ନାରୀ ନ୍ୟାୟ ପାଇଁ କଂଗ୍ରେସ ପକ୍ଷରୁ ଆପ୍ ଉନ୍ମୋଚିତ

ଭୁବନେଶ୍ୱର: ନାରୀ ନ୍ୟାୟ ପାଇଁ ଲଢ଼ିବ ‘ନାରୀ ନ୍ୟାୟ ବାହିନୀ’ ଆପ୍। ବାରମ୍ବାର ନାରୀ ଅତ୍ୟାଚାର ଉପରେ ଲାଗିବ ରୋକ୍ । ନାରୀଙ୍କୁ ନ୍ୟାୟ ପାଇଁ ଜନ ସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରାଯିବ। ନାରୀ ନ୍ୟାୟ ସ୍ୱତଃ ଓଡ଼ିଶାରେ ଜାଗି ଉଠୁ । ସମାଜରେ ମହିଳା ଆଉ ଶୋଷିତ ହେବନି। ଭଗବାନ ରାମଚନ୍ଦ୍ର ମାଆ ସୀତାଙ୍କୁ ନ୍ୟାୟ ଦେବା ଲାଗି ଚଉଦ ବର୍ଷ କଷ୍ଟ କରିବାକୁ ପଡିଥିଲା। ତଥାପି ସେ ନ୍ୟାୟ ଦେଇଥିଲେ। ପଛ ଘୁଞ୍ଚା ଦେବାର ପ୍ରଶ୍ନ ଉଠୁନି । ରାଜ୍ୟ କଂଗ୍ରେସ ସମସ୍ତ ଶକ୍ତି ନାରୀ ନ୍ୟାୟ ପାଇଁ ସମର୍ପିତ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି।
ବୁଧବାର ‘ନାରୀ ନ୍ୟାୟ ବାହିନୀ’ ଆପ୍ ଉନ୍ମୋଚନ ଅବସରରେ ଭକ୍ତ ଚରଣ ଦାସ କହିଛନ୍ତି, ଯୁଗ ଯୁଗ ଧରି ନାରୀ ପ୍ରତି ଅତ୍ୟାଚାର ହୋଇ ଆସିଛି । ଏହା ପୂର୍ବରୁ ମଧ୍ୟ ହେଉଥିଲା। ଏବେବି ବିଭିନ୍ନ ସ୍କୁଲ, କଲେଜରେ, ରାସ୍ତା, ଘାଟରେ ନାରୀ ପ୍ରତି ଅନ୍ୟାୟ ହେଉଛି । ସୋମବାର ରାତିରେ, ପିଏମଜି ଛକରେ ଯେଉଁଠି ମନ୍ତ୍ରୀ ରହୁଛନ୍ତି, ସେଠାରୁ ଜଣେ ମହିଳାଙ୍କୁ ଦୁର୍ବୃତ୍ତ ଟାଣି ନେଲେ। ରାଜ୍ୟରେ ମହିଳା ଏବେ ସୁରକ୍ଷିତ ନୁହନ୍ତି । ଏନେଇ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓଡ଼ିଶା ଆସିଲେ ଏବଂ ନାରୀ ନ୍ୟାୟ ଦେବା ପାଇଁ ଆହ୍ୱାନ ଦେଇଥିଲେ । ଏବେ ନାରୀ ନ୍ୟାୟ ପାଇଁ ଜନ ସାଧାରଣଙ୍କ ଭିତରେ ଆଲୋଡନ ସୃଷ୍ଟି ହୋଇଛି। କଂଗ୍ରେସ ଏଥିରେ ସାମିଲ ହେବ । ନାରୀ ନ୍ୟାୟକୁ ନେଇ କଂଗ୍ରେସ ରାଜନୀତି କରିବ ନାହିଁ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଥିଲେ । ସମାଜସେବୀ ରଂଜୁକ୍ତା କୁମାରୀ ବେହେରା ‘ନାରୀ ନ୍ୟାୟ ବାହିନୀ’ ଆପ୍‌ର ଉନ୍ମୋଚନ କରିଥିଲେ । ଏବେବି ବହୁ ମହିଳା ନିର୍ୟାତନା ମାମଲା ରହିଛି ଯାହା ଲୋକଲୋଚନକୁ ଆସିପାରୁନାହିଁ । ସେମାନେ ନିର୍ୟାତନା ବିରୋଧର ସ୍ବର ଉତ୍ତୋଳନ ପାଇଁ ଆମେ ବ୍ଲକ୍ ସ୍ତରରେ ସଚେତନ କାର୍ୟ୍ୟକ୍ରମ କରିବୁ ବୋଲି ସମାଜସେବୀ ରଞ୍ଜିତା କୁମାରୀ କହିଛନ୍ତି। ‘ନାରୀ ନ୍ୟାୟ ବାହିନୀ’ ସଂଯୋଜିକା ଗାୟତ୍ରୀବାଳା କହିଥିଲେ, ସମାଜରେ ଏବେ ଥିବା ବ୍ୟବସ୍ଥାରେ ବହୁ ନାରୀ ହିଂସାର ଶିକାର ହେଉଛନ୍ତି। ଦୁଷ୍କର୍ମ, ଗଣ ଦୁଷ୍କର୍ମ ବଢ଼ି ଚାଲିଛି। ବହୁ ସମୟରେ ନାରୀଟିଏ ଅତ୍ୟାଚାର ହେବା ପରେ କେଉଁଠି ଅଭିଯୋଗ କରିବେ, ତାହା ଜାଣି ପାରୁନାହାନ୍ତି। ଏବେ ଗାଁକୁ ଯିବ ‘ନାରୀ ନ୍ୟାୟ ବାହିନୀ’। ଲୋକଙ୍କୁ ସଚେତନ କରିବ। ଓଡିଶାର ନାରୀମାନେ କିଭଳି ନ୍ୟାୟ ପାଇବେ, ସେ ନେଇ ଚେଷ୍ଟା ଜାରି ରହିବ ବୋଲି ସେ କହିଛନ୍ତି ।ଆଇନଜୀବୀ ସୂର୍ୟ୍ୟସ୍ମିତା ପଣ୍ଡା କହିଲେ, ନାରୀଙ୍କୁ ଶସକ୍ତି କରିବା ପାଇଁ ପୁରୁଷ ମନରେ ଚିନ୍ତାର ପରିବର୍ତ୍ତନ ଆବଶ୍ୟକ। ପୁରୁଷମାନେ ଆଗକୁ ଆଗେଇ ଆସିଲେ ନାରୀ ନ୍ୟାୟ ନିଶ୍ଚୟ ମିଳିବ ବୋଲି ସୂର୍ୟ୍ୟସ୍ମିତା କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଶେଫାଳି ଶର୍ମା, ସୃଷ୍ଟି ସୌମି, ନିବେଦିତା ପଟ୍ଟନାୟକ ପ୍ରମୁଖ ନାରୀ ନ୍ୟାୟ ପାଇଁ ଆଗେ ଭଲରେ ଚେଷ୍ଟା କରିବୁ, ନ୍ୟାୟ ନ ମିଳିଲେ ଆନ୍ଦୋଳନ କରିବୁ ବୋଲି କହିଛନ୍ତି

  • Related Posts

    ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

    ୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

    Continue reading
    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ