ନାବାଳିକା ଦୁଷ୍କର୍ମ ମାମଲା; ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ

ଫୁଲବାଣୀ: ଫୁଲବାଣୀ ଫାଷ୍ଟ୍ ଟ୍ରାକ୍ ପୋକ୍ସୋ ଦୁଷ୍କର୍ମ ଅଭିଯୁକ୍ତ ଶୁଣାଇଲେ ଦଣ୍ଡାଦେଶ। ସ୍ବତନ୍ତ୍ର କୋର୍ଟ ଗଣେଶ କହଁରକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଜରିମାନା ଶୁଣାଇଛନ୍ତି। ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ମାମଲାର ଶୁଣାଣି କରିଥିଲେ। ଜରିମାନା ଅନାଦେୟ ଅଧିକ ଦୁଇ ବର୍ଷ ଜେଲ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ତରଫରୁ ଫାଷ୍ଟ୍ ଟ୍ରାକ୍ ପୋକ୍ସୋ୍ କୋର୍ଟର ସ୍ଵତନ୍ତ୍ର ପି.ପି.ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ।ସୂଚନା ଅନୁସାରେ ଗତ ୨୦୨୩ ମସିହାରେ ୧୪ ବର୍ଷୀୟା ପୀଡ଼ିତା ଜଣକ ଏକ ସରକାରୀ ଉଚ୍ଚ ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢୁଥିଲେ। ମାସିକ ସ୍ବାସ୍ଥ୍ୟ ପରୀକ୍ଷା ବେଳେ ସେ ଗର୍ଭବତୀ ଥିବା ଜଣାପଡିଥିଲା। ତଦନ୍ତ ପରେ ଅଭିଯୁକ୍ତ ଗଣେଶ କହଁର ଗ୍ରୀଷ୍ମ ଛୁଟିରେ ପୀଡ଼ିତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ଜଣାପଡ଼ିଥିଲା। ପରବର୍ତ୍ତୀ ସମୟରେ ବ୍ରହ୍ମପୁର ମେଡିକାଲ କଲେଜରେ ପୀଡ଼ିତା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଲିଖିତ ଅଭିଯୋଗ ଆଧାରରେ ସଦର ପୁଲିସ ୧୯/୨୩ରେ ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତ ଗଣେଶ କହଁରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ମାମଲାର ଶୁଣାଣି କରିଥିଲେ। ୧୯ ଜଣ ସାକ୍ଷୀଙ୍କ ବୟାନ ଓ ଡାକ୍ତରୀ ରିପୋର୍ଟ ଆଧାରରେ ଉପରୋକ୍ତ ରାୟ ଶୁଣାଇଛନ୍ତି। ପୀଡ଼ିତାଙ୍କୁ କ୍ଷତି ପୂରଣ ବାବଦରେ ୬ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ତରଫରୁ ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ।

  • Related Posts

    ଚୌଦ୍ୱାର ଜେଲରୁ ଫେରାର୍ ରାଜା ସାହାଣୀ ଗିରଫ

    ଭୁୁବନେଶ୍ୱର : ଚୌଦ୍ୱାର ଜେଲରୁ ଫେରାର୍ ଦ୍ୱିତୀୟ କଏଦୀ ଗୁରୁବାର ଗିରଫ ହୋଇଛି। ବିହାରର ରାଜା ସାହାଣୀକୁ ଋଷିକେଶରୁ ଗିରଫ କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧୀକୁ ଋଷିକେଶରୁ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି। ଏହା ପୂର୍ବରୁ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ…

    Continue reading
    କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌

    ଭୁବନେଶ୍ବର: କୁବେର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ୨୯ ପ୍ଲଟ୍‌ ଠାବ ହୋଇଛି। ଜଟଣୀ, ବ୍ରହ୍ମପୁର ଆଦି ସ୍ଥାନରେ ବାବୁଙ୍କର ୨୯ ପ୍ଲଟ୍, ଦୁଇ ବହୁତଳ କୋଠା ସହ କଳିଙ୍ଗ ବିହାରରେ ଗୋଟିଏ ଫ୍ଲାଟ୍‌ ଠାବ ହୋଇଛି। ରେଡ୍‌ ବେଳେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ