ନୂଆଁଖାଇ: ସମଲେଶ୍ଵରୀଙ୍କୁ ଲାଗି ହେଲା ନବାନ୍ନ

ଭୁବନେଶ୍ୱର: କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ସାରା ପଶ୍ଚିମଓଡ଼ିଶା ଚଳଚଞ୍ଚଳ ହୋଇପଡ଼ିଛି। ଏହି ଅବସରରେ ଗୁରୁବାର ମା’ ସମଲେଶ୍ଵରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସକାଳ ୧୦ଟା ୩୩ରୁ ୧୦ଟା ୫୫ ମଧ୍ୟରେ ନବାନ୍ନ ଲାଗି କରାଯାଇଛି। ଏଥିପାଇଁ ମୁଖ୍ୟ ପୂଜକ ଅମ୍ବିକା ରାଏଙ୍କ ଘରୁ ନବାନ୍ନ ଅଣାଯାଇଥିଲା। ସେହିପରି ବଲାଙ୍ଗୀରରେ ଇଷ୍ଟଦେବୀ ପାଟଣେଶ୍ଵରୀଙ୍କ ନିକଟରେ ବି ନବାନ୍ନ ଲାଗି ହୋଇଛି। ନୂଆଖାଇ ପାଇଁ ସମଲେଶ୍ଵରୀ ପୀଠ ଉତ୍ସବମୁଖର ହୋଇପଡ଼ିଛି। ଘଣ୍ଟବାଦ୍ୟରେ ଦୁଲୁକୁଛି ମା’ଙ୍କ ପୀଠ। ଘରେ ଘରେ ପିଠାପଣାର ଆସର ଜମିଛି।

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ମା’ ମାଟି ଓ ଇଷ୍ଟ ଦେବୀଙ୍କୁ ପୂଜା କରିବାର ପର୍ବ ହେଉଛି ନୂଆଖାଇ । ଚାଷୀ ତାର ପ୍ରଥମ ଫସଲକୁ ଇଷ୍ଟ ଦେବୀଙ୍କ ପାଖରେ ଲାଗି କରିବା ପରେ ସପରିବାରଙ୍କ ସହ ଏକାଠି ନୂଆ ଖାଇଥାନ୍ତି । ଏହା ହେଉଛି ନୂଆଖାଇ ପର୍ବର ସ୍ୱତନ୍ତ୍ର ପରମ୍ପରା ।

  • Related Posts

    ମହାନଦୀ ଜଳ ବିବାଦ: ୨୦ରେ ପରବର୍ତ୍ତୀ ଶୁଣାଣି

    ଭୁବନେଶ୍ବର: ମହାନଦୀ ପାଣିକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରିଥିଲେ। ମାର୍ଚ୍ଚ ୧୨, ୨୦୧୮ରେ ଏହି ଟ୍ରିବ୍ୟୁନାଲ ଗଠନ ହୋଇଥିଲେ ହେଁ…

    Continue reading
    ସରିଲା ବାହାର ରତ୍ନଭଣ୍ଡାର ଗଣତି

    ପୁରୀ:ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ଶନିବାର ଦ୍ୱିତୀୟ ପର୍ୟ୍ୟାୟର ୪ର୍ଥ ଦିନରେ ଶେଷହୋଇଛି । ୧୯୭୮ ମସିହା ତାଲିକା ଅନୁସାରେ ମେଳକ କରାଯାଇଥିଲା। ସେତେବେଳେ ୧୧୮ ପ୍ରକାର ଅଳଙ୍କାର ଥିବାବେଳେ ଏବେ ତାହା ୧୪୭ରେ ପହଞ୍ଚିଛି । ମୁଖ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ