
ଭୁବନେଶ୍ୱର: ବିଜେଡି ଛାଡ଼ିଲେ, ଆଉ ବିଜେପିରେ ମିଶିଲେ । ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି ଶେଷରେ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି । ବଡ଼ମ୍ବା ବିଧାୟକଙ୍କ ନେତୃଥ୍ୱରେ ଶ୍ରୀ ମହାନ୍ତି ପଦ୍ମ ଧରିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଶ୍ରୀ ମହାନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ଆଜି ସକାଳେ ଶ୍ରୀ ମହାନ୍ତି ବିଜେଡିରୁ ଇସ୍ତଫା ଦେଇଥିଲେ ।
କିଛି ଦିନ ହେବ ଅନେକ ନେତା ବିଜେଡି ଛାଡୁଛନ୍ତି। ଆଜି ପୁଣି ବିଜେଡି ଦଳର ଜଣେ ଟାଣୁଆ ନେତା ଦଳ ଛାଡ଼ିଥିଲେ । ଆଜି ଦଳରୁ ଇସ୍ତଫା ଦେଇଥିଲେ ବଡମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି। ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ନେଇ ସେ ଦଳର ସୁପ୍ରିମୋଙ୍କୁ ଇସ୍ତଫା ପତ୍ର ପଠାଇଥିଲେ। ଇସ୍ତଫା ଦେବା ସମୟରେ ସେ କହିଥିଲେ ଯେ ଲୋକଙ୍କ ସେବା କରିବି ଏବଂ ଅଞ୍ଚଳର ବିକାଶ ପାଇଁ ଚେଷ୍ଟା ଜାରି ରଖିବି।




