
ବଲାଙ୍ଗିର: ନାବାଳିକା ପ୍ରେମିକାଙ୍କ ତଣ୍ଟି କାଟିବା ପରେ ବିଷ ପିଇ ଦେଇଛନ୍ତି ଜଣେ ଯୁବକ। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ନାବାଳିକାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ବଲାଙ୍ଗିର ସଦର ଥାନା ମାୟାବର୍ହା ଗାଁରେ। ଯୁବକଙ୍କ ନାଁ ହଳଧର ବରିହା। ତାଙ୍କ ଘର ଲରମ୍ଭା ଥାନା ପଣ୍ଡ୍ରିପାଏନ ଗାଁରେ। ନାବାଳିକାଙ୍କ ଘର ମାୟାବର୍ହାରେ। ଉଭୟ ସଂପର୍କୀୟ ମଧ୍ୟ। ଗତକାଲି ରାତିରେ ହଳଧର ଉକ୍ତ ନାବାଳିକାଙ୍କ ଘରକୁ ଯାଇଥିଲେ। ସୂଚନା ଅନୁଯାୟୀ, ଆଜି ସକାଳେ ଘରେ ଅନ୍ୟ କେହି ନଥିବା ବେଳେ ନାବାଳିକାଙ୍କ ସହିତ ଯୁବକଙ୍କର କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ସେହି ସମୟରେ ଯୁବକ ଜଣଙ୍କ ଉତ୍କ୍ଷିପ୍ତ ହୋଇ କୌଣସି ଧାରୁଆ ଅସ୍ତ୍ରରେ ନାବାଳିକାଙ୍କ ତଣ୍ଟି କାଟି ଫେରାର ହୋଇଯାଇଥିଲେ।




