ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିଜେଡିର ଯାଜପୁର ବିଧାୟକ ଓ ନେତା

ଭୁବନେଶ୍ୱର:ଯାଜପୁର ଜିଲ୍ଲା ବିଜୁ ଜନତା ଦଳର ବିଧାୟକ ତଥା ନେତୃବୃନ୍ଦ ଆଜି ସକାଳେ ନବୀନ ନିବାସ ରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ଜିଲ୍ଲା ର ରାଜନୈତିକ ପରିସ୍ଥିତି ଓ ବିକାଶ କାମ ସମ୍ପର୍କରେ ଆଲୋଚନା କରିଥିଲେ। ନୂଆ ସରକାର ଦାୟିତ୍ୱ ନେବା ପରେ ଜିଲ୍ଲା ରେ ବିକାଶ କାମ ରେ ସ୍ଥାଣୁତା ଦେଖା ଦେଇଥିବାରୁ ଶ୍ରୀ ପଟ୍ଟନାୟକ ଉଦବେଗ ପ୍ରକାଶ କରିଥିଲେ।ତା ସହିତ ପଂଚାୟତ ଓ ପୌରାଞ୍ଚଳ ର ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ବିଜେପି ସରକାର ସଂକୁଚିତ କରି ଦେଇଥିବାରୁ ପରିସ୍ଥିତି କିପରି ଅଧିକ ଗମ୍ଭୀର ହୋଇଛି ସେ ସମ୍ପର୍କରେ ନେତୃବୃନ୍ଦ ଶ୍ରୀ ପଟ୍ଟନାୟକଙ୍କୁ ଅବଗତ କରିଥିଲେ। ସେହିପରି ବ୍ୟାପକ ରାଜନୈତିକ ହସ୍ତକ୍ଷେପ ଯୋଗୁଁ ଜିଲ୍ଲା ରେ ଆଇନ ଶୃଙ୍ଖଳା ପରିସ୍ଥିତି ରେ ଅବନତି ଘଟିଛି ଏବଂ ଜନସାଧାରଣ ବିଶେଷ କରି ମା ମାନେ ଅସୁରକ୍ଷିତ ହୋଇ ପଡିଛନ୍ତି ବୋଲି ସେମାନେ ଶ୍ରୀ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ସମସ୍ତ ପ୍ରତିକୂଳ ପରିସ୍ଥିତରେ ମଧ୍ୟ ଲୋକଙ୍କ ସେବା ଜାରି ରଖିବା ପାଇଁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟାନ୍ୟ ବିଷୟ ମାନଙ୍କ ମଧ୍ୟରେ ଜିଲ୍ଲାରେ ବିଜେଡି ର ସାଂଗଠନିକ ସ୍ଥିତିକୁ କିପରି ଆହୁରି ମଜଭୂତ କରାଯାଇ ପାରିବ,ସେ ସମ୍ପର୍କରେ ଶ୍ରୀ ପଟ୍ଟନାୟକ,ଜିଲ୍ଲା ର ନେତା ମାନଙ୍କ ସହ ମତ ବିନିମୟ କରିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଙ୍କ ସମେତ ବରୀ ବିଧାୟକ ଶ୍ରୀ ବିଶ୍ୱରଂଜନ ମଲ୍ଲିକ,ଯାଜପୁର ବିଧାୟିକା ଶ୍ରୀମତୀ ସୁଜାତା ସାହୁ,ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଣବ ପ୍ରକାଶ ଦାସ,ପ୍ରୀତିରଞ୍ଜନ ଘଡେଇ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ,ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଓ କ୍ୟାପଟେନ ଏସ କେ ମହାପାତ୍ର ପ୍ରମୁଖ ବିଜେଡି ସଭାପତି ଙ୍କୁ ଭେଟି ଆଲୋଚନା କରିଥିଲେ।

Related Posts

ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼ : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ସେ ଭୁବନେଶ୍ବରସ୍ଥିତ କଂଗ୍ରେସ ଭବନରେ ଶତାଧିକ ସମର୍ଥକଙ୍କ ଗହଣରେ ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ବିଧାୟକ ସନ୍ତୋଷ ସିଂ…

Continue reading
ସିଜିମାଳୀ ସମସ୍ୟା: ଦରକାର ପଡିଲେ ଆଦିବାସୀଙ୍କ ସୁରକ୍ଷା ପାଇଁ ରାହୁଲ ଗାନ୍ଧୀ ଆସିବେ

ଭୁବନେଶ୍ୱର : ସିଜିମାଳୀର ବିସ୍ଥାପିତଙ୍କୁ ନ୍ୟାୟ ଦାବିରେ ତଥା ପୁଲିସର ଦମନଲୀଳା ବିରୋଧରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ନ୍ଦେଶ କ୍ରମେ ୧୦ ତାରିଖ ଶୁକ୍ରବାର ରାଜ୍ୟ କଂଗ୍ରେସର ବରିଷ୍ଠ ନେତୃବୃନ୍ଦଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ