଞ୍ଚ କେନ୍ଦ୍ରରେ ପୁଣି ଭିଡ଼ ଲାଗିଲାଣି

    ଭୁବନେଶ୍ୱର : ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ଯାଞ୍ଚ ଆରମ୍ଭ ହୋଇଛି । ଟୋଲଗେଟ୍ ପାର୍ କଲେ, ମୋଟା ଅଙ୍କର ଇ-ଚାଲଣ କଟୁଛି । ହଜାରେ କି ଦୁଇ ହଜାର ନୁହେଁ, ଏକାବେଳକେ ୧୦ ହଜାର ଟଙ୍କା ଜରିମାନାର ମେସେଜ…

    Continue reading
    ଗ୍ୟାସ୍ କଳା ବଜାର ରୋକିବାକୁ ବାୟୋମେଟ୍ରିକ ବାଧ୍ୟତାମୂଳକ

    ଭୁବନେଶ୍ବର: ଇରାନ ଯୁଦ୍ଧ ପାଇଁ ଭାରତରେ ଏଲ୍‌ପିଜି ସଙ୍କଟ ଦେଖାଦେଇଥିବା ବେଳେ ପିଏନ୍‌ଜି ଗ୍ୟାସ୍ ସଂଯୋଗ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଏପରିସ୍ଥଳେ ଏଲପିଜି ସିଲିଣ୍ଡର କଳାବଜାରୀ ରୋକିବାକୁ ତୈଳ ଓ ଗ୍ୟାସ କମ୍ପାନୀଙ୍କ ପକ୍ଷରୁ ଗ୍ରାହକଙ୍କ ବାୟୋମେଟ୍ରିକ (ଆଙ୍ଗୁଠି ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ