ବଲାଙ୍ଗୀର। ୧୫ ଜାନୁଆରୀ,୨୦୨୬: ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଲୋକ ଗାୟିକା ତଥା ଘୁଡ଼ୁକା କଳାକାର କୁନି ଛତ୍ରିଆଙ୍କ ପରଲୋକ ଘଟିଛି । ସୂଚନା ମୁତାବକ, କୁନି ଛତ୍ରିଆ ଗତ କିଛି ଦିନ ତଳେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବାବେଳେ ଅସୁସ୍ଥ ଅନୁଭବ କରିଥିଲେ । ସେଠାରୁ ଘରକୁ ଫେରିବା ପରେ ପରିବାର ଲୋକେ ତାଙ୍କୁ ପ୍ରଥମେ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତିନି ଦିନ ଧରି ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନହେବାରୁ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କର ଫୁସଫୁସରେ ସମସ୍ୟା ଥିଲା । ସେ ନିଶ୍ୱାସ-ପ୍ରଶ୍ୱାସରେ କଷ୍ଟ ଅନୁଭବ କରୁଥିଲେ । ସମ୍ବଲପୁର ବୁର୍ଲା ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ରାଜ୍ୟ ତଥା ରାଜ୍ୟ ବାହାରେ ଘୁଡୁକା ବାଦ୍ୟରେ ଗୀତ ଗାଇ ବଲାଙ୍ଗୀର ଜିଲ୍ଲାର ତୁଷୁରାର ଲୋକପ୍ରିୟ ଲୋକ ଗାୟିକାରୁ ସେ ବେଶ୍ ସୁନାମ ଅର୍ଜନ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । “ସାନ ବଡ ଘୁଡୁକା” ବାଦ୍ୟ ଓ ଲୋକଗୀତକୁ ସେ ଦେଶ ବିଦେଶରେ ପହଁଚାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କୁନି ଛତ୍ରିଆଙ୍କ ଦେହାନ୍ତରେ ଓଡ଼ିଶାରେ ଶୋକର ଛାୟା ଖେଳି ଯାଇଛି ।
ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ
୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…



