ପଂଚାୟତ ନିର୍ବାଚନ ପୂର୍ବରୁ ବଳ ବଢାଉଛି କଂଗ୍ରେସ

ଭୁବନେଶ୍ୱର,17/08:- ରାହୁଳ ଗାନ୍ଧୀଙ୍କ ନୀତି ଆଦର୍ଶ ଓ କଂଗ୍ରେସର ଚିନ୍ତାଧାରା ତଥା ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ସାଲେପୁର, କେଉଁଝର, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ସାଙ୍ଗଠନିକ ଜିଲ୍ଲାର ବହୁ ବିଜେଡି ଓ ବିଜେପି ପଦାଧିକାରୀ ସରପଞ୍ଚ, ଜିଲ୍ଲା ପରିଷଦ ପ୍ରାର୍ଥୀ ସମିତି ସଭ୍ୟଙ୍କ ସହିତ ବହୁ କର୍ମକର୍ତ୍ତା ନିଜ ନିଜ ଦଳ ପରିତ୍ୟାଗ କରି ଆଜି ଅନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି ।
ଏହି ଅବସରରେ କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ପିସିସି ସଭାପତି ଭକ୍ତ ଚରଣ ଦାସ, ଓଡିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ଏଆଇସିସି ସହ ପ୍ରଭାରୀ ଚୌଧୁରୀ ଶାହାନୱାଜ , ପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା ପ୍ରମୁଖ ଉପସ୍ଥିତ ଥିବା ନେତୃବୃନ୍ଦ ଅନ୍ୟ ଦଳ ଛାଡି କଂଗ୍ରେସରେ ଯୋଗ ଦେଇଥିବା ପଦାଧିକାରୀଙ୍କୁ ଦଳୀୟ ଟୋପି, ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ। ପିସିସି ସଭାପତି ଶ୍ରୀ ଦାସ କହିଥିଲେ, ତୃଣମୂଳ ସ୍ତରରେ ଲୋକମାନଙ୍କ କଂଗ୍ରେସ ପ୍ରତି ଆସ୍ଥା ଏବଂ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି । ରାହୁଳ ଗାନ୍ଧୀ ଭୋଟ ଚୋରୀ ଘଟଣା ଲୋକ ଲୋଚନକୁ ଆଣି ବିଜେପିର ଅସଲ ଚରିତ୍ରର ପର୍ଦାଫାଶ କରିଛନ୍ତି । ଯୋଗଦେଇ ଥିବା ସମସ୍ତ କର୍ମୀ ବର୍ତ୍ତମାନ କଂଗ୍ରେସ ପରିବାର ଜଣେ ଜଣେ ସଦସ୍ୟ ଅଟନ୍ତି । କଂଗ୍ରେସ ସମସ୍ତଙ୍କ ସୁଖ ଦୁଃଖ ସମୟରେ ସଦାବେଳେ ରହିବ ଏବଂ ଆପଣଙ୍କ ଯୋଗଦାନ ଭବିଷ୍ୟତରେ କଂଗ୍ରେସକୁ ସୁଦୃଢ କରିବ ବୋଲି ବହୁ ସଂଖ୍ୟାରେ ଯୋଗ ଦେଇଥିବା କର୍ମକର୍ତ୍ତାଙ୍କୁ ଦୃଢ ପ୍ରତିଶୃତି ଦେଇଥିଲେ ।
ପୂର୍ବତନ ସାଂସଦ ଯୋଶବନ୍ତ ନାରାୟଣ ସିଂ ଲାଗୁରୀଙ୍କ ତତ୍ୱାବଧାନରେ କେନ୍ଦୁଝରରୁ ସା ପଡାବ୍ଲକର ପୂର୍ବତନ ଅଧ୍ୟକ୍ଷ ଗୌରହରି ନାୟକ, ସରପଞ୍ଚ ଅନିରୁଦ୍ଧ ନାୟକ, ସରପଞ୍ଚ ମନୋହର ବେହେରା, ନାଏବ ସରପଞ୍ଚ ଭଗିଆ ଦାସ, ପୂର୍ବତନ ସରପଞ୍ଚ ସୁଚିତ୍ର ନାୟକ ପ୍ରଖୁଖ ଯୋଗଦେଇଥିବା ବେଳେ କଟକ ଗ୍ରାମାଞ୍ଚଳ ଜିଲ୍ଲା ସଭାପତି ପ୍ରଦୀପ୍ତ କୁମାରଙ୍କ ତତ୍ୱାବଧାନରେ କଟକ ଗ୍ରାମାଞ୍ଚଳ ଜିଲ୍ଲା ସଭାପତି ପ୍ରଦୀପ୍ତ କୁମାର ଦାସଙ୍କ ତତ୍ୱାବଧାନରେ ସାଲେପୁର ନିର୍ବାଚନ ମଣ୍ଡଳୀର ବିଜେଡି ଓ ବିଜେପିର ବହୁ କାର୍ଯ୍ୟକର୍ତ୍ତା ଯଥାକ୍ରମେ ବିଜେଡିର ହେମନ୍ତ ବିଶ୍ୱାଳ, ହେମନ୍ତ ସାହୁ, ଭରତ ଦାସ, ଜାହିଦ ବେଗ, ମିର୍ଜାନ ଅକମାଲ ବେଗ, ଚନ୍ଦ୍ରମଣି ବେହେରା, ଅଶୋକ କୁମାର ବିଶ୍ୱାଳ, ନାରାୟଣ ବିଶ୍ୱାଳ, ନାରାୟଣ ଦଳେଇ, ବିକାଶ ସାହୁ, ମୁନା ସିଂ, ସୁର ସାମଲ, ସାଇ ପ୍ରତୁଷା କର,ଓମ ପ୍ରକାଶ ସାହୁ ଏବଂ ବିଜେପରୁ ଚନ୍ଦ୍ର ବିଶ୍ୱାଳ, ଅଜୟ ସାମଲ, ଅକ୍ଷୟ କୁମାର, ବାପି ଦେହୁରୀ ପ୍ରଖୁଖ ଯୋଗ ଦେଇଥିଲେ। ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ ଦାଶଙ୍କ ତତ୍ୱାବଧାନରେ ୨୯ ନମ୍ୱର ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦେବେନ୍ଦ୍ର କୁମାର ନାଏକ, ପୂର୍ବତନ ବିଜେଡି ୱାର୍ଡ ସଭାପତି କରୁଣାକର ରାଉତ, ୱାର୍ଡ ନମ୍ବର ୬୩ ର ବିଦ୍ୟୁତ ଯନ୍ତ୍ରୀ ପ୍ରଦ୍ୟୁମ୍ନ ଦାଶ, ବିଜେଡି ଓ ବିଜେପିର ପୂର୍ବତନ ଅଫିସ ପଦାଧିକାରୀ ଅଲେଖ ଦାସ ଓ ଅଲେଖ ମଲ୍ଲିକ ପ୍ରମୁଖ ଯୋଗ ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଂଯୋଜକ ରାଜୀବ ପଟ୍ଟନାୟକଙ୍କ ତତ୍ୱାବଧାନରେ ଭୁବନେଶ୍ୱର ନିକଟବର୍ତ୍ତୀ ବାଲିପାଟଣା ନିର୍ବାଚନ ମଣ୍ଡଳୀର ଶୈଳେନ୍ଦୁ ଦାଶ (ସିଲୁ ଭାଇ) ତାଙ୍କ ବହୁ ସମର୍ଥକଙ୍କ ସହ ବିରାଟ ପଟୁଆରରେ ଆସି ଆଜି ବିଜେଡି ଦଳ ପରିତ୍ୟାଗ କରି କଂଗ୍ରେସ ଦଳରେ ଯୋଗଦାନ କରିଥିଲେ ।
ପିସିସି ମିଡ଼ିଆ ସେଲ ଅରବିନ୍ଦ ଦାସ ଓ ବରିଷ୍ଠ ମୁଖପାତ୍ର ରଜନୀ ମହାନ୍ତିଙ୍କ ସଂଯୋଜନାରେ ଆଜିର ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସଭାପତିଙ୍କ ରାଜନୈତିକ ସଚିବ ସୁଧାଂଶୁ ଦେଓ, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ବିଧାୟକ ପ୍ରାର୍ଥୀ ୟାକୁବ ଖାନ, ଅଶୋକ ଦାଶ, ପ୍ରଶାନ୍ତ ଚମ୍ପତି, ପିସିସି ମୁଖପାତ୍ର ହିମାଂଶୁ ଲେଙ୍କା,ମିହିର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

    ୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

    Continue reading
    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ